PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଟେନିସରୁ ଅବସର ନେଇଥାନ୍ତେ ରାଫେଲ ନାଦାଲ, ନିଷ୍ପତ୍ତି ବି ନେଇସାରିଥିଲେ: କିନ୍ତୁ ଶେଷ ମୁହୂର୍ତ୍ତରେ…

ନୂଆଦିଲ୍ଲୀ ୦୩/ ୦୭: ବିଶ୍ବର ଅନ୍ୟତମ ଷ୍ଟାର ଟେନିସ୍‌ ଖେଳାଳି ତଥା ସବୁଠାରୁ ଅଧିକ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ ଜିତିଥିବା ରେଫଲ୍‌ ନାଦାଲଙ୍କୁ ନେଇ ଏବେ ଚକିତ କରିବା ଭଳିତ ଖବର ଆସିଛି । ଲମ୍ବା ସମୟ ଧରି ଟେନିସ୍‌ରେ ଦବଦବା ଜାରି ରଖିଥିବା ନାଦାଲଙ୍କୁ ଏବେ ସ୍ବାସ୍ଥ୍ୟ ହିଁ ସାଥ୍‌ ଦେଉନାହିଁ । ତେଣୁ ସେ ଖୁବଶୀଘ୍ର ଟେନିସରୁ ବିଦାୟ ନେଉଥିବା ଚର୍ଚ୍ଚା ହେଉଥିଲା । ଆଉ ସେହି ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇଛି ରାଫେଲ ନାଦାଲଙ୍କ ଏକ ମନ୍ତବ୍ୟ । ସେ ନିଜେ ହିଁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ରାଫେଲ ନାଦାଲ କହିଛନ୍ତି, ‘କିଛି ସପ୍ତାହ ପୂର୍ବରୁ ବ୍ୟକ୍ତିଗତ ଭାବେ କିଛି ଠିକ୍ ଅନୁଭବ କରୁନାହିଁ । ସ୍ବାସ୍ଥ୍ୟ ସାଥ୍‌ ଦେଉନଥିଲା । ତେଣୁ ମୁଁ ଅବସର ନେବାକୁ ଆପାତତ୍‌ ଭାବିନେଇଥିଲି’ । ନାଦାଲଙ୍କ ଏହି ମନ୍ତବ୍ୟ ‘ମୁଁ ବହୁତ ନିକଟତର ଥିଲି’ରୁ ଚର୍ଚ୍ଚା ହେଉଛି ଯେ, ସେ ଖୁବଶୀଘ୍ର ଟେନିସ୍‌ରୁ ବିଦାୟ ନେବାକୁ ଚାହୁଁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ‘ସେ ଦିନ ଆସିବା ଭାବି ମୁଁ କେବେ ଭୟ କରିନାହିଁ । ଟେନିସ ମୋତେ ପରିଚୟ ଦେଇଛି । ମୋ ଜୀବନ ସହିତ ଟେନିସ ଅଙ୍ଗାଙ୍ଗୀ ଭାବେ ଜଡିତ । ଗତ ୩୦ ବର୍ଷ ହେଲା ଟେନିସ ମୋତେ ବହୁତ କିଛି ଦେଇଛି । କିନ୍ତୁ ଏହା ପରେ ବି ମୋର ଖବ ସୁନ୍ଦର ଜୀବନ ରହିଛି ବୋଲି ଭାବୁଛି’ ।

ଟେନିସ କ୍ୟାରିୟରରେ ୨୨ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ରାଫେଲ ନାଦାଲ ଅନେକ ସମୟରେ ଆହତ ସମସ୍ୟା ଦେଇ ଗତିକରିଛନ୍ତି । ଚଳିତ ବର୍ଷ ଦୁଇ ଦୁଇଟି ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ହୋଇସାରିଲେଣି ନାଦାଲ । ପ୍ରଥମେ ଅଷ୍ଟ୍ରେଲିଆନ୍‌ ଓପନ ପରେ ଫ୍ରେଞ୍ଚ୍‌ ଓପନ ଜିତିଥିବା ରାଫେଲଙ୍କ ଏବେ ଓ୍ବିମ୍ବଲଡନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଓ୍ବିମ୍ବଲଡନ୍‌ ଓପନର ଦ୍ବିତୀୟ ରାଉଣ୍ଡ ଜିତିସାରିବା ପରେ ନାଦାଲ ଏଭଳି ବୟାନ ଦେଇଛନ୍ତି । ବଡ କଥା ହେଉଛି କ୍ରୋନିକ୍‌ ଫୁଟ୍‌ ଡିଜିଜ୍‌ (ପାଦ ସମସ୍ୟା) ଦେଇ ଗତି କରୁଥିବା ନାଦାଲଙ୍କ ପାଇଁ ଟେନିସ୍‌ କୋର୍ଟରେ ଖେଳିବା ସମ୍ଭବପର ହେଉନାହିଁ । ଦୀର୍ଘଦିନ ହେଲା ସେ ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଅନେକ ସମୟରେ ସେ ସନ୍ନ୍ୟାସ ନେଉଥିବା ଚର୍ଚ୍ଚା ମଧ୍ୟ ଉଠିଥିଲା ।

ମ୍ୟୁଲେର୍‌ ଓ୍ବିସ୍‌ ସିଣ୍ଡ୍ରୋମ ଦେଇ ଗତି କରୁଥିବା ସତ୍ତ୍ବେ ଚଳିତ ବର୍ଷ ଦୁଇ ଦୁଇଟି ଗ୍ରାଣ୍ଡ ସ୍ଲାମ୍‌ ଜିତିସାରିଛନ୍ତି ରାଫେଲ ନାଦାଲ । କ୍ୟାରିୟରରେ ମୋଟ ୨୨ଟି ଟାଇଟଲ୍‌ ଜିତିଥିବା ନାଦାଲ ୨ ଥର ଅଷ୍ଟ୍ରେଲିଆନ୍‌ ଓପନ୍, ୧୪ ଥର ଫ୍ରେଞ୍ଚ ଓପନ୍, ୨ ଥର ଓ୍ବିମ୍ବଲଡନ୍‌ ଚାମ୍ପିୟନ ଏବଂ ୪ ଥର ୟୁଏସ୍‌ ଓପନ୍‌ ଚାମ୍ପିୟନ ହୋଇଛନ୍ତି ।

ସମ୍ବନ୍ଧିତ ଖବର