ବିଶ୍ୱକପ ୨୦୧୯ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ

ଟାଂଟନ ୧୭।୬: ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୨୩ ତମ ମ୍ୟାଚ ଆଜି ଟାଂଟନ ରେ ଖେଳାଯିବ । ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ମଧ୍ୟରେ ଖେଲାଯିବାକୁ ଥିବା ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ବାଂଲାଦେଶ । ତେବେ ଟସ୍ ହାରିବା ସହିତ ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ । ତେବେ ରସେଲ ଓ ଗେଲ ଝଡ ଅପେକ୍ଷାରେ ରହିଛନ୍ତି କ୍ରିକେଟପ୍ରେମୀ ।
ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୪ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ବାତିଲ ଓ ୨ଟି ପରାଜୟ ସହିତ ମୋଟ ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ଖେଳିଥିବା ମୋଟ ୪ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ବାତିଲ ଓ ୨ଟି ପରାଜୟ ସହିତ ମୋଟ ୩ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ତେବେ ଆଜି ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।
ୱେଷ୍ଟ ଇଣ୍ଡିଜ୍ – କ୍ରିସ୍ ଗେଲ୍, ଇଭିନ୍ ଲୁଇସ୍, ସାଇ ହୋପ୍(ୱିକେଟ ରକ୍ଷକ), ଡାରେନ୍ ବ୍ରାଭୋ, ନିକୋଲାସ୍ ପୁରାନ୍, ସିମରନ ହେଟମାୟର, ଜେସନ ହୋଲ୍ଡର(ଅଧିନାୟକ), ଆଣ୍ଡ୍ର୍ୟୁ ରସେଲ୍, ଶେଲଡନ୍ କଟ୍ରେଲ୍, ଓସେନ ଥୋମାସ୍, ଶାନନ୍ ଗାବ୍ରିଏଲ୍
ବାଂଲାଦେଶ- ତମିମ୍ ଇକବାଲ୍, ସୌମ୍ୟ ସରକାର, ଶାକିବ୍ ଉଲ୍ ହସନ, ମୁଶଫିକୁର ରହିମ୍(ୱିକେଟ ରକ୍ଷକ), ଲିଟନ ଦାସ, ମହମୁଦୁଲ୍ଲା, ମୋସାଦ୍ଦେକ୍ ହୋସେନ, ମଦମ୍ମଦ ସୈଫୁଦ୍ଦିନ, ମେହିଦି ହସାନ୍, ମସରଫେ ମୁର୍ତଜା(ଅଧିନାୟକ), ମୁସ୍ତାଫିଜୁର ରେହମାନ