ନୂଆଦିଲ୍ଲୀ - ରାଜସ୍ଥାନର ବାଡ଼ମେରର ଜିଲ୍ଲା ମାଜିଷ୍ଟ୍ରେଟ୍ ଟିନା ଡାବି ପ୍ରାୟତଃ କୌଣସି ନା କୌଣସି କାରଣରୁ ଖବରରେ ରହି ଥା‘ନ୍ତି। ଟିନା ଡାବିଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ସେଥିରେ ସେ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବାର ଦେଖା ଯାଉଛି। ଟିନାଙ୍କର ଦିଗ ନିର୍ଣ୍ଣୟ କରିବା ନେଇ ବିଚଳିତ ହେବା , ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ସେ ପତାକା ଉତ୍ତୋଳନ କରିବା ପରେ ସଲାମ କରିବା ସମୟରେ ଦ୍ୱନ୍ଦ୍ୱରେ ପଡ଼ି ଥିଲେ। ସେ କେଉଁ ଦିଗକୁ ସଲାମ କରିବେ ତାହା ବୁଝିପାରୁ ନଥିଲେ।

ଏହାସହ ମଧ୍ୟ ପଢନ୍ତୁ : ସୁନ୍ଦରଗଡ଼ର ମହିଳା ଲୋକୋ ପାଇଲଟଙ୍କ ପ୍ରେରଣାଦାୟୀ ଯାତ୍ରା, ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ମୁନ୍ନି ଟିଗାଙ୍କ ସଂଘର୍ଷ କଥା

ଉଲ୍ଲେଖନୀୟ ଯେ, ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ଉତ୍ସବରେ ପୁଲିସ ଅଧିକାରୀ, ସ୍କୁଲ ପିଲା ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜାତୀୟ ସଙ୍ଗୀତ ବାଜୁ ଥିଲା ଏବଂ ସମସ୍ତେ ଶୃଙ୍ଖଳାଗତ ଭାବରେ ଠିଆ ହୋଇ ଥିଲେ। ନିର୍ଦ୍ଦିଷ୍ଟ ପ୍ରୋଟୋକଲ ପାଳନ କରୁଥିଲେ। ଏହି ସମୟରେ ଟିନା ପତାକା ଉତ୍ତୋଳନ କରିଥିଲେ ଏବଂ ସାଲ୍ୟୁଟ୍ କରିବା ପାଇଁ ତେର୍ଛା ଠିଆ ହୋଇ ଥିଲେ।

ସୁରକ୍ଷାକର୍ମୀ ସାହାଯ୍ୟ କରି ଥିଲେ :

ଆଇଏଏସ୍ ଅଧିକାରୀ ଜଣକ ବୁଝି ପାରି ନଥିଲେ ,ସେ କେଉଁ ଦିଗକୁ ବୁଲି ସାଲ୍ୟୁଟ୍ କରିବେ। ସେ କିଛି ସମୟ ଏପଟ ସେପଟ ମଧ୍ୟ ବୁଲନ୍ତି। ଏହି ସମୟରେ ତାଙ୍କ ପଛରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଇଙ୍ଗିତ କରି ସଠିକ୍ ଦିଗର ସୂଚନା ଦେଇ ଥିଲେ। ଭିଡିଓରେ ଏହା ଜଣାପଡ଼ୁଛି ଯେ, ତାଙ୍କୁ ଜଣା ନାହିଁ ପତାକା ଉତ୍ତୋଳନ କରିବା ପରେ କଣ କରିବାର ଅଛି।

କାର୍ଯ୍ୟକ୍ରମର ଏବେ ଏହି ଛୋଟିଆ କ୍ଷଣ ସୋସିଆଲ ମିଡ଼ିଆରେ ୟୁଜରଙ୍କ ମଧ୍ୟରେ ଆଲୋଚନାର ବିଷଯ ସାଜିଛି। ଭିଡ଼ିଓ ଦେଖିବା କ୍ଷଣି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ,ଫେସବୁକ୍ ଓ ଇନଷ୍ଟାଗ୍ରାମ ଖୁବ୍ ଜୋରରେ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ ପ୍ରକାରର ପ୍ରଶ୍ନ କରୁଛନ୍ତି। ଅନ୍ୟପଟେ ଅନେକ ୟୁଜରଙ୍କ କହିବାର ଅଛି ଯେ , କାମର ବୋଝ ଯୋଗୁଁ ଏମିତି ହେବା ସ୍ୱାଭାବିତ।

ସ୍ପଷ୍ଟୀକରଣ ଦେଲେ ଟିନା ଡାବି –

ଏହି ମଧ୍ୟରେ ଟିନା ଭିଡ଼ିଓ ଭାଇରାଲ ହେବା ପରେ ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ, କାର୍ଯ୍ୟକ୍ରମ ସ୍ଥଳରେ ଉଭୟ ପାର୍ଶ୍ୱରେ କର୍ମଚାରୀ ଠିଆ ହୋଇ ଥିଲେ, ଏହି ସ୍ଥିତିରେ ତାଙ୍କୁ ଦେଖି ସ୍ୱାଭାବିକ ଭାବେ କିଛି ମାତ୍ରାରେ ତେର୍ଛା ଠିଆ ହୋଇ ଯାଇ ଥିଲେ। ସେ ଏହାକୁ ସାଧାରଣ ସ୍ଥିତି ଦର୍ଶାଇ କହିଥିଲେ ଯେ,ସେ କୌଣସି ଅସମ୍ମାନ କରି ନାହାନ୍ତି।