ଅବସର ନିଷ୍ପତ୍ତି ନେବାକୁ ପ୍ରଚୁର ସମୟ ରହିଛି, ଏବେ କୌଣସି ନିଷ୍ପତ୍ତି ନେବିନି: ମହେନ୍ଦ୍ର ସିଂହ ଧୋନୀ

ନୂଆଦିଲ୍ଲୀ ୨୪/ ୦୫: ‘ଅବସର ନିଷ୍ପତ୍ତି ନେବାକୁ ବହୁତ ସମୟ ଅଛି । ଏବେ ସେ ନେଇ କୌଣସି ନିଷ୍ପତ୍ତି ନେବିନି’। ଆଇପିଏଲରୁ ଅବସର ଚର୍ଚ୍ଚା ମଧ୍ୟରେ ଏଭଳି କହିଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ମଙ୍ଗଳବାର କ୍ବାଲିଫାୟର-୧ ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ହରାଇ ୧୦ମ ଥର ପାଇଁ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର୍ କିଙ୍ଗସ୍ । ୪୧ ବର୍ଷୀୟ ଧୋନିଙ୍କ ନେତୃତ୍ବରେ ଦଳ ଦମଦାର ପ୍ରଦର୍ଶନ କରିବା ସହିତ ସହଜ ବିଜୟ ହାସଲ କରିଥିଲା ।
The Chennai Super Kings Captain – MS Dhoni answers 𝗧𝗛𝗔𝗧 question again 😉#TATAIPL | #Qualifier1 | #GTvCSK | @msdhoni | @ChennaiIPL pic.twitter.com/drlIpcg5Q5
— IndianPremierLeague (@IPL) May 23, 2023
ମ୍ୟାଚ୍ ଶେଷ ହେବା ପରେ ପୁରସ୍କାର ବିତରଣ ସମାରୋହରେ ଧୋନିଙ୍କ ଅବସର ନେଇ ପଚରାଯିବାରୁ ସେ କହିଥିଲେ କି, ‘ଏ ନେଇ ନିଷ୍ପତ୍ତି ନେବାକୁ ଅନେକ ସମୟ ରହିଛି । ଆଗାମୀ ଆଇପିଏଲ୍ ପାଇଁ ଆହୁରି ୮/ ୯ ମାସ ସମୟ ରହିଛି । ନିଲାମୀ ପ୍ରକ୍ରିୟା ଡିସେମ୍ବର ମାସରେ ହେବ । ତେଣୁ ଆଇପିଏଲରେ ଭବିଷ୍ୟତକୁ ନେଇ ଏବେ ଠାରୁ କିଛି ନିଷ୍ପତ୍ତି ନେବିନି । କିନ୍ତୁ ଗୋଟିଏ କଥା କହିବି, ଅଭ୍ୟାସ ବିନା ଆଇପିଏଲ ଖେଳିବା ଶରୀର ଉପରେ ପ୍ରଭାବ ପକାଇଛି’।

ତେବେ ଖେଳାଳି ଭାବେ ହେଉ କିମ୍ବା ସହଯୋଗୀ ସଦସ୍ୟ, ସର୍ବଦା ଚେନ୍ନାଇ ସୁପର୍ କିଙ୍ଗସ୍ ସହିତ ଜଡିତ ରହିବେ କହିଛନ୍ତି ମହେନ୍ଦ୍ର ସିଂହ ଧୋନି । ୪୧ ବର୍ଷ ବୟସରେ ବି କିଭଳି ପ୍ରସ୍ତୁତି କରୁଛନ୍ତି ପ୍ରଶ୍ନରେ ମାହି କହିଛନ୍ତି, ‘ଗତ ଜାନୁଆରୀ ମାସ ଶେଷ ଠାରୁ ବାହାରେ ରହୁଛି । ୨୦୨୩ ସିଜିନରେ ଫିଟ୍ ରହିବା ପାଇଁ ପ୍ରସ୍ତୁତି କରିଥିଲି । ଏଥିପାଇଁ ଘରୁ ୪ ମାସ ହେଲା ବାହାରେ ରହିବାକୁ ପଡିଛି । ଜାନୁଆରୀ ୩୧ ତାରିଖରୁ ବାହାରେ ରହି ଅଭ୍ୟାସ ଆରମ୍ଭ କରିଥିଲି’।

ସୂଚନା ଯେ, ଚଳିତ ଆଇପିଏଲରେ ଧୋନି ଅଧିକ ବଲ୍ ଖେଳିବାର ସୁଯୋଗ ପାଇନଥିଲେ ସୁଦ୍ଧା ୧୮୫ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଛନ୍ତି । ମୋଟ ୧୪ଟି ମ୍ୟାଚରୁ ୧୦୪ ରନ କରିଛନ୍ତି ମାହି । ଯେଉଁଥିରେ ୧୦ଟି ଛକା ରହିଛି । ମାହିଙ୍କ ନେତୃତ୍ବରେ ଚେନ୍ନାଇ ୧୦ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ୫ମ ଥର ପାଇଁ ଚାମ୍ପିୟନ ହେବାକୁ ଜୋରଦାର ପ୍ରୟାସ କରିବ ।

Emotions in plenty 🤗
— IndianPremierLeague (@IPL) May 24, 2023
Moments of elation, pure joy and the feeling of making it to the Final of #TATAIPL 2023 💛
Watch it all here 🎥🔽 #GTvCSK | #Qualifier1 | @ChennaiIPL pic.twitter.com/4PLogH7fCg
He went viral when he gave "Thala" a grand welcome through his DJ console 👌
— IndianPremierLeague (@IPL) May 24, 2023
We got behind the scenes to find out more about DJ Zen – the man who has got Chepauk grooving to his tunes 💃🏻 🕺🏻 #TATAIPL | #GTvCSK | #Qualifier1 pic.twitter.com/0B15oN6ZiN