ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଗାଁ ଉନ୍ନତି ହେଲେ ଦେଶର ବିକାଶ ହେବ

Published By : Suraj Kumar | February 5, 2025 7:41 PM

ଚନ୍ଦାହାଣ୍ଡି ୫।୨ (ଆପ୍ର ) : ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ଅଗ୍ରଗତି ହେବ। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। 

ଏହି ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କରଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସରେ ଦେଖିବାର ବ୍ୟବସ୍ଥା କରାଯାଇଥିଲା | ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଙ୍କ ଆବାହକତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ   ସାଂସଦ ଙ୍କ ପ୍ରତିନିଧି ବସନ୍ତ କୁମାର ମାଝୀ , ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼,ବିଧାୟକ ଙ୍କ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘ,ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଏହି ଯୋଜନାର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟକାରୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷ କରି ମୌଳିକ ଭିତ୍ତିଭୂମିର ବିକାଶ,  ପର୍ଯଟନ ସ୍ଥଳୀ, କ୍ରୀଡା ଓ ଶିକ୍ଷା ଭିତ୍ତିଭୂମିର ଆଧୁନିକରଣ, ଅଭିନବ ବହୁମୁଖି ଜନ ମଙ୍ଗଳକାରୀ ଯୋଜନାକୁ ଏଥିରେ ସାମିଲ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.