PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଶ୍ବକପ୍ ସରିବା ପରେ ଜାରି ହେଲା ନୂଆ ଦିନିକିଆ ଟିମ୍ ରାଙ୍କିଙ୍ଗ୍, ଏହି ସ୍ଥାନରେ ରହିଛି ଭାରତ

ଇଂଲଣ୍ଡ ଟିମ୍ ଆଇସିସି ବିଶ୍ବକପ-୨୦୧୯କୁ ନିଜ ନାଁରେ ନାମିତ କରିଦେଇଛି। ଫାଇନାଲ ମୁକାବିଲାରେ ସେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି। ଭଭୟ ଟିମ୍ ମଧ୍ୟରେ ଖେଳା ଯାଇଥିବା ମୁକାବିଲା ଡ୍ର ହୋଇଯାଇଥିଲା। ତଥାପି ମ୍ୟାଚଟି ବଡ଼ ରୋମାଞ୍ଚକର ଥିଲା।

ବିଶ୍ବକପ ଖେଳର ସମାପ୍ତି ପରେ ଆଇସିସି ଦିନିକିଆ ମ୍ୟାଚର ରାଙ୍କ ଘୋଷଣା କରିଛି। ଚଳିତ ବିଶ୍ବକପର ବିଜେତା ଇଂଲଣ୍ଡ ତାର ପ୍ରଥମ ସ୍ଥାନ ଅଧିକାର କରିସାରିଛି। ଇଂଲଣ୍ଡ ଫାଇନାଲ ମୁକାବିଲାରେ ବିଜୟ ହାସଲ କରିଥିବାରୁ ରେଟିଂ ପଏଣ୍ଟରେ ଶୀର୍ଷକ ସ୍ଥାନରେ ରହିଛି। ତେବେ ଇଂଲଣ୍ଡର ୧୨୫ ପଏଣ୍ଟ ରେଟିଂରେ ଅଛି।

ସେହିଭଳି ବିଶ୍ବକପ ମୁକାବିଲା ମ୍ୟାଚରେ ପରାଜିତ ଟିମ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି।  ନ୍ୟୁଜିଲାଣ୍ଡ ରେଟିଂ ପଏଣ୍ଟ ହେଉଛି ୧୧୨। ଟିମ୍ ଇଣ୍ଡିଆ ବିଶ୍ବକପ ସେମିଫାଇନାଲ ମ୍ୟଚରେ ୧୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରିବା ସତ୍ତେ୍ବ ରେଟିଂ ଆଧାରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଭାରତ ରେଟିଂ ହେଉଛି ୧୨୨ ପଏଣ୍ଟ। ବିଶ୍ବକପରେ ଭଲ ଖେଳ ପ୍ରଦର୍ଶନ କରିଥିବା ଅଷ୍ଟେ୍ରଲିଆ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟିମ ଟାରୁ ପରାସ୍ତ ହେବା ପରେ ୨ ପଏଣ୍ଟ ହରାଇବା ସହ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ବକପରେ ଦକ୍ଷିତ ଆଫ୍ରିକା ଦ୍ବିତୀୟ ସ୍ଥାନରେ ରହିବା ସହ ୧୧୦ ପଏଣ୍ଟ ଅଧିକାର କରିଛି। ସେହିଭଳି ପାକିସ୍ତାନ ଷଷ୍ଠ ସ୍ଥାନରେ ରହିବା ସହିତ ୯୭ ପଏଣ୍ଟରେ ରହିଛି। ଏହା ପରେ ବାଂଲାଦେଶ, ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଆଫଗାନିସ୍ତାନର ନମ୍ବର ଆସିବ।

ସମ୍ବନ୍ଧିତ ଖବର