PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ପୁଣି କାର୍ଗିଲ ପରିସ୍ଥିତି ହେଲେ,ହେବ ଶେଷ ଯୁଦ୍ଧ

ନୂଆଦିଲ୍ଲୀ,୧୬।୭: କାର୍ଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ମାର୍ଶାଲ ବିଏସ୍‍ ଧନୋଆ ପାକିସ୍ତାନକୁ   ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ,ପୁଣିଥରେ ଯଦି କାର୍ଗିଲ ଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଶେଷ ଥର ପାଇଁ ଯୁଦ୍ଧ ହେବ ଓ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଏହାପରେ ପାକିସ୍ତାନ ପୁଣିଥରେ ଯୁଦ୍ଧ କରିବାକୁ ରହିବନି।

ପୁଣି ଯୁଦ୍ଧ ହେଲେ ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଧନୋଆ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ନୂଆ ଦିଲ୍ଲୀଠାରେ ‘ଅଭିଯାନ ଶ୍ୱେତ ସାଗରକୁ ୨୦ ବର୍ଷ’ ଶୀର୍ଷକ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଧନୋଆ ଏହା କହିଛନ୍ତି। ସେ କହିଛନ୍ତି କାର୍ଗିଲ ଭଳି ସଂଘର୍ଷ, ଆତଙ୍କବାଦୀ ଆକ୍ରମଣର ପ୍ରତିଜବାବ୍ ଦେବାକୁ  ବାୟୁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, କାର୍ଗିଲ ଯୁଦ୍ଧ ସମୟରେ ଧନୋଆ ୧୭ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମ ଥର ମିଗ-୨୧ ଯୁଦ୍ଧ ବିମାନ ପାହାଡ଼ ଉପରେ ରାତିରେ ବୋମା ବର୍ଷା କରିଥିଲା। ଅଭିଯାନ ବିଜୟ ସମୟରେ ପାହାଡ଼ରୁ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ପାଇଁ ଭାରତୀୟ ବାୟୁ ସେନା ‘ଅଭିଯାନ ଶ୍ୱେତ ସାଗର’ ଆରମ୍ଭ କରିଥିଲା। ସେ କହିଛନ୍ତି କାର୍ଗିଲ ଯୁଦ୍ଧ ପରେ ଭାରତୀୟ ବାୟୁସେନାର ଶକ୍ତି ବଢିଯାଇଛି।