ପୁରୀ,୧୮/୦୪:  ପୁରୁଷୋତ୍ତମ ଭକ୍ତନିବାସ ସମ୍ମୁଖରେ ଅଭାବନୀୟ  ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱାମୀ ମଦ ପିଉଥିବା ସ୍ତ୍ରୀ ଦେଖିଦେବାରୁ  ଉଭୟ ପିଟାପିଟି ହୋଇଥିଲେ । ପିସିଆର ପୁଲିସ ପହଞ୍ଚି ବୁଝାସୁଝା  ଲାଗି ଉଦ୍ୟମ କରିଥିଲେ ସୁଦ୍ଧା ସ୍ୱାମୀ ଓ ସ୍ତ୍ରୀ ହାତାହାତି ହୋଇଥିଲେ ।  ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

​​​​​​​

ଏସମ୍ପର୍କରେ କୁମ୍ଭାରପଡ଼ା ଥାନା ଆଇଆଇସି ବିଜୟକେତନ ବେହେରା  କୁହନ୍ତି, ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବାବେଳେ ପୁରୀରେ  ଉଭୟେ ଶ୍ରମିକ କାର୍ଯ୍ୟ କରୁଛନ୍ତି । କୌଣସି କାରଣରୁ ଉଭୟ ପିଟାପିଟି  ହେଉଥିଲେ । କିଛି ସମୟ ପରେ ବୁଝାସୁଝା ହୋଇ ଫେରିଥିଲେ ।

ଅଧିକ ପଢ଼ନ୍ତୁ :-  Chandan Yatra 2026 : ପୁରୀ ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ଜଗିବେ ୫ ପ୍ଲାଟୁନ ଫୋର୍ସ