ନୂଆଦିଲ୍ଲୀ,୨୧ \୭ : ବେଲପତ୍ର କେବଳ ପୂଜାରେ ବ୍ୟବହାର ହୁଏ ନାହିଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ ।ମହାଦେବଙ୍କ ପ୍ରିୟ ବେଲ ପତ୍ରରେ ରହିଛି ଅନେକ ପୋଷକ ତତ୍ତ୍ୱ , ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହାର କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ ।
ମଧୁମେହ ପାଇଁ ଲାଭଦାୟକ : ଯଦି ଆପଣ ମଧୁମେହରେ ପୀଡିତ, ତେବେ ବେଲ ପତ୍ର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ବେଲ ପତ୍ର ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ବୋଲି ବିବେଚନା କରାଯାଏ । ଏଥିରେ ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବାରେ ଉପାଦାନ ରହିଛି, ଯାହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
କୋଷ୍ଠକାଠିନ୍ୟ ଦୂର କରେ : କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା । କିନ୍ତୁ ଏହା ଅନେକ ଲୋକଙ୍କୁ ହଇରାଣ କରେ । ଯଦି ଆପଣ ଏହି ସମସ୍ୟାରେ ପୀଡିତ, ତେବେ ବେଲ ପତ୍ର ଖାଆନ୍ତୁ । ବେଲ ପତ୍ର ସହ ଅଳ୍ପ ଲୁଣ ଏବଂ ଗୋଲମରିଚ ମିଶାଇ ଚୋବାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିପାରେ । ଏହା ଅନ୍ତନଳୀରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ ।
ପାଚନ କ୍ରିୟାକୁ ଉନ୍ନତ କରେ : ବେଲ ପତ୍ର ପେଟ ସଫା କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ପତ୍ର ମଧ୍ୟ ପାଚନ କ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଯଦି ଆପଣ ହଜମ ସମସ୍ୟାରେ ପୀଡିତ, ତେବେ ବେଲ ପତ୍ର ଖାଇବା ବିଷୟରେ ବିଚାର କରନ୍ତୁ ।
ରକ୍ତହୀନତା ଦୂର କରେ : ଆନିମିଆ ପୀଡିତଙ୍କ ପାଇଁ ବେଲ ପତ୍ର ଏକ ବରଦାନ । ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ହୁଏ । ଯଦି ଆପଣ ମଧ୍ୟ ରକ୍ତହୀନତା ପୀଡିତ, ତେବେ ଚାମଚେ ବେଲ ପତ୍ର ରସକୁ ଏକ ଗ୍ଲାସ୍ ପାଣିରେ ମିଶାଇ ପିଅନ୍ତୁ । ଏହା ଆଇରନ୍ ର ଏକ ଭଲ ଉତ୍ସ ହୋଇଥିବାରୁ ଏହାର ପତ୍ର ପ୍ରାକୃତିକ ରକ୍ତ ବିଶୋଧକ ଭାବରେ କାର୍ଯ୍ୟ କରେ । ଏବଂ ହିମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରେ । ତେବେ ଏହାକୁ ଔଷଧ ଭାବେ ନୁହେଁ, ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ ଖାଇବା ଭଲ ।
ବେଲ ପତ୍ରରେ ଆଣ୍ଟିଫଙ୍ଗାଲ୍, ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ସ୍କିନ୍ ସହ ଜଡିତ ସମସ୍ୟାରୁ ବି ମୁକ୍ତି ମିଳେ । ଏଥିସହିତ ପିତ୍ତ ସମସ୍ୟା ଦୂର କରିବାରେ ସହାର୍ଯ୍ୟ କରେ ।