PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ରାଜସ୍ଥାନ ସ୍କୁଲ ପାଠ୍ୟକ୍ରମରେ ପଢାଯିବ ଅଭିନନ୍ଦନଙ୍କ ବୀରତ୍ବର ଗାଥା

ଜୟପୁର,୫।୩; ପାକିସ୍ତାନରେ ୬୦ ଘଣ୍ଟା ଅଟକ ପରେ ସ୍ବଦେଶ ଫେରି ଆସିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ  ସାହାସ ଓ ବୀରତ୍ବର ଗାଥା ଏବେ ରାଜସ୍ତାନର ସ୍କୁଲ ଗୁଡିକରେ ପଢାଯିବ। ଏ ସମ୍ପର୍କରେ ରାଜସ୍ଥାନର କଂଗ୍ରେସ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସରା ଗତ ସୋମବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବୀରତ୍ବ ଆମ ରାଜ୍ୟର ସ୍କୁଲ ପିଲାଙ୍କୁ ପଢାଯିବ। ଅଭିନନ୍ଦନଙ୍କ ସାହାସର କାହାଣୀ ସହ ପୁଲଓ୍ବାମା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ପାଠ୍ୟକ୍ରମରେ ସାମିଲ କରାଯିବ। ସେ ଏସମ୍ପର୍କରେ ଏକ ଫେସବୁକରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଫେସବୁକରେ ଲେଖିଛନ୍ତି ’ଯୋଧପୁରରୁ ପଢ, ନିକଟରେ ପାକିସ୍ତାନ ମାଟିରୁ ନିଜର ସାହାସ ଓ ବୀରତ୍ବର ପରିଚୟ ଦେଇ ଫେରିଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସମ୍ମାନ ସୂରପ ସରକାର ରାଜସ୍ଥାନର ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାର ନିଷ୍ପତ୍ତି ନେଇଛନ୍ତି। # ଅଭିନନ୍ଦନ ଦିବସ। ତେବେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ ଯେ ଅଭିନନ୍ଦନଙ୍କ ବୀରତ୍ବର ଗାଥା କେଉଁ ଶ୍ରେଣୀର ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନ ପାଇବ।