PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଯଦି ଅମିତ ଶାହ ରାଜି ହୋଇଥାନ୍ତେ , ବିଜେପିର ଆଜି ସିଏମ୍‌ ହୋଇଥାନ୍ତା : ଉଦ୍ଧବ ଠାକରେ

ମୁମ୍ୱାଇ : ଶିବସେନାର ହିଁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଉଦ୍ଧବ ଠାକରେଙ୍କର ବୟାନ ସାମ୍ନାକୁ ଆସିଛି। ସେ ଶୁକ୍ରବାର ଶିବସେନା ଭବନରେ ପହଞ୍ଚି ମରାଠୀ କାର୍ଡ ଖେଳିଛନ୍ତି ଏବଂ ପାର୍ଟି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଏକନାଥ ସିନ୍ଦେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଭଳି ଭାବେ ରାଜ୍ୟରେ କ୍ଷମତାର ଖେଳ ଖେଳାଗଲା , ଏଥିରେ ଗଣତନ୍ତ୍ରର ଥଟ୍ଟା ପରିହାସ ହୋଇଛି। ସେ କହିଛନ୍ତି , ମୁଁ କହିବି ମତଦାତାଙ୍କ ଅଧିକାର ହେବା ଉଚିତ୍‌ କି, ସେ ଆବଶ୍ୟକ ପଡ଼ିଲେ ସେହି ଲୋକଙ୍କୁ ପୁଣି ଫେରେଇ ଆଣି ପାରିବେ , ଯାହାକୁ ଭୋଟ ଦେଇଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି , ଏହା ସତ ଯେ, କ୍ଷମତା ପାଇଁ କିଛି ଲୋକ ବଡ଼ ଖେଳ କରି ଦେଇଛନ୍ତି , ହେଲେ ମୋ ହୃଦୟରୁ ସେହି ଲୋକ ମହାରାଷ୍ଟ୍ରକୁ ବାହାର କରିପାରିବେ ନାହିଁ । ଏଠାରେ ଗଣତନ୍ତ୍ରର ଥଟ୍ଟାମଜା କରାଯାଉଛି । ସେ କହିଛନ୍ତି, ମୁମ୍ୱାଇର ପରିବେଶକୁ ଖରାପ କରାନଯାଉ। ମୁଁ ଏହି ଲୋକଙ୍କୁ ଅନୁରୋଧ କରୁଛି କି , ମହାରାଷ୍ଟ୍ରକୁ ନଷ୍ଟ କରନ୍ତୁ ନାହିଁ । ମୋତେ ସିଏମ୍‌ର ଚୌକି ଯିବାରେ ଦୁଃଖ ନାହିଁ , ହେଲେ ମୋ ପିଠିରେ ଖଣ୍ଡା ଚଲାଗଲା । ଯଦି ବିଜେପି ଆମ ସାଥିରେ ଆସିଥାନ୍ତା ତ ଅତି କମ୍‌ରେ ଅଢେଇ ବର୍ଷ ଯାଏ ତାଙ୍କର ମୁଖ୍ୟମନ୍ତ୍ରୀ ରହିଥାନ୍ତା , ହେଲେ ଏବେ ତାଙ୍କୁ କଣ ମିଳିଲା । ସେ କହିଛନ୍ତି , ଯଦି ଅମିତ୍‌ ଶାହ ମୋତେ ଦେଇଥିବା କଥା ପୂରା କରିଥାନ୍ତେ, ତ ଏବେ ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ।

ଏହିପରି ଉଦ୍ଧବ ଠାକରେ ଇସାରା ଇସାରାରେ ହିଁ ଦେବେନ୍ଦ୍ର ଫଡନବିସ୍‌ଙ୍କ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଆକ୍ଷେପ କରି କହିଛନ୍ତି । ଖାଲି ଏତିକି ନୁହେଁ ,ପୁଣି ଥରେ ମରାଠୀ କାର୍ଡ ଖେଳି ଉଦ୍ଧବ ଠାକରେ କହିଛନ୍ତି , ମୁଁ ରାଜ୍ୟର ଜନତା ଓ ଶିବସୈନିକଙ୍କୁ କହିବାକୁ ଚାହିଁବି କି ତାଙ୍କ ସହ କେବେ ବିଶ୍ୱାସଘାତକତା କରିବି ନାହିଁ । ଆପଣଙ୍କ ଠାରୁ ଯେଉଁ ଭଲ ପାଇବା ମିଳିଛି, ତାକୁ ଭୁଲି ପାରିବି ନାହିଁ । କ୍ଷମତା ତ ଆସେ, ଆଉ ଯାଏ । ସେ କହିଛନ୍ତି , ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କ ସହ ମୁଁ କଥା ହେଲି , ସେମାନେ ରାଜି ହେଲେ ନାହିଁ । ଏଥିରୁ ସ୍ପଷ୍ଟ କି ଏହି ଘଟଣା ରାତାରାତି ହୋଇ ନଥିଲା , ବହୁ ଦିନରୁ ଏହି ଖେଳର ପ୍ଲାନିଂ ଚାଲୁଥିଲା ।