ନୂଆଦିଲ୍ଲୀ,୨୪/୦୨; କଥାରେ ଅଛି ପାଖରେ ଥିବା ଜିନିଷର ଗୁରୁତ୍ୱ ସେବେ ଅନୁଭବ ହୁଏ ଯେବେ ଚାରିଆଡ ଅନ୍ଧାର ହୋଇଯାଏ । ଛତାର ଦରକାର ସେବେ ପଡ଼େ ଯେବେ ବର୍ଷା ପାଣିକୁ ନିୟନ୍ତ୍ରଣ ବାହାରେ ଥାଏ । ଗତ ବିଶ୍ୱକପ ଜିତିବା ପରେ ଯିଏ ଅବସର ନେଇଗଲେ ଆଜି ୧୪୦ କୋଟି ଭାରତୀୟ ତାଙ୍କୁ ମନେ ପକାଉଛନ୍ତି । ହିଟମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଗୁରୁତ୍ୱ ଏବେ ଜାଣାପଡୁଛି । ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ସୁପର ୮ରେ ଭାରତ ଦ.ଆଫ୍ରିକାଠୁ ହାରିବା ପରେ ଏବେ ସୋସିଆଲ ମିଡିଆରେ ରୋହିତ ଓ କୋହଲି ଟ୍ରେଣ୍ଡ କରୁଛନ୍ତି । ଚେଜ୍ମାଷ୍ଟର ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ମନେ ପକାଉଛନ୍ତି ଫ୍ୟାନ୍ସ ।
ଲକ୍ଷ୍ୟ ପିଛା କରିବା କାହିଁକି କଷ୍ଟକର ? ଚଳିତ ବିଶ୍ୱକପରେ, ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ୪ଟି ମ୍ୟାଚ୍ ଜିତିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୮୮ ରନର ଲକ୍ଷ୍ୟ ପିଛା କରି ଦଳ ୧୯ ଓଭର ପୂର୍ବରୁ ୧୧୧ ରନରେ ଅଲଆଉଟ୍ ହୋଇଯାଇଥିଲା । ପୂର୍ବତନ ପାକିସ୍ତାନୀ ପେସର ମହମ୍ମଦ ଆମିର ଏକ ପାକିସ୍ତାନୀ ଟିଭି ଶୋ ରେ କହିଥିଲେ, "ବିଶ୍ୱକପରେ ପ୍ରଥମ ଥର ପାଇଁ, ଲକ୍ଷ୍ୟ ପିଛା କରିବା ସମୟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ପ୍ରଭାବିତ ହୋଇଛି । ଲୋକମାନେ ଭୁଲି ଯାଉଛନ୍ତି ଯେ, ବିଶ୍ୱ ଚାମ୍ପିଅନ୍ ଦଳରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଥିଲେ, ଯେଉଁମାନେ ପରିସ୍ଥିତି ସହିତ ମ୍ୟାଚ୍ କୁ ଖାପ ଖୁଆଇ ପାରିବେ ।" ଲକ୍ଷ୍ୟ ପିଛା କରିବା ସମୟରେ ସମସ୍ତ ଟି୨୦ ବିଶ୍ୱକପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ରେକର୍ଡ ୧୨-୨ ଥିବା ବେଳେ, ଏହା ମଧ୍ୟ ସତ୍ୟ ଯେ ଭାରତୀୟ ଦଳ ଏପର୍ଯ୍ୟନ୍ତ କେବଳ ୩ ଥର ୧୬୦+ ଲକ୍ଷ୍ୟ ପିଛା କରିବାରେ ସଫଳ ହୋଇଛି । ଏହି ୩ ଥର ବିରାଟ କୋହଲି ଟିମ୍ ଇଣ୍ଡିଆର ବିଜୟର ହିରୋ ପ୍ରମାଣିତ ହୋଇଥିଲେ ।
ଟି-୨୦ ବିଶ୍ୱକପରେ ଟାର୍ଗେଟ ପିଛା କରି କୋହଲିଙ୍କ ବିରାଟ ପାଳି -୭୨* (୪୪) ବନାମ ଦକ୍ଷିଣ ଆଫ୍ରିକା ୧୭୨/୪; ଭାରତ ୧୭୬/୪ ଢାକା, ୨୦୧୪୮୨* (୫୧) ବନାମ ଅଷ୍ଟ୍ରେଲିଆ ୧୬୦/୬; ଭାରତ ୧୬୧୪ ମୋହାଲି, ୨୦୧୬୮୨* (୫୩) ବନାମ ପାକିସ୍ତାନ ୧୫୯/୮; ଭାରତ ୧୬୦/୬ ମେଲବୋର୍ଣ୍ଣ, ୨୦୨୨୩ ଥର, ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଏପରିକି ପାକିସ୍ତାନୀ ପ୍ରଶଂସକମାନେ ନିଜ ପରାଜୟ ଅପେକ୍ଷା ବିରାଟଙ୍କ ମହାନ ଇନିଂସକୁ ଅଧିକ ପ୍ରଶଂସା କରଥିବା ଦେଖିବାକୁ ମିଲିଥିଲା ।
'ରୋ-କୋଙ୍କ ପାଇଁ ଭଲ ରେକର୍ଡ'- ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ଏକ ଟିଭି ଚ୍ୟାନେଲରେ କହିଛନ୍ତି,ଲଗାତାର ୧୨ ବିଜୟର ରେକର୍ଡ ଏହି ଦଳର ନୁହେଁ । ସେତେବେଳେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ନଥିଲେ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ବିରାଟ କୋହଲିଙ୍କ ମ୍ୟାଚ୍ ବିଜୟୀ ଇନିଂସ ଦଳକୁ ଏହି ସ୍ଥାନରେ ପହଞ୍ଚାଇଥିଲା । ତେଣୁ, ଲଗାତାର ୧୨ ବିଜୟର ରେକର୍ଡକୁ ଏହି ଦଳ ସହିତ ଯୋଡିହେବ ନାହିଁ ।"
ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ର ସୁପର-୮: ସନ୍ଧ୍ୟାରେ ପାକିସ୍ତାନ-ଇଂଲଣ୍ଡ ମୁକାବିଲା, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ସଲମାନ ସେନା
ବିଶ୍ୱକପରେ ବିରାଟ-ରୋହିତ ନମ୍ବର ୧ ଏବଂ ନମ୍ବର ୨- ଟି-୨୦ ବିଶ୍ୱକପରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ବିରାଟ କୋହଲିଙ୍କ ନାମରେ ଅଛି । ତାଙ୍କ ପରେ ରୋହିତ ଶର୍ମା ଅଛନ୍ତି । ୩୫ଟି-୨୦ ବିଶ୍ୱକପ ମ୍ୟାଚରେ ବିରାଟ କୋହଲି ସର୍ବାଧିକ ରନ (୧୨୯୨ ରନ) (ହାରାହାରି ୫୯, ଷ୍ଟ୍ରାଇକରେଟ୍ ୧୨୯) କରିଛନ୍ତି । ରୋହିତ ଶର୍ମା ୪୭ ମ୍ୟାଚରେ ୧୨୨୦ ରନ (ହାରାହାରି ୩୫, ଷ୍ଟ୍ରାଇକରେଟ୍ ୧୩୩) ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
୨୦୨୪ ବିଶ୍ୱକପର ଜିତିବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମସିହାରେ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସଂଯୋଗବଶତଃ, ରବିନ୍ଦ୍ର ଜାଡେଜା ମଧ୍ୟ ସେହି ଦିନ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଗତ ୯ଟି ବିଶ୍ୱକପରେ ଭାରତ ୫୭ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ୩୯ଟିରେ ବିଜୟୀ ହୋଇଛି ଏବଂ ୧୬ଟିରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ୍ ଡ୍ର ହୋଇଛି ।