ନୂଆଦିଲ୍ଲୀ ୦୬/୧୨: ଚର୍ଚ୍ଚିତ ଆଏଏସ୍ ଅଫିସର ଅଶୋକ ଖେମ୍କାଙ୍କୁ ପୁଣି ବଦଳି କରାଯାଇଛି । ତାଙ୍କୁ ହରିଆଣା ପରିବହନ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ସେ ପ୍ରିଣ୍ଟିଂ ଓ ଷ୍ଟେସନାରୀ ବିଭାଗରେ କାର୍ଯ୍ୟ କରୁଥିଲେ । ଏହା ହେଉଛି ତାଙ୍କ ୩୩ ବର୍ଷ ଚାକିରି କାଳ ଭିତରେ ୫୮ତମ ବଦଳି ।
ଦୁର୍ନୀତି ବିରୋଧରେ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ପ୍ରତି ୬ମାସରେ ଥରେ ବଦଳି କରାଯାଉଛି । ସବୁଠାରୁ ବଡକଥା ହେଉଛି ତାଙ୍କର ଚାକିରି କାଳ ଆଉ ୫ମାସ ରହିଛି । ଅର୍ଥାତ ୨୦୨୫ ଏପ୍ରିଲରେ ସେ ଅବସର ଗ୍ରହଣ କରିବେ । ଏଭଳି ସମୟରେ ତାଙ୍କ କୋଲକାତାର ବାସିନ୍ଦା ହୋଇଥିଲା ବେଳେ ତାଙ୍କୁ ହରିଆଣା କ୍ୟାଡର ମିଳିଥିଲା । ଲଗାତାର ଭାବେ ବଦଳି ଯୋଗୁ ସେ ଟ୍ରାନ୍ସଫରମ୍ୟାନ୍ ଭାବେ ଜଣାଶୁଣା ହୋଇଛନ୍ତି ।