PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

୧୦ ଜୁଲାଇରେ ଲଞ୍ଚ୍ ହେବ ହ୍ୟୁଣ୍ଡାଇ ଏକ୍ସଟର ଏସୟୁଭି, ଏମିତି ରହିଛି ଫିଚର୍ସ

ନୂଆଦିଲ୍ଲୀ ୨୪/୫: ହ୍ୟୁଣ୍ଡାଇ ଏକ୍ସଟର ଏସୟୁଭି ଭାରତରେ ୧୦ ଜୁଲାଇରେ ଲଞ୍ଚ୍ ହେବ । ନୂଆ ହ୍ୟୁଣ୍ଡାଇ ଏକ୍ସଟର ବ୍ରାଣ୍ଡର ପୋର୍ଟଫୋଲିଓରେ ସବୁଠାରୁ ଛୋଟ ଏସୟୁଭି ଏବଂ ଏହା ପୂର୍ବରୁ ହିଁ ବୁକିଂ ପାଇଁ ଉପଲବ୍ଧ ହେବ । କୋରିଆନ୍ ଗାଡି ନିର୍ମାତା କମ୍ପାନୀ ଲଞ୍ଚ୍ ପୂର୍ବରୁ ନୂଆ ଏସୟୁଭି ସମ୍ପର୍କରେ ପ୍ରାୟ ସବୁ ତଥ୍ୟ ଦେଇଛି ଯାହା ଫଳରେ ଗ୍ରାହକ ଏହାର ଫିଚର ସମ୍ପର୍କରେ ଜାଣିପାରିବେ । ନୂଆ ହ୍ୟୁଣ୍ଡାଇ ଏକ୍ସଟର କମ୍ପାନୀର ପ୍ରଥମ ମାଇକ୍ରୋ-ଏସୟୁଭି ଏବଂ ଏହା ଟାଟା ପଞ୍ଚ୍, ମାରୁତି ସୁଜୁକି ଫ୍ରଙ୍କ୍ସକୁ ଟକ୍କର ଦେବ ।

ଏକ୍ସଟରରେ ପାଟାମେଟ୍ରିକ୍ ଫ୍ରଣ୍ଟ୍ ଗ୍ରିଲ୍ ମିଳିବ । ଏସୟୁଭି ଡିଜାଇନକୁ ଏଚ-ସିଗ୍ନେଚର ଏଲଇଡି ଡିଆରଏଲ୍, ପ୍ରୋଜେକ୍ଟର ହେଡଲ୍ୟାମ୍ପ ଏବଂ ସ୍ପୋର୍ଟି ସ୍କିଡ୍ ପ୍ଲେଟ୍ ଦିଆଯାଇଛି । ଡାଇନାମିକ୍ ସାଇଡକୁ ବ୍ଲାକ୍ ଆଉଟ୍ ହ୍ୱିଲ୍ ଆର୍ଚେ ଏବଂ ସାଇଡ୍ ସିଲ୍ ଫୋଲ୍ଡିଂରେ ରଖି ଡାଇମଣ୍ଡ କଟ୍ ଆଲୟ ହ୍ୱିଲ୍ସ ସହିତ ଆଗକୁ ବଢାଯାଇଛି। ହ୍ୟୁଣ୍ଡାଇ ଏକ୍ସଟରରେ ଏକ ଫ୍ଲୋଟିଂ ରୁଫ୍ ଡିଜାଇନ୍ ମଧ୍ୟ ରହିଛି ଯାହାକୁ ପାରାମେଟ୍ରିକ୍ ଡିଜାଇନ୍ ସି-ପିଲର ଗାର୍ନିଶ୍ ଏବଂ ସ୍ପୋର୍ଟିଂ ବ୍ରିଜ୍ ଟାଇପ୍ ରୁଫ୍ ରେଲ୍ସ ସହିତ ଆଣିଛି କମ୍ପାନୀ ।

HMI Hyundai Exterକୁ ୫ ଟ୍ରିମ୍ ବିକଳ୍ପ ଯଥା EX, S, SX, SX(O) ଏବଂ SX(O) Connectରେ ଆଣିବ କମ୍ପାନୀ । ଏସୟୁଭିକୁ ଏକ ନୂଆ ‘ରେଞ୍ଜର ଖାକି’ ରଙ୍ଗର ବିକଳ୍ପ ମଧ୍ୟ ମିଳିବ । ହ୍ୟୁଣ୍ଡାଇ ଏକ୍ସଟର ୩ ପାୱରଟ୍ରେନ୍ ବିକଳ୍ପ ସହିତ ଉପଲବ୍ଧ ହେବ । ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍, ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିଶନ ଏବଂ ସ୍ମାର୍ଟ ଅଟୋ ସହିତ ଆସିବ ଏହି ମଡେଲ୍ ।

ଏକ୍ସଟର ଏହି ସେଗମେଣ୍ଟରେ ପ୍ରଥମ ସ୍ମାର୍ଟ ସନରୁଫ୍ ଏବଂ ଡୁଆଲ୍ କ୍ୟାମେରା ଡ୍ୟାଶକ୍ୟାମ୍ ସହିତ ଆସିବ । ଏକ୍ସଟରରେ ସମସ୍ତ ଭେରିଏଣ୍ଟରେ ୨୬ ସେଫ୍ଟି ଫିଚର୍ସ ଏବଂ ଏଅଟ୍ରି ଟ୍ରିମ୍ସ(ଇ ଏଣ୍ଡ୍ ଏସ)ରେ ଏକ ବିକଳ୍ପ ରୂପେ ଉପଲବ୍ଧ ହେବ । ଏଥିରେ ଇଏସସି(ଇଲେକ୍ଟ୍ରୋନିକ୍ ଷ୍ଟେବିଲିଟି କଣ୍ଟ୍ରୋଲ), ବିଏସଏମ(ଭେଇକଲ ଷ୍ଟେବିଲିଟି ମ୍ୟାନେଜମେଣ୍ଟ) ଏବଂ ଏଚଏସି(ହିଲ୍ ଆସିଷ୍ଟ କଣ୍ଟ୍ରୋଲ) ଭଳି ସେଗମେଣ୍ଟ ଫିଚର୍ସରେ ପ୍ରଥମ ସାମିଲ । ଏହା ବ୍ୟତୀତ ହ୍ୟୁଣ୍ଡାଇ ଏକ୍ସଟରରେ ୩ ପଏଣ୍ଟ ସିଟ୍ ବେଲ୍ଟ ଏବଂ ସିଟବେଲ୍ଟ ରିମାଇଣ୍ଡର, କି-ଲେସ୍ ଏଣ୍ଟ୍ରିଲ, ଇବିଡି ସହିତ ଏବିଏସ୍, ରିୟର ପାର୍କିଂ ସେନ୍ସର, ଇଏସଏସ, ବର୍ଗଲର ଆଲାର୍ମ ଏବଂ ଅନ୍ୟ ସେଫ୍ଟ ଫିଚର୍ସ ମଧ୍ୟ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର