PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଜୁଲାଇରେ ଭାରତ-ଫ୍ରାନ୍ସ ବାୟୁସେନାର ବୃହତ ଯୁଦ୍ଧାଭ୍ୟାସ, ରାଫେଲ୍ ଉଡାଇବେ ଏୟାରକ୍ରାଫ୍ଟ ପାଇଲଟ୍

source;zeenews.india.com

ନୁଆଦିଲ୍ଲୀ ୫/୬: ଭାରତୀୟ ବାୟୁସେନା ଆଗାମୀ ମାସରେ ବର୍ଷର ସବୁଠାରୁ ବଡ ଯୁଦ୍ଧାଭ୍ୟାସକୁ ଓହ୍ଲାଇବ । ଏଥିରେ ଭାରତ ଓ ଫ୍ରାନ୍ସର ବାୟୁସେନା ଆକାଶ ଯୁଦ୍ଧରେ ନିଜ କୌଶଳ ପ୍ରଦର୍ଶନ କରିବେ । ଏହି ଯୁଦ୍ଧାଭ୍ୟାସର ଖାସ୍ ବୈଶିଷ୍ଟ୍ଯ ହେଉଛି ଏହି ଅଭ୍ଯାସରେ ଭାରତୀୟ ବାୟୁସେନାର ସୁଖୋଇ-୩୦ ଲଢୁଆ ବିମାନକୁ ଫ୍ରାନ୍ସର ବାୟୁସେନାର ରାଫେଲ ଫାଇଟର୍ ସହିତ ଲଢିବ । ଭାରତୀୟ ବାୟୁସେନା ପାଇଁ ଏହା ଏକ ବଡ ସୁଯୋଗ । କାରଣ ଏଥିରେ ଏବେ ଆମ ପାଖରେ ଥିବା ଅସ୍ତ୍ର ଏବଂ ଭବିଷ୍ୟତରେ ଆମ ପାଖକୁ ଆସିବାକୁ ଥିବା ଅସ୍ତ୍ର ମଧ୍ଯରେ ଲଢେଇ ହେବ । ଫଳରେ ଉଭୟଙ୍କ ମଧ୍ୟରେ ମେରିଟ୍ ଓ ଡିମେରିଟ୍ ସମ୍ପର୍କରେ ଭଲଭାବେ ଜାଣିହେବ । ଫ୍ରାନ୍ସ ଓ ଭାରତ ୧୯୯୮ରେ ରଣନୈତିକ ପାର୍ଟନରସିପର ଚୁକ୍ତିରେ ଦସ୍ତଖତ କରିଥିଲେ । ଏବଂ ସେବେଠାରୁ ଉଭୟ ଦେଶର ସେନା ଏକାଠି ରଣଭ୍ୟାସ କରିଥାନ୍ତି ।

ଜୁଲାଇ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ତିବା ଗରୁଡ ୬ ଯୁଦ୍ଧାଭ୍ଯାସ୍ ୨ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଭାରତୀୟ ବାୟୁସେନା ୧୦ ସୁଖୋଇ, ୩୦ ଫାଇଟର୍ ଜେଟ୍ସ ବ୍ଯତୀତ ଆକାଶ(ଶୂନ୍ଯ)ରେ ଇନ୍ଧନ ଭରୁଥିବା ଟ୍ଯାଙ୍କର IL-78 ଓ IL 76ଅବାକ୍ସକୁ ନେଇକି ଯିବ । ଏହି ଅଭ୍ଯାସରେ ବାୟୁସେନାର ୧୫୦ରୁ ଅଧିକ ଅଧିକାରୀ ସାମିଲ ରହିବେ । ଗୁରଡ ଅଭ୍ଯାସର ପ୍ରାରମ୍ଭ ୨୦୦୩ରେ ଗ୍ୱାଲିୟର ଏୟାରବେସରେ ହୋଇଥିଲା । ଏହା ପରେ ଅନେକ ଥର ଏହି ଅଭ୍ଯାସ ଭାରତ ଓ ଫ୍ରାନ୍ସରେ ହୋଇସାରିଛି । ଶେଷ ଥର ପାଇଁ ଏହି ଅଭ୍ଯାସ ୨୦୧୪ରେ ହୋଇଥିଲା । ଏହି ଅଭ୍ଯାସରେ ଭାରତୀୟ ବାୟୁସେନାକୁ ବିଶ୍ୱର ସର୍ବୋକୃଷ୍ଟ ବାୟୁସେନା ବୋଲି ବିବେଚନା କରାଯାଉଥିବା ଫ୍ରାନ୍ସର ବାୟୁସେନା ସହିତ କାମ କରିବାର କୌଶଳ ଓ ଉପକରଣ ସମ୍ପର୍କରେ ବୁଝିବାକୁ ଓ ଶିଖିବାକୁ ସୁଯୋଗ ମିଳିବ ।