କଟକ, ୨୮।୭ : ଆଇଏଏସ  ବିଷ୍ନୁପଦ ସେଠୀଙ୍କ  ବଢିଲା ଅଡୁଆ।  ବିଷ୍ନୁପଦଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏକ ମାମଲାରେ  ଆଗୁଆ ଜାମିନ ଆବେଦନ ଆବେଦନ କରିଥିଲେ  ବିଷ୍ନୁପଦ। ଗତ ୧୫ ତାରିଖରେ କେସ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ।  ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ତେବେ ଆଗୁଆ ଜାମିନ ନମିଳିବାରୁ ଆଗକୁ ହୁଏତ ବିଷ୍ନୁପଦ ଅଡୁଆରେ ପଡି ପାରନ୍ତି।

 ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଫସିଛନ୍ତି ଆଇଏଏସ ବିଷ୍ଣୁପଦ ସେଠୀ। ଏପରିକି ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ ଟିମ୍ । ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ। କିନ୍ତୁ ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ। ତେବେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯାହା ଖାରଜ ହୋଇଛି।