ନୂଆଦିଲ୍ଲୀ : ପିଲା ଯେତେବେଳେ ବଡ଼ ହୋଇ ଯାଆନ୍ତି , ତ ସେମାନଙ୍କର ସାଇକେଲ ଶିଖିବାକୁ ଇଚ୍ଛା ହୁଏ। ପ୍ରଥମେ ସେ ତିନି ଚକିଆର ସାଇକେଲ ଚଲାନ୍ତି , ଯେଉଁଥିରେ ଖସି ପଡ଼ିବାର ଭୟ ରହେ ନାହିଁ। ଏହାପରେ, ଦୁଇ ଚକିଆ ଥିବା ସାଇକେଲ ଶିଖିବା ଆରମ୍ଭରେ କିଛି ମାତ୍ରାରେ ଅସୁବିଧା ହୁଏ, ହେଲେ ଏହି ସାଇକେଲ ଭଳି ଆକ୍ଟିଭିଟି ପିଲାଙ୍କ ପାଇଁ ଖୁବ୍ ଜରୁରୀ ହୋଇଥାଏ।ସାଇକେଲ ଚଲାଇବା ଦ୍ୱାରା ମାଂସପେଶୀ ଗୁଡ଼ିକ ମଜବୁତ ହୋଇଥାଏ ଏବଂ ଏହା ଏକ ଭଲ ଫିଜିକାଲ ଆକ୍ଟିଭିଟି ମଧ୍ୟ। ଏହାସହ ସାଇକେଲ ଚଲାଇବା ଦ୍ୱାରା ପିଲାମାନେ ବାଲାନ୍ସ କରିବା ମଧ୍ୟ ଶିଖନ୍ତି। ଯଦି ଆପଣ ନିଜ ପିଲାଙ୍କୁ ସାଇକେଲ ଚଲାଇବା ଶିଖାଉଛନ୍ତି , ତ କିଛି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଏଥିରେ ପିଲା ସାଇକେଲ ଚଲାଇବା ଶୀଘ୍ର ଶିଖି ଯିବେ ଏବଂ ସୁରକ୍ଷିତ ମଧ୍ୟ ରହିବେ।

ପିଲାଙ୍କୁ ସାଇକେଲ୍ ଚଲାଇବା ଶିଖାଇବାର ୫ଟି ସହଜ ଉପାୟ :

୧ - ସଠିକ୍ ସାଇକେଲ୍ ଏବଂ ସୁରକ୍ଷା ଉପକରଣ ବାଛନ୍ତୁ -

ପ୍ରଥମେ ସଠିକ୍ ସାଇଜର ସାଇକେଲ୍ ଚୟନ ବାଛନ୍ତୁ। ସାଇକେଲ୍ଟି ଏପରି ହେବା ଦରକାର, ଯେପରି ପିଲାର ଦୁଇଟି ଯାକ ପାଦ ସହଜରେ ମାଟିକୁ ଛୁଉଁ ଥିବ। ଏହାଦ୍ୱାରା ପିଲାର ବାଲାନ୍ସ ବଜାୟ ରହିବ ଏବଂ ଖସି ପଡ଼ିବାର ଭୟ କମ୍ ରହିବ। ଏହା ସହିତ ସାଇକେଲ୍ ଚଲାଇବା ସମୟରେ ପିନ୍ଧିବା ପାଇଁ ଆବଶ୍ୟକ ସୁରକ୍ଷା ଉପକରଣ ମଧ୍ୟ କିଣନ୍ତୁ। ଏଥିମଧ୍ୟରେ ହେଲମେଟ୍, ନି-ବ୍ୟାଣ୍ଡ୍ ଓ ଏଲବୋ-ବ୍ୟାଣ୍ଡ୍ ଆସିଥାଏ। ଏଗୁଡ଼ିକ ଦ୍ୱାରା ପିଲା ପଡ଼ି ଗଲେ ମଧ୍ୟ ଅଧିକ ଆଘାତ ଲାଗିବ ନାହିଁ।

୨- ଖୋଲା ସ୍ଥାନରୁ ଆରମ୍ଭ କରନ୍ତୁ-

ସାଇକେଲ୍ ଶିଖାଇବାର ଆରମ୍ଭ ସଦାସର୍ବଦା କୌଣସି ଖୋଲା ସ୍ଥାନରୁ କରନ୍ତୁ। ଯଦି ଆପଣଙ୍କ ଘର କିମ୍ବା ସୋସାଇଟି ପାଖରେ କୌଣସି ବଗିଚା କିମ୍ବା ପାର୍କ ଅଛି, ତେବେ ସେଠାରେ ପିଲାକୁ ସାଇକେଲ୍ ଚଲାଇବା ଶିଖାନ୍ତୁ। ପାର୍କରେ ଚଲାଇବା ଦ୍ୱାରା ପିଲା ଯଦି ଘାସ ଉପରେ ପଡ଼ିଯାଏ, ତେବେ କମ୍ ଆଘାତ ଲାଗିବ। ଜାଗାଟି ଏପରି ହେବା ଦରକାର ଯେଉଁଠି ସମତଳ ଭୂମି ଥିବ, ଉଚ୍ଚ-ନୀଚ ହୋଇ ନଥିବ।

୩- ବାଲାନ୍ସ ରଖିବା ଶିଖାନ୍ତୁ-

ସାଇକେଲ୍ ଶିଖାଇବାର ପ୍ରଥମ ନିୟମ ହେଉଛି ବାଲାନ୍ସ ରଖିବା। ଆପଣ ପଛପଟୁ ସାଇକେଲର କ୍ୟାରିୟର୍କୁ ଧରି ନିଅନ୍ତୁ ଏବଂ ପିଲାକୁ ପ୍ୟାଡେଲ୍ ମାରି ଆଗକୁ ଯିବାକୁ କୁହନ୍ତୁ। ଯେତେବେଳେ ତା’ର ସାମଞ୍ଜସ୍ୟ ରହିବା ଆରମ୍ଭ ହେବ, ସେତେବେଳେ ଆପଣ କ୍ୟାରିୟର୍ ଛାଡ଼ିବା ଆରମ୍ଭ କରନ୍ତୁ। ଧୀରେ ଧୀରେ ପିଲା ଭାରସାମ୍ୟ ରଖିବାରେ ନିପୁଣ ହୋଇଯିବ।

୪-ହ୍ୟାଣ୍ଡେଲ୍ ସିଧା ରଖିବା ଏବଂ ଆଗକୁ ଚାହିଁବା-

ପିଲାକୁ ସାଇକେଲ୍ ଶିଖାଇବା ସମୟରେ ଦ୍ୱିତୀୟ ନିୟମ ହେଉଛି , ତାକୁ ସମ୍ପୂର୍ଣ୍ଣ ଆଗକୁ ଚାହିଁବାକୁ କୁହନ୍ତୁ ଏବଂ ହ୍ୟାଣ୍ଡେଲ୍ ସିଧା ରଖିବାକୁ କୁହନ୍ତୁ। ଆଗକୁ ଚାହିଁବା ଦ୍ୱାରା ରାସ୍ତାରେ କିଛି ପଡ଼ିଥିଲେ ତାହା ଦେଖାଯିବ ଏବଂ ହ୍ୟାଣ୍ଡେଲ୍ ସିଧା ରଖିଲେ ସାମଞ୍ଜସ୍ୟ ବଜାୟ ରହିବ। ଆବଶ୍ୟକ ପଡ଼ିଲେ ବ୍ରେକ୍ ମାରିବା ପାଇଁ ମଧ୍ୟ କୁହନ୍ତୁ।

୫- ନିୟମିତ ଅଭ୍ୟାସ ଜରୁରୀ-

ପ୍ରତ୍ୟେକ ପିଲା ଅଲଗା ହୋଇଥାନ୍ତି, ତେଣୁ ସେ ୧-୨ ଦିନରେ ଶିଖିଯିବ ବୋଲି ଭାବନ୍ତୁ ନାହିଁ। ପ୍ରତିଦିନ କେବଳ ୨୦-୨୫ ମିନିଟ୍ ଅଭ୍ୟାସ କରାନ୍ତୁ। ଏହାଦ୍ୱାରା ପିଲା ସାଇକେଲ୍ ଚଲାଇବାରେ ନିପୁଣ ହୋଇଯିବ ଏବଂ ମାସକ ମଧ୍ୟରେ ତା’ ମଧ୍ୟରେ ଆତ୍ମବିଶ୍ୱାସ ଆସି ଯିବ। ତା’ର ଛୋଟ ଛୋଟ ସଫଳତା ପାଇଁ ପ୍ରଶଂସା କରନ୍ତୁ, ଏହାଦ୍ୱାରା ତା’ର ଆତ୍ମବିଶ୍ୱାସ ଆହୁରି ବଢ଼ିବ।

ଆହୁରି ମଧ୍ୟ ପଢନ୍ତୁ - କ୍ଷୀର ଅନେକ ଥର ଉତୁରି ଗ୍ୟାସ୍ ଉପରେ ପଡ଼ି ଯାଉଛି କି ? ଆପଣାନ୍ତୁ ଏହି ସହଜ ଉପାୟ