ଭୁବନେଶ୍ବର ୨୪/୫: ରାଜଧାନୀ ଭୁବନେଶ୍ବରରେ ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୩ଟି ବସ୍ ଚଳାଚଳ କରିବ । ଏନେଇ ନଗର ଉନ୍ନୟନ ବିଭାଗ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ନଗର ଉନ୍ନୟନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ମାର୍ଟ ସିଟି କେନ୍ଦ୍ର ସରକାରଙ୍କ ଯୋଜନା ଥିଲା । ଏହାକୁ ଯେଉଁ ଉଦ୍ଦେଶ୍ୟ କେନ୍ଦ୍ର ସରକାର କରିଥିଲେ, ତାହା ସମ୍ପୂର୍ଣ୍ଣ ଭାବେ ସାଧିତ ହୋଇପାରି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି । ତେଣୁ ସ୍ମାର୍ଟ ସିଟିକୁ କିଭଳି ପୂର୍ଣ୍ଣ ନିର୍ମାଣ କରାଯିବ, ସହରକୁ କିପରି ସୌନ୍ଦର୍ଯ୍ୟକରଣ କରାଯିବ, ସହର କିପରି ବିକଶିତ ହେବ, ତା’କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁଭବ କରିଛନ୍ତି । ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ କରି ଯୋଜନା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଏହାଛଡ଼ା ସ୍ମାର୍ଟ ସିଟିରେ ପ୍ରଦୂଷଣକୁ ରୋକିବା ପାଇଁ ଯୋଜନା ହୋଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ହାଇଡ୍ରୋଜେନ୍ ବସ୍ ପରୀକ୍ଷାମୂଳକ ଭାବେ ଗଡ଼ିବ । ଏନେଇ ନଗର ଉନ୍ନୟନ ବିଭାଗ ସହିତ ଚୁକ୍ତି ହୋଇଛି ।