PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଅଗ୍ନିପଥ ଯୋଜନା: ବାୟୁସେନାରେ ଭର୍ତ୍ତି ପାଇଁ ଯୁବପୀଢିଙ୍କ ପ୍ରବଳ ଉତ୍ସାହ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଆବେଦନ

ନୂଆଦିଲ୍ଲୀ,୬।୭: ଅଗ୍ନିପଥ ଯୋଜନା ଅନୁସାରେ, ଭାରତୀୟ ବାୟୁସେନାରେ ‘ଅଗ୍ନିବୀର’ଙ୍କ ନିଯୁକ୍ତି ପାଇଁ ବହୁ ସଂଖ୍ୟାରେ ଆବେଦନ କରାଯାଇଛି। ଭାରତୀୟ ବାୟୁସେନା ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ଆବେଦନର ଅନ୍ତିମ ତାରିଖ ୫ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ମୋଟ ୭୪୯୮୯୯ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ବାୟୁସେନାର କୌଣସି ନିଯୁକ୍ତି ପାଇଁ ମିଳିଥିବା ଆବେଦନର ଏହା ସବୁଠାରୁ ବଡ ସଂଖ୍ୟା। ଏଭଳି ସ୍ଥିତିରେ କହିବା ଭୁଲ ହେବନି ଯେ, ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ରେକର୍ଡ ସଂଖ୍ୟାକ ଆବେଦନ କରାଯାଇଛି।

ଉଲ୍ଲେଖନୀୟ ଯେ, ଅଗ୍ନିପଥ ଯୋଜନାର ଘୋଷଣା ୧୪ ଜୁନ୍‌ରେ କରାଯାଇଥିଲା। ଯୋଜନା ଅନୁସାରେ, ତିନୋଟି ସେନାରେ ଅଗ୍ନିବୀରଙ୍କ ଭର୍ତ୍ତି କରାଯାଉଛି। ତାଙ୍କର ସମୟସୀମା ୪ ବର୍ଷ ରହିଛି। ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ଆବେଦନ ପକ୍ରିୟା ୨୪ ଜୁନ୍‌ରେ ଆରମ୍ଭ ହୋଇଥିଲା। ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ଓ୍ବେବସାଇଟ୍ agnipathvayu.cdac.in ରେ ଯାଇ ଆବେଦନ କରିବାର ଥିଲା। ବିଜ୍ଞାନରେ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ଥିଲେ। ବାୟୁସେନା​‌ରେ ମୋଟ ୩୫୦୦ ଅଗ୍ନିବୀରଙ୍କ ଭର୍ତ୍ତି ହେବାର ଅଛି। ଅନ୍ୟପକ୍ଷେ ସ୍ଥଳ ସେନା ଓ ନୌସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ରେଜିଷ୍ଟେ୍ରସନ୍ ପକ୍ରିୟା ୧ ଜୁଲାଇରୁ ଆରମ୍ଭ ହୋଇସାରିଛି।