ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ସ୍ୱାମୀ ଗିରଫ

ଭବାନୀପାଟଣା/କୋକସରା(ଆପ୍ର): ଗତ ୨୩ ତାରିଖରେ ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମପଞ୍ଚାୟତ କଲୋନୀ ପଡା ର ଏକ ନାଲରୁ ବିବାହିତ ମହିଳା ସ୍ୱାଗତି ରାଉତ(୩୧) ଙ୍କ ମୃତ ଦେହ ଜୟପାଟଣା ପୋଲିସ ଉଦ୍ଧାର କରିଥିଲା। ତେବେ ସ୍ୱାଗତି ଙ୍କ ଭାଇ ଡମ୍ବରୁଧର ଚଣ୍ଡୀ ନିଜ ଭଉଣୀ ଙ୍କୁ ହତ୍ୟା କରାଯାଇଛି ବୋଲି ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ସ୍ୱାଗତି ଙ୍କ ସ୍ୱାମୀ ଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
ଗତ ୨୨ ତାରିଖ ରେ ସ୍ୱାଗତି ଓ ତାଙ୍କ ସ୍ୱାମୀ ବିରେନ୍ଦ୍ର ଏକ ନାଳକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ସେଠାରେ ଉଭୟ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ତେବେ ରାଗରେ ବିରେନ୍ଦ୍ର ସ୍ୱାଗତିଙ୍କ ବେକରେ ଗାମୁଛା ଗୁଡେଇ ହତ୍ୟା କରି ନାଳ ରେ ପକାଇ ଦେଇ ଆସିଥିଲା ବୋଲି ବିରେନ୍ଦ୍ର ସ୍ୱୀକାର କରିଛି। ଘଟଣାର ତଦନ୍ତ କାରୀ ପୋଲିସ ଅଧିକାରୀ ବିନୟ କୁମାର ବାରା ଅଭିଯୁକ୍ତ ବିରେନ୍ଦ୍ରଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।