ନୂଆଦିଲ୍ଲୀ,୨୪/୦୨; କ୍ରିକେଟର ମଜା ନେବେ ଫ୍ୟାନ୍ସ । ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ସରୁ ସରୁ ଆରମ୍ଭ ହେବ ମହିଳା ଟି-ଟ୍ୱେଣ୍ଟି ମୁକାବିଲା । ଜୁନ ୧୨ ତାରିଖରୁ ଆରମ୍ଭ ହେବ ବିଶ୍ୱକପ ଲଢେଇ । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ସୂଚୀ ଘୋଷଣା ହୋଇଛି । ୧୨ଟି ଟିମ୍ ସେମି ଏବଂ ଫାଇନାଲ ସମେତ ୩୩ଟି ମ୍ୟାଚ ଖେଳିବେ । ପାରମ୍ପିରକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ହର୍ମନପ୍ରୀତ । ଜୁନ୍ ୧୪ ତାରଖରେ ଏହି ମ୍ୟାଚ ଖେଳାଯିବ । ଦିନିକିଆ ବିଶ୍ୱକପ ଜିତିବା ପରେ ଦୃଢମନୋବଳରେ ଥିବା ଭାରତ ଟି-ଟ୍ୱେଣ୍ଟି କପ ଜିତିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।
ଭାରତ ଏବଂ ପାକିସ୍ତାନ ଗ୍ରୁପ ୧ରେ ରହିଛନ୍ତି । କ୍ରିକେଟ ପ୍ରେମୀଙ୍କୁ ପୁଣିଥରେ ମହିଳା ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବାକୁ ମିଳିବ । ଇସିବି ଦ୍ୱାରା ଜାରି ହୋଇଥିବା କ୍ରୀଡାସୂଚୀ ଅନୁସାରେ ଜୁନ ୧୪ରେ ଗ୍ରୁପ ୧ ମ୍ୟାଚରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଶ୍ରୀଲଙ୍କାକୁ ଭେଟିବ । ୧୨ ଜୁନ୍ରୁ ଜୁଲାଇ ୫ ଯାଏ ଟୁର୍ଣ୍ଣାମେଣ୍ଟର ଦଶମ ସଂସ୍କରଣ ଚାଲିବ । ୧୨ଟି ଦଳ ଟାଇଟଲ ପାଇଁ ଲଢିବେ ଯାହା ଟୁର୍ଣ୍ଣାମେଣ୍ଟ ଇତିହାସରେ ବଡ଼
ଏହା ବି ପଢନ୍ତୁ...ବିରାଟଙ୍କ ବିନା ଟାର୍ଗେଟ ପିଛା କରିବା କାହିଁକି ମୁସ୍କିଲ ? ରୋହିତ-କୋହଲିଙ୍କୁ ମନେ ପକାଉଛନ୍ତି ଭାରତରୁ-ପାକିସ୍ତାନ ଫ୍ୟାନ୍ସ
ICC ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଗ୍ରୁପ
ଗ୍ରୁପ ୧- ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଇଣ୍ଡିଆ, ପାକିସ୍ତାନ, ବାଂଲାଦେଶ ଏବଂ ନେଦରଲାଣ୍ଡ୍ସ
ଗ୍ରୁପ-୨ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲାଣ୍ଡ
ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ସିଡ୍ୟୁଲ, ଭାରତ ମ୍ୟାଚ
ଜୁନ୍ ୧୪- ଭାରତ ବନାମ ପାକିସ୍ତାନ (ଏଜବାଷ୍ଟେନ୍)
ଜୁନ୍-୧୭- ଭାରତ ବନାମ ନେଦରଲାଣ୍ଡ୍ସ
ଜୁନ୍ ୨୧- ଭାରତ ବନାମ ସାଉଥ ଆଫ୍ରିକା
ଜୁନ୍ ୨୫- ଭାରତ ବନାମ ବାଂଲାଦେଶ ( ବ୍ରିଷ୍ଟଲ କ୍ରିକେଟ ଗ୍ରାଉଣ୍ଡ)
ଜୁନ୍ ୨୮- ଅଷ୍ଟ୍ରେଲିଆ ବନାମ ଭାରତ (ଲର୍ଡସ କ୍ରିକେଟ ଗ୍ରାଉଣ୍ଡ)
ଜୁନ୍ ୩୦ରେ ପ୍ରଥମ ସେମିଫାଇନାଲ
ଜୁଲାଇ -୨ରେ ଦ୍ୱିତୀୟ ସେମିଫାଇନାଲ
ଜୁଲାଇ ୫ରେ ଫାଇନାଲ ଫାଇଟ୍