PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଦୃଷ୍ଟାନ୍ତ ସୃଷ୍ଟି କଲେ ଆଇଏଏସ ଅଧିକାରୀ: ୩୬ ହଜାର ଟଙ୍କାରେ କରିବେ ପୁଅ ବାହାଘର

source:www.youthkiawaaz.com

ବିଶାଖାପାଟଣା,୭ ।୨(ଏଜେନ୍ସି): ଆଜିକାଲି ପ୍ରାୟ ସମସ୍ତ ବର୍ଗର ଲୋକେ ବିବାହ ଉତ୍ସବରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତିକି ମଧ୍ୟବିତ୍ତ ପରିବାର ବି ଏପରି ବ୍ୟୟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ଏପରି ସ୍ଥିତିରେ ଆନ୍ଧ୍ରପ୍ରଦେଶର ଜଣେ ଆଇଏଏସ ଅଧିକାରୀ ଅତି ସାଧାରଣ ଭାବେ ଏବଂ କମ୍‌ ଖର୍ଚ୍ଚରେ ପିଲାମାନଙ୍କ ବିବାହ କରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଶାଖାପାଟଣା ମେଟ୍ରୋପଲିଟାନ ରିଜନ ଡେଭଲେପମେଣ୍ଟ ଅଥରିଟିର କମିଶନର ଭାବେ କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀ ପତନାଲା ବସନ୍ତ କୁମାର ନିଜ ପୁଅର ବାହାଘର ମାତ୍ର ୩୬,୦୦୦ ଟଙ୍କାରେ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।
ଆସନ୍ତା ୧୦ ତାରିଖରେ ତାଙ୍କ ପୁଅର ବିବାହ ହେବାର ଥିଲାବେଳେ ଏଥିପାଇଁ ଉଭୟ ବର ଓ କନ୍ୟା ୧୮,୦୦୦ ଟଙ୍କା ଲେଖାଁଏ ବ୍ୟୟ କରିବେ । ଏହି ବିବାହ ଉତ୍ସବରେ ରାଜ୍ୟର ରାଜ୍ୟପାଳ ଇ ଏସ ଏଲ ନରସିଂହମ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବସନ୍ତ କୁମାର ପୂର୍ବରୁ ରାଜଭବନରେ ଯୁଗ୍ମ ସଚିବ ଏବଂ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ କାର୍ଯ୍ୟ କରିଥିଲେ । ସେ ଗତ ବର୍ଷ ତାଙ୍କ ଝିଅ ବାହାଘର ବି ଅତି ସାଧାରଣ ଭାବେ ଆୟୋଜନ କରିଥିଲେ । ଏଥିପାଇଁ ମାତ୍ର ୧୬,୧୦୦ ଟଙ୍କା ବ୍ୟୟ କରାଯାଇଥିଲା ।
ବିବାହ ଆୟୋଜନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯିବା ଏବଂ ଜାକଜମକରେ ଏଭଳି ଉତ୍ସବ ଆୟୋଜନ କରିବା ପାଇଁ ଏବେ ସମସ୍ତଙ୍କ ଭିତରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲୁଛି । ଏହାଯୋଗୁ ଅନେକ ଲୋକଙ୍କ ଉପରେ ଅଯଥା ଆର୍ଥିକ ବୋଝ ବି ପଡୁଛି । ତେଣୁ ସମାଜରୁ ଏ ପ୍ରକାର ସମସ୍ୟା ଦୂର କରିବା ଦିଗରେ ବସନ୍ତ କୁମାରଙ୍କ ପ୍ରଶଂସନୀୟ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର