ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ କାହାକୁ ବେଶୀ ଭୟ କରନ୍ତି ? ଜାଣନ୍ତୁ

ଛତରପୁର – ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ୨୬ ବର୍ଷ ବୟସରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଲକ୍ଷ ଲକ୍ଷ ଲୋକେ ଭଲ ପାଉଛନ୍ତି । ନିଜର ବୟାନକୁ ନେଇ ବାବା ବାଗେଶ୍ୱର ସର୍ବଦା ଖବରରେ ରହିଛନ୍ତି । ଅନେକ ରାଜନୈତିକ ଦଳର ଅନେକ ବଡ଼ ବଡ଼ ପ୍ରସିଦ୍ଧ ନେତା ବାବା ବାଗେଶ୍ୱରଙ୍କ ଦରବାରରେ ମୁଣ୍ଡ ନୁଆଁଇ ସାରିଛନ୍ତି । ଏହି ସମୟରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଭିଡ଼ିଓରେ ବାବା ବାଗେଶ୍ୱରଙ୍କୁ ସାକ୍ଷାତକାରରେ ପଚରାଯାଉଛି କି ଧିରେନ୍ଦ୍ର ଶାସ୍ତ୍ରୀ କାହାକୁ ଡ଼ରନ୍ତି କି ? ଏହା ଉପରେ ଶାସ୍ତ୍ରୀ ଏମିତି ଜବାବ ଦେଇଛନ୍ତି କି ୃସେଠାରେ ବସି ଥିବା ସବୁ ଲୋକ ତାଳି ବଜାଇ ନାରା ଦେଇଥିଲେ।
ସାମ୍ୱାଦିକମାନେ ଯେବେ ଏହି ପ୍ରଶ୍ନ ପଚାରିଲେ, ସେତେବେଳେ ଧିରେନ୍ଦ୍ର ଶାସ୍ତ୍ରୀ କହିଥିଲେ ,କାହା ବାପାକୁ ବି ନୁହେଁ… । ଏହାକୁ ନେଇ ସାମ୍ୱାଦିକ ଆଉଥରେ ପଚାରିଲେ, କେବେ ଡ଼ର ଲାଗେନି ? ଧିରେନ୍ଦ୍ର ଶାସ୍ତ୍ରୀ କହିଲେ – କାହା ବାପାଙ୍କୁ ଡ଼ରିବି ? ଆମେ ନା କାହା କୋଠାକୁ କବଜା କରିଛୁ , ନା କାହା ଠାରୁ ଦାନ ନେଇଛୁ , ତେଣୁ କାହାକୁ କାହିଁକି ଡରିବୁ ?
ଧିରେନ୍ଦ୍ର ଶାସ୍ତ୍ରୀ ଜବାବରେ ଆହୁରି କହିଛନ୍ତି , ଆମେ କେବଳ ହନୁମାନ ଜୀ ଙ୍କୁ ଡ଼ରି ଥାଉ । ପାପକୁ ଡ଼ରି ଥାଉ । ଆମ ଦ୍ୱାରା କୌଣସି ଏମିତି କାମ ନହୋଇ ଯାଉ , ଯେଉଁଥିରେ ଧର୍ମର ପତନ ଦେଖିବାକୁ ପଡ଼ିବ , ବାସ୍ ଏଥିରେ ଡ଼ର ଲାଗେ । ବାବା ବାଗେଶ୍ୱରଙ୍କ ଏହି ଜବାବ ପରେ ଷ୍ଟୁଡିଓରେ ବସିଥିବା ଲୋକ ତାଳି ବଜାଇ ଜୟ ଶ୍ରୀରାମ ନାରା କହିବାକୁ ଲାଗିଲେ । ଧିରେନ୍ଦ୍ର ଶାସ୍ତ୍ରୀଙ୍କର ଏହି ଭିଡ଼ିଓ ଇନଷ୍ଟାଗ୍ରାମ୍ରେ ଖୁବ୍ ଭାଇରାଲ ହେଉଛି।
ଗତ ଦିନରେ ଧିରେନ୍ଦ୍ର ଶାସ୍ତ୍ରୀ ମହାରାଷ୍ଟ୍ରରେ ଦରବାର ଲଗେଇ ଥିଲେ । ଦରବାର ଲଗେଇବା ପୂର୍ବରୁ ପୁଲିସ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଏକ ନୋଟିସ ଜାରି କରିଥିଲେ। ପୁଲିସ ଆୟୋଜକଙ୍କୁ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ଯବସ୍ଥାର ଧ୍ୟାନ ରଖିବାକୁ କହିଥିଲେ । ଏହାସହ ପୁଲିସ ନୋଟିସ୍ରେ କହିଥିଲା କି କାର୍ଯ୍ୟକ୍ରମରେ କୌଣସି ବି ପ୍ରକାରର ବିବାଦୀୟ ବୟାନ ନହେବା ଉଚିତ୍ । ପୁଲିସ ନୋଟିସ ଜାରି କରି ପ୍ରୋଗ୍ରାମର ଆୟୋଜକଙ୍କୁ କହିଥିଲା କି ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସନ୍ଥ ତୁକାରାମଙ୍କ ବିଷୟରେ କୌଣସି ବି ବୟାନବାଜି ନଦେବା ଉଚିତ୍ ।