ତେଲ ଅଭିଭ୍ : ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନରେ ଏକ ବଡ଼ ଆକ୍ରମଣ କରିଛି ଇସ୍ରାଏଲ। ଇସ୍ରାଏଲୀ ସେନା ଦାବି କରିଛି ଯେ , ଏହା ତେହେରାନର ଏକ ପ୍ରମୁଖ ମହାକାଶ କେନ୍ଦ୍ରକୁ ଧ୍ୱଂସ କରିଛି , ଯାହାର ବ୍ୟବହାର ଉପଗ୍ରହରେ ଆକ୍ରମଣ କରିବାର କ୍ଷମତା ବିକାଶ ପାଇଁ ହେଉ ଥିଲା।

ଇସ୍ରାଏଲର ବାୟୁସେନା ଅନୁଯାୟୀ, ଏହି କେନ୍ଦ୍ରରୁ ଏମିତି ଆକ୍ରମଣାତ୍ମକ ମହାକାଶ କାର୍ଯ୍ୟକ୍ରମ ବିକଶିତ କରାଯାଉ ଥିଲା , ଯାହାର ଉଦ୍ଦେଶ୍ୟ ଅନ୍ୟ ଦେଶର ଉପଗ୍ରହକୁ କ୍ଷତି ପହଞ୍ଚାଇବାର କ୍ଷମତା ହାସଲ କରିବା ଥିଲା। ଏହିପରି କ୍ଷମତା ଇସ୍ରାଏଲ ସରକାରଙ୍କ ଉପଗ୍ରହକୁ କ୍ଷତି ପହଞ୍ଚାଇ ପାରେ। ଏହାସହ ଇରାନ ବିଶ୍ବର ଅନ୍ୟ ଦେଶର ଉପଗ୍ରହ ପାଇଁ ମଧ୍ଯ ବିପଦ ସୃଷ୍ଟି କରି ପାରେ। ଏହି କାର୍ଯ୍ୟକ୍ରମ ଗୁଡ଼ିକର ଏକ ଅଂଶ ଭାବରେ ‘ଚମରାନ-୧’ ଉପଗ୍ରହ ବିକଶିତ ହୋଇଥିଲା। ଏହା ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ଶିଳ୍ପ ଦ୍ୱାରା ନିର୍ମିତ ହୋଇଥିଲା। ଏହାକୁ ସେପ୍ଟେମ୍ବର ୨୦୨୪ ରେ ଉତକ୍ଷେପଣ କରାଯାଇ ଥିଲା।

ଏପଟେ , ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣରେ ଅତି କମ୍ରେ ୧୨ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟ ମଧ୍ୟରେ ଦୁଇ ଜଣ ଶିଶୁ, ଜଣେ ଗର୍ଭବତୀ ମହିଳା ଏବଂ ଆଠ ଜଣ ପୋଲିସ ଅଧିକାରୀ ଅଛନ୍ତି। ଅଲ-ଆକସା ସହିଦ ହସ୍ପିଟାଲ ଅନୁସାରେ, ରବିବାର ସକାଳେ କେନ୍ଦ୍ରୀୟ ଗାଜାର ନୁସିରାତ ସ୍ଥିତ ଶରଣାର୍ଥୀ ଶିବିରରେ ଆକ୍ରମଣ କରାଯାଇ ଥିଲା।

ଏହି ସମୟରେ ଏକ ଘରକୁ ଟାର୍ଗେଟ କରାଯାଇ ଥିଲା, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ପାଖାପାଖି ୩୦ ବର୍ଷ ବୟସର ଏକ ଦମ୍ପତି ଏବଂ ସେମାନଙ୍କର ୧୦ ବର୍ଷିୟ ପୁଅ ଥିଲେ ।ମହିଳା ଜଣକ ଯମଜ ସନ୍ତାନର ଗର୍ଭବତୀ ଥିଲେ। ନିକଟରେ ରହୁଥିବା ମହମୁଦ ଅଲ-ମୁହତାସେବ କହିଛନ୍ତି ଯେ ଆକ୍ରମଣ ସମୟରେ ସେମାନେ ଶୋଇଥିଲେ। ସେହି ସମୟରେ, ଏକ ଜୋରଦାର ବିସ୍ଫୋରଣ ଶୁଣାଗଲା।