PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ରାଫେଲ ଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା: ମୋଦି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଟୁଡେ କନକ୍ଲେଭ ୨୦୧୯ରେ ରାଫେଲ ପ୍ରସଙ୍ଗ ନେଇ ବିରୋଧିଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ସହ ଖେଳିବା ବନ୍ଦ କର । ଆଜି ସାରା ଦେଶ ରାଫେଲ୍‌ର ଅଭାବ ଅନୁଭବ କରିପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି  ରାଫେଲ୍ ନେଇ ସ୍ୱାର୍ଥ ନୀତି ଏବଂ ରାଜନୀତି କରାଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଲା । ଆଜି ସାରା ଦେଶ ଗୋଟିଏ ସ୍ବରରେ କହୁଛିୁ ଯଦି ଆମ ପାଖରେ ରାଫେଲ ରହିଥାନ୍ତା ତେବେ ସ୍ଥିତି କିଛି ଅଲଗା ରହିଥାନ୍ତା।  ବିରୋଧୀମାନେ ମୋର ସମାଲୋଚନା କରିପାରନ୍ତି ଓ ଭୁଲ ବାହାର କରିପାରନ୍ତି। କିନ୍ତୁ ଦେଶର ସୁରକ୍ଷାକୁ କ୍ଷତି ପହଁଞ୍ଚାନ୍ତୁ ନାହିଁ। ମୋଦିକୁ ବିରୋଧ କର, ଭୁଲ ବାହାର କର । ଆପଣଙ୍କୁ ସ୍ୱାଗତ କରୁଛି । କିନ୍ତୁ, ଦେଶର ସୁରକ୍ଷା ସାଧନ ଏବଂ ଦେଶର ହିତକୁ ବିରୋଧ କରନାହିଁ । ଏପରି ନ ହେଉ କି, ମୋଦି ବିରୋଧିଙ୍କ ଏହି ଜିଦି ପାଇଁ ମସୁଦ୍ ଅଜହର ଏବଂ ଆତଙ୍କୀଙ୍କୁ ଏନେଇ ଆହୁରି ଲାଭ ମିଳିଯିବ ।“

ମୋଦି ପୁଣି କହିଛନ୍ତି, ଆଜି ସାରା ବିଶ୍ୱ ଆତଙ୍କବାଦ୍ ବିରୁଦ୍ଧରେ ଭାରତକୁ ସମର୍ଥନ କରୁଛି । କିନ୍ତୁ କିଛି ବିରୋଧୀ ଦଳ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି । ପାକିସ୍ତାନ ଆମ ବିରୁଦ୍ଧରେ ଏହି ନେତାଙ୍କ ବୟାନକୁ ବ୍ୟବହାର କରୁଛି । ଏହି ନେତାମାନେ ମୋଦିକୁ ବିରୋଧ କରୁକରୁ ଦେଶକୁ ବିରୋଧ କରିବାରେ ଲାଗିଛନ୍ତି। ସେନାର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ମୁଁ ପ୍ରଶ୍ନ ପଚାରିବାକୁ ଚାହେଁ ଯେ, ଆପଣଙ୍କୁ ସେନାଙ୍କ ବୟାନ ଏବଂ ସାମର୍ଥ୍ୟ ଉପରେ ଭରସା ଅଛି କି  ନାହିଁ?  ଆପଣ ସେମାନଙ୍କ କଥାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ବର୍ତ୍ତମାନ ଭାରତୀୟଙ୍କ ଏକତା ଦେଶ ଭିତର ଏବଂ ବାହାରର ବିରୋଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ମୁଁ କହିବି ଏହି ଭୟ ଭଲ।

ସମ୍ବନ୍ଧିତ ଖବର