ନୂଆଦିଲ୍ଲୀ,୨୭/୧୨; ସନ୍ଦେହ ଉଜାଡ଼ି ଦେଲା ସଂସାର । ପରକୀୟା ପ୍ରୀତି ସନ୍ଦେହରେ ଅପରାଧ ଘଟାଇଛି ସ୍ୱମୀ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନକୁ ମାରିଦେଲା ସ୍ୱାମୀ । ତୁମ ମାଆ ଆଜି ମରିଯିବ କହି ପିଲାଙ୍କ ଆଗରେ ପତ୍ନୀକୁ ଜାଳିଦେଲା ସ୍ୱାମୀ । ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ତିଲକ ନଗରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ୍ ।
ତିଲକ ନଗରରେ ଏହି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସ୍ୱାମୀ ତାଙ୍କ ଭଡ଼ା ଘରେ ଜୀବନ୍ତ ଜାଳି ଦେଇଛନ୍ତି । ଜଣେ ହୋଟେଲ କର୍ମଚାରୀ ଭାବେ କାମ କରୁଥିବା ଚିତ୍ୟାଲା ତ୍ରିବେଣୀ ଗାନ୍ଧୀ ହସ୍ପିଟାଲରେ ଆଖି ବୁଜିଛନ୍ତି । ତାଙ୍କ ସ୍ୱାମୀ ୩୨ ବର୍ଷୀୟ ଭେଙ୍କଟେଶଙ୍କୁ ପୁଲିସ୍ ଗିରଫ କରିଛି । ଭେଙ୍କଟେଶ ଦିନ ମଜୁରିଆ ଭାବେ କାମ କରନ୍ତି । ତ୍ରିବେଣୀଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ଏହି ଦମ୍ପତି ୫ ବର୍ଷ ପୂର୍ବେ ବିବାହ କରିଥିଲେ । ଜନ୍ମସ୍ଥାନ ହୁଜୁର ନଗରରୁ ହାଇଦ୍ରାବାଦକୁ ଚାଲି ଆସିଥିଲେ । ସେମାନେ ବର୍ଷେ ତଳେ ତିଲକ ନଗରରେ ଦୁଇ ସନ୍ତାନଙ୍କ ସହ ରହୁଥିଲେ । ଭେଙ୍କଟେଶ ତାଙ୍କ ପତ୍ନୀଙ୍କୁ ଅନେକ ବର୍ଷ ଧରି ପରକୀୟା ସମ୍ପର୍କ ଥିବା ଅଭିଯୋଗ କରି ହଇରାଣ କରୁଥିଲେ । ସନ୍ଦେହ ଏତେ ବଢିଯାଇଥିଲା ଯେ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଜଣେ ପଡ଼ୋଶୀ କାମରୁ ଫେରୁଥିବା ବେଳେ ଭେଙ୍କଟେଶଙ୍କ ଘରୁ ନିଆଁ ବାହାରୁଥିବା ଦେଖିଥିଲେ ।
ଏନ୍ୟ ପଡ଼ୋଶୀମାନେ ଏକାଠି ହୋଇଥିଲେ । କବାଟ ଖୋଲା ଥିବା ଦେଖିଥିଲେ ପଡୋଶୀ । ତ୍ରିବେଣୀ ନିଆଁରେ ପୋଡ଼ି ଯାଇଥିବା ଦେଖି ପଡୋଶୀମାନେ ତାଙ୍କୁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାଥମିକ ତଦନ୍ତରେ ଦମ୍ପତିଙ୍କ ପୁଅ କହିଛନ୍ତି, କି ତାଙ୍କ ବାପା ତାଙ୍କୁ ଉଠାଇ ବାହାରକୁ ନେଇଯାଇ କହିଥିଲେ ତୁମ ମାଆ ଆଜି ମରିଯିବ । ଏହାପରେ ଭେଙ୍କଟେଶ ତ୍ରିବେଣୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତ୍ରିବେଣୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ନଲ୍ଲାକୁଣ୍ଟା ପୁଲିସ୍ ଭେଙ୍କଟେଶଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।