PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ହତ୍ୟା ପରେ ଲିଭ୍‌ ଇନ୍ ପାର୍ଟନରକୁ ପଥର କଟା ମେସିନ୍‌ରେ ପ୍ରେମିକ କଲା ଖଣ୍ଡ ଖଣ୍ଡ, ହାଇଦ୍ରାବାଦରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି

ନୂଆଦିଲ୍ଲୀ,୨୫।୫: ଦିଲ୍ଳୀର ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏକ ହୃଦୟ ବିଦାରକ ଘଟଣା ହାଇଦ୍ରାବାଦରେ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କର ଲିନ୍‌-ଇନ୍ ପାର୍ଟନରଙ୍କୁ ହତ୍ୟା କରିଛି। ଗର୍ଲଫ୍ରେଣ୍ଡର ଶରୀରକୁ ପଥର କାଟିବା ଯନ୍ତ୍ରରେ କାଟି ଖଣ୍ଡଗୁଡ଼ିକୁ ଫ୍ରିଜରେ ରଖି ବିଭିନ୍ନ ସ୍ଥାନରେ ଫୋପାଡିଥିଲା। ଅଭିଯୁକ୍ତ ପୀଡିତାଙ୍କ ପାଦ ଏବଂ ହାତକୁ ତାଙ୍କ ଘରର ଫ୍ରିଜରେ  ରଖିଥିଲା। ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ସେ ଫ୍ରିଜରୁ ନେଇ ପୁରା ଘରେ ଅତର ସ୍ପ୍ରେ କରୁଥିଲା| ୧୭ ମଇରେ ହାଇଦ୍ରାବାଦ ପୋଲିସ ସହରର ମୁସି ନଦୀ ନିକଟରୁ ଏକ କଟା ମୁଣ୍ଡ ପାଇଥିବା ବେଳେ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ତଦନ୍ତର ଏକ ସପ୍ତାହ ପରେ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା ​​ଏବଂ ଏହି ଆଶ୍ଚର୍ଯ୍ୟଜନକ ହତ୍ୟା ମାମଲାର ଖୁଲାସା ହୋଇଥିଲା। ଏହି ମାମଲା ଦିଲ୍ଲୀର ଶ୍ରଦ୍ଧା ୱାକର ଏବଂ ନିକ୍କି ଯାଦବ ହତ୍ୟା ମାମଲା ସହିତ ସମାନ, ଯେଉଁଥିରେ ଅଭିଯୁକ୍ତମାନେ ପୀଡିତାଙ୍କ ଶରୀରର ଅଙ୍ଗକୁ କାଟି ଫ୍ରିଜରେ ରଖିବା ପରେ ବିଭିନ୍ନ ସ୍ଥାନରେ ପକାଇ ଥିଲେ।

ଦକ୍ଷିଣ-ପୂର୍ବ ଜୋନ୍ ଡିସିପି ରୁପେଶ ଚେନ୍ନୁରୀ କହିଛନ୍ତି, ପୋଲିସ ବି.ଆର. ଚନ୍ଦ୍ର ମୋହନକୁ ଗିରଫ କରାଯାଇଛି। ସେ ଷ୍ଟକ୍ ମାର୍କେଟରେ ଅନଲାଇନ୍ କାରବାର କରେ। ତାକୁ ୫୫ ବର୍ଷ ବୟସ। ସେ ତା’ର ଲିଭ୍ ଇନ୍ ପାର୍ଟନର ୟାରମ୍ ଅନୁରାଧା ରେଡ୍ଡୀକୁ ହତ୍ୟା କରିଛି, ଯାହାଙ୍କର ବୟସ ୪୮ ବର୍ଷ। ପୋଲିସ କହିଛି ଦୁହେଁ ୧୫ ବର୍ଷ ଏକାଠି ଥିଲେ। ମହିଳା ଜଣକ ବହୁ ସମୟ ପୂର୍ବରୁ ନିଜ ସ୍ବାମୀଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସେ ଚନ୍ଦ୍ର ମୋହନଙ୍କ ସହିତ ଦିଲସୁଖନଗର ସ୍ଥିତ ଚୈତନ୍ୟପୁରୀ କଲୋନିରେ ଥିବା ତାଙ୍କ ଘରେ ରହୁଥିଲେ। ମହିଳା ଜଣକ ୨୦୧୮ ରୁ ସୁଧରେ ଲୋକଙ୍କୁ ଟଙ୍କା ଉଦ୍ଧାର ଦେଉଥିଲେ। ତାଙ୍କ ଭିତରେ ସେବେଠାରୁ ମତଭେଦ ଆରମ୍ଭ ହୋଇଥିଲା, ଯେତେବେଳେ ମୋହନ ତାଙ୍କଠାରୁ ଅନଲାଇନ୍ ବିଜନେସ୍ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ନେଇଥିଲା। ଏହାପରେ ବାରମ୍ବାର କହିବା ପରେ ମଧ୍ୟ ଟଙ୍କା ଦେଉନଥିଲା। ମହିଳା ଜଣକ ମୋହନ ଉପରେ ବାରମ୍ବାର ଚାପ ପକାଇବା କାରଣରୁ ବିବାଦ ଆରମ୍ଭ ହୋଇଥିଲା। ଅନୁରାଧାଙ୍କୁ  ମୋହନ ହତ୍ୟା କରିବାର ଯୋଜନା କରିଥିଲା।

୧୨ ମେ’ରେ ଅନୁରାଧାଙ୍କ ସହିତ ଅଭିଯୁକ୍ତ ଝଗଡା କରିଥିଲା ଓ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲା। ସେ ଛାତି ଓ ପେଟକୁ ଛୁରୀରେ ଆକ୍ରମଣ କରିଥିଲା, ଯାହାଫଳରେ ଅନୁରାଧାଙ୍କର ମୃତ୍ୟୁ ହୋଇଯାଇଥିଲା। ହତ୍ୟା ପରେ ମୃତଦେହକୁ କାଟିକି ଫୋପାଡିବା ପାଇଁ ପଥର କଟା ଦୁଇଟି ଛୋଟ ମେସିନ୍ କିଣିଥିଲା। ସେ ମୁଣ୍ଡ-ଗଣ୍ଡି କାଟି ଅଲଗା କରିବା ପରେ କଳା ପଲିଥିନ କଭରରେ ରଖିଥିଲା। ତା’ପରେ ସେ ମୁଣ୍ଡଠାରୁ ଗୋଡ ଓ ହାତକୁ ଅଲଗା କରି ଫ୍ରିଜ ଭିତରେ ରଖିଥିଲା।  ଗଣ୍ଡିକୁ ଏକ ସୁଟକେସ  ଭିତରେ ରଖିଥିଲା। ୧୫ ମେ’ ରେ ଅଭିଯୁକ୍ତ ଏକ ଅଟୋରିକ୍ସା ଯୋଗେ ମୁସି ନଦୀରେ ପହଞ୍ଚି ଅନୁରାଧାଙ୍କ କଟା ମୁଣ୍ଡକୁ ସେଠାରେ ଫିଙ୍ଗି ଦେଇଥିଲା।

ଅଭିଯୁକ୍ତ ଫିନାଇଲ, ଡେଟଲ, ପରଫ୍ୟୁମ୍‌ ଅଗରବତୀ ଓ କର୍ପୁର କିଣି ତାକୁ ନିୟମିତ ଭାବରେ କଟା ମାଂସ ଗୁଡିକ ଉପରେ ଚିଞ୍ଚୁଥିଲା, ଯେପରି ଆଖପାଖର ଲୋକଙ୍କୁ ଏହା ନଗନ୍ଧାଏ। ଏପରିକି ମୃତଦେହକୁ କିପରି ଡିସପୋଜ୍ କରାଯିବ ଏହାର ଭିଡିଓ ମଧ୍ୟ ସେ ଇଣ୍ଟରନେଟ୍‌ରୁ ଦେଖୁଥିଲା। ପୋଲିସର କହିବା ଅନୁସାରେ, ସେ ମୃତକଙ୍କ ମୋବାଇଲ ଫୋନ୍‌ରୁ ତା’ର ଜଣାଶୁଣା ଲୋକଙ୍କୁ ଏହି ବିଶ୍ବାସ  ଦେବା ପାଇଁ ମେସେଜ୍ ଦେଉଥିଲା ସେ ଜୀବିତ ଅଛନ୍ତି। ୧୭ ମଇରେ ମୁସୀ ନଦୀ ପାଖରେ ଅଫଜଲ ନଗର କମ୍ୟୁନିଟି ହଲ୍‌ ସାମନାରେ ଅଳିଆ ଫୋପାଡିବା ସ୍ଥାନରେ ସଫେଇ କର୍ମଚାରୀଙ୍କୁ ମହିଳାଙ୍କ କଟା ମୁଣ୍ଡ ମିଳିଥିଲା। ଏହାକୁ ଦେଖିବା ମାତ୍ରେ ସେ ପୋଲିସକୁ ସୂଚନା ଦେଇଥିଲେ।