PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ : ୨୦୨୩ ଓ ୨୦୨୫ ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ

ଦୁବାଇ,୨୨/୦୯: ଚଳିତ ୨୦୨୨/୨୩ ଓ ଆଗାମୀ ୨୦୨୪/୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ରର ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ ହୋଇଛି । ପ୍ରଥମ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡର ସାଉଥମ୍ପଟନ ଠାରେ ଖେଳାଯାଇଥିଲା । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଟାଇଟଲ ଅର୍ଜନ କରିଥିଲା ।

ଚଳିତ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଐତିହାସିକ ଓଭାଲ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବ । ଜୁନ୍‌ ମାସରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ । ପୂର୍ବରୁ ୨୦୦୪ ଓ ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ଓଭାଲ୍‌ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ତାଲିକାରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ସ୍ଥାନ ଅକ୍ତିଆର କରି ଫାଇନାଲ୍‌ ଦୌଡରେ ରହିଛନ୍ତି । ସେହିପରି ପରବର୍ତ୍ତୀ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବ ।

ସମ୍ବନ୍ଧିତ ଖବର