PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଜାତୀୟ ସମ୍ମିଳନୀରେ ସର୍ବୋଚ୍ଚ ଅଭିନବ ଡେଣ୍ଟାଲ୍‌ କଲେଜ ଭାବେ ଆଇଡିଏସ୍‌ ସମ୍ମାନିତ

ଭୁବନେଶ୍ୱର ୨୯/୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନସେସ (ଆଇଡିଏସ୍‌) ସର୍ବୋକୃଷ୍ଟ ଅଭିନବ ଡେଣ୍ଟାଲ୍‌ କଲେଜ (ମୋଷ୍ଟ ଇନୋଭେଟିଭ୍‌ ଡେଂଟାଲ୍‌ କଲେଜ) ଭାବେ ସମ୍ମାନିତ ହୋଇଛି । ନୂଆଦିଲ୍ଲୀଠାରେ ଆୟୋଜିତ ଓରାଲ୍‌ ହେଲ୍‌ଥ ଇନୋଭେସନ୍‌ କନ୍‌କ୍ଲେଭ୍‌ରେ ଆଇଡିଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଇଣ୍ଡିଆନ୍‌ ଡେଂଟାଲ୍‌ ଆସୋସିଏସନ୍‌ (ଆଇଡିଏ)ର ଜାତୀୟ ସଭାପତି ଡାକ୍ତର ରାଜୀବ ଚୁଗ୍‌ଙ୍କ ଠାରୁ ଆଇଡିଏସ୍‌ର ଡିନ୍‌ ପ୍ରଫେସର ନୀତା ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ ।

ଆଇଡିଏ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ନୀତି ଆୟୋଗ ଏହାକୁ ସହଯୋଗ କରିବା ସହ ଡେଣ୍ଟାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍‌, ଆଇସିଏମ୍‌ଆର୍‌, ସିଏସ୍‌ଆଇଆର୍‌, ଏଫ୍‌ଡିଆଇ, ବିଆଇଆର୍‌ଏସି ଓ ଡିଆର୍‌ଡିଓ ସମେତ ବିଭିନ୍ନ ଡେଂଟାଲ୍‌ କଲେଜ ଓ ଶିଳ୍ପାନୁଷ୍ଠାନର କାର୍ଯ୍ୟକର୍ତା ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ଲଭ୍‌ ଅଗ୍ରୱାଲ୍‌ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମିଳନୀରେ ଆଇଡିଏସ୍‌ର ଡିନ୍‌ ପ୍ରଫେସର ମହାନ୍ତି “ଷ୍ଟିୟରିଂ ଇନୋଭେସନ୍‌ ଥ୍ରୁ ଏଭିଡେନ୍ସ ବେସ୍‌ଡ ରେଜଲ୍ଟ” ଶୀର୍ଷକ ବକ୍ତବ୍ୟ ରଖିଥିବା ବେଳେ ଡାକ୍ତର ଲୋରା ମିଶ୍ର, ଡାକ୍ତର ସୋ÷ରଭ ପଣ୍ଡା, ଡାକ୍ତର ରୁପ୍‌ସା ଦାସ, ଡାକ୍ତର ସ୍ୱାଗତିକା ପଣ୍ଡା ଏବଂ ସୋଆ ସଭାପତିଙ୍କର ଅଫିସର ଅନ୍‌ ସ୍ପେଶାଲ୍‌ ଡ୍ୟୁଟି ପ୍ରୀତମ୍‌ ନାୟକ ଏକ ବୁଥ୍‌ ମାଧ୍ୟମରେ ଆଇଡିଏସ୍‌ ଏବଂ ସୋଆର ସଫଳତା ବିଷୟରେ ସୂଚନା ଦେଇଥିଲେ । ଆଇଡିଏସ୍‌ର ଛାତ୍ରଛାତ୍ରୀ ଓ ଇଂଟର୍ଣ୍ଣମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେମାନଙ୍କର ଗବେଷଣା ସନ୍ଦର୍ଭ ଏବଂ ପୋଷ୍ଟର ପ୍ରଦର୍ଶନ ବିଚାରପତିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।