PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ମାଲେସିୟା ଗସ୍ତରେ ଭାରତୀୟ ଜବାନ; ଉଭୟ ଦେଶ ମିଶି କରିବେ ସମରାଭ୍ୟାସ

Image Courtesy: India Today

ନୂଆଦିଲ୍ଲୀ,୧୨/୦୮: ଭାରତୀୟ ବାୟୁସେନାର ଏକ ଦଳ ଶୁକ୍ରବାର ମାଲେସିଆ ଗସ୍ତରେ ଯାଇଛନ୍ତି। ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗନେବେ। ଏହି କାର୍ଯ୍ୟକ୍ରମ ଭାରତୀୟ ବାୟୁସେନା ଓ ରୟାଲ ମାଲେସିୟାନ୍‌ ବାୟୁସେନା ମଧ୍ୟରେ ଯୁଦ୍ଧାଭ୍ୟାସ ପାଇଁ ଆୟୋଜନ କରାଯାଇଛି।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଦଳ Su-30 MKI ଏବଂ C-17 ବିମାନକୁ ନେଇ ‘ଉଦାରଶକ୍ତି’ କାର୍ଯ୍ୟକ୍ରମରେ ଭାଗନେବେ। ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର ଯବାନମାନେ ବହୁତ କିଛି ନୁତନ ଶିକ୍ଷା ହାସଲ କରିପାରିବେ। ଏହା ସହିତ ଯୁଦ୍ଧକ୍ଷମତା ଉପରେ ମଧ୍ୟ ଚର୍ଚ୍ଚା କରିପାରିବେ। ଚାରିଦିନିଆ ଏହି ସମରାଭ୍ୟାସରେ ଯବାନମାନେ ଆକାଶମାର୍ଗରେ ମଧ୍ୟ ସମରାଭ୍ୟାସ କରିବେ। ସୂଚନା ଥାଉକି ଭାରତୀୟ ଦଳ ଶୁକ୍ରବାର ସିଧାସଳଖ ଯାଇ କୁଆଁତାନରେ ଥିବା ରୟାଲ ମାଲେସିଆ ଏୟାରଫୋର୍ସ ବିମାନବନ୍ଦରରେ ଅବତରଣ କରିଥିଲେ।

ଅଧିକାରୀ କହିଛନ୍ତି ଯେ ଏହି ସମରାଭ୍ୟାସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱକୁ ଆହୁରି ମଜବୁତ କରିବ ଏବଂ ଦୁଇ ବାୟୁସେନା ମଧ୍ୟରେ ପ୍ରତିରକ୍ଷା ସହଯୋଗ ପାଇଁ ବାଟ ଫିଟାଇବ, ଯାହାଦ୍ୱାରା ଏହି ଅଞ୍ଚଳରେ ସୁରକ୍ଷା ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର