ମିକ୍ସଚର ମେସିନକୁ ଧକ୍କା ଦେଲା କାର : ସ୍ବାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

ଭଦ୍ରକ, ୪।୭ ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ଘଟିଥିବା ସ୍ତ୍ରୀ ଓ ଝିଅ ଗୁରୁତର ହୋଇଛନ୍ତି।। ମୃତକ ଜଣକ ହେଲେ ଅସୁରାଳୀ ଷ୍ଟ୍ରକ୍ଚର ଲାଇନ ମ୍ୟାନ ସୁରେନ୍ଦ୍ର ସାହୁ।
ଅସୁରାଳୀ ଷ୍ଟ୍ରକ୍ଚର ଲାଇନ ମ୍ୟାନ ଥିବା ସୁରେନ୍ଦ୍ର ସାହୁ ନିଜ ସ୍ତ୍ରୀ ରେଣୁବାଳା ଓ ଅଢେଇ ବର୍ଷ ର ଝିଅକୁ ଧରି କାରରେ ତାଙ୍କ ଶଶୁର ଘରକୁ ଯାଉଥିଲେ। କୌଣସି କାରଣରୁ ଅନ୍ୟମନସ୍କ ଯୋଗୁ କାରଟି ରାସ୍ତାରେ ଥିବା ଏକ ମିକ୍ସଚର ମେସିନକୁ ଜୋରରେ ଧକା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ତେବେ ସ୍ତ୍ରୀ ଓ ଝିଅକୁ ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ତାଙ୍କ ସ୍ତ୍ରୀ ଙ୍କ ମୁଣ୍ଡରେ ଜୋର ଆଘାତ ଯୋଗୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।