ନୂଆଦିଲ୍ଲୀ : ଖୁବ୍‌ ଜୋରରେ ବଦଳୁ ଥିବା ଲାଇଫଷ୍ଟାଇଲ୍ ନୁହେଁ ତ ଖରାପ ଖାଦ୍ୟପେୟ , ଏହି ଦୁଇଟି କାରଣ ଯୋଗୁଁ ଆଜି ସମସ୍ତଙ୍କୁ କିଛି ନା କିଛି ରୋଗ ହୋଇଛି। ଖାଲି ଏତିକି ନୁହେଁ କ୍ୟାନସର ଓ ହାର୍ଟ ଆଟାକ୍‌ ଭଳି ଗୁରୁତର ପ୍ରାଣଘାତୀ ରୋଗ ମଧ୍ୟ ଗତ କିଛି ଦିନ ହେବ ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି। ଏମିତି ତ ଏହି ସବୁ ରୋଗ ପାଇଁ ଅନେକ କାରଣ ଥାଇପାରେ , କିନ୍ତୁ ଅନେକ ସମୟରେ ଆମର ଖାଦ୍ୟପେୟ ଓ ଲାଇଫଷ୍ଟାଇଲ୍ ମଧ୍ୟ ଏହାର କାରଣ ହୋଇପାରେ। 

ଡାକ୍ତର ପ୍ରିୟଙ୍କା ସେହରାୱତ ( ଏମ୍ସ , ଦିଲ୍ଲୀ) ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ବିଷୟରେ ତଥ୍ୟ ସେୟାର କରିଛନ୍ତି। ଡାକ୍ତରଙ୍କ ମୁତାବିକ, ଏମିତି ଗୁରୁତର ରୋଗର ବିପଦ ବୃଦ୍ଧିକୁ ଦେଖି ନିଜର ସେଲ୍ଫ କେୟାରର ଧ୍ୟାନ ରଖିବା ବହୁତ ଜରୁରୀ। ସେ ନିଜର ଖାଦ୍ୟପେୟ ଓ ଲାଇଫ୍‌ଷ୍ଟାଇଲ୍‌ରେ କିଛି ଜରୁରୀ ପରିବର୍ତ୍ତନ ଆଣିବା କଥା କହିଛନ୍ତି। ଆସନ୍ତୁ ଜାଣିବା ଡାକ୍ତରଙ୍କ ମୁତାବିକ କିଛି ଜରୁରୀ ଟିପ୍ସ।

ନିଜର ଡାଇଟ୍‌ରେ କରନ୍ତୁ ଏହି ପରିବର୍ତ୍ତନ :

ଡାକ୍ତର ପ୍ରିୟଙ୍କାଙ୍କ ମୁତାବିକ, ରୋଗରୁ ମୁକ୍ତି ପାଇବା ପାଇଁ ସର୍ବ ପ୍ରଥମେ ନିଜର ଡାଇଟ୍‌ରେ ପରିବର୍ତ୍ତନ କରନ୍ତୁ। ରିଫାଇଣ୍ଡ ଫୁଡ୍‌ ଓ ପ୍ରୋସେସ୍ଡ ଫୁଡ୍ ଆଇଟମ୍ସ ଠାରୁ ଦୂରତା ରଖନ୍ତୁ। ଯେତେ ସମ୍ଭବ ଘର ତିଆରି ଖାଦ୍ୟ ଖାଆନ୍ତୁ , ଯେଉଁଥିରେ ସବୁଜ ପନିପରିବାକୁ ପ୍ରାଥମିକତା ଦିଅନ୍ତୁ। ଘରର ଖାଦ୍ୟ ପ୍ରସ୍ତୁତ ବେଳେ ଧ୍ୟାନ ଦିଅନ୍ତୁ ଯେ, ବାରମ୍ୱାର ଏକା ତେଲର ବ୍ୟବହାର କରନ୍ତୁ ନାହିଁ। ଏହାସହ ପ୍ଲାଷ୍ଟିକ୍‌ର ଡବାରେ ଖାଦ୍ୟ ରଖିବାରୁ ନିବୃତ୍ତ ରୁହନ୍ତୁ।

ଦିନ ଭିତରେ କିଛି ସମୟ ବ୍ୟାୟାମ କରନ୍ତୁ:

ଡାକ୍ତର ପ୍ରିୟଙ୍କା କୁହନ୍ତି ଯେ , ନିଜର ବ୍ୟସ୍ତ ଜୀବନଶୈଳୀରେ କିଛି ଘଣ୍ଟା କୌଣସି ପ୍ରକାରର ଫିଜିକାଲ ୱାର୍କଆଉଟ୍ ପାଇଁ ନିଶ୍ଚୟ ବାହାର କରନ୍ତୁ। ଏହା କେବଳ ଅଧ ଘଣ୍ଟା ହିଁ ହେଉ ପଛେ । ଯଦି ଆପଣ ହାଇ ଇଣ୍ଟେନସିଟିର ୱାର୍କଆଉଟ୍‌ କରି ପାରୁ ନାହାନ୍ତି ତ ଅଧ ଘଣ୍ଟା ଖୁବ୍‌ ଜୋରରେ ୱାର୍କ କରନ୍ତୁ। ଧିରେ ଧିରେ ୱାର୍କଆଉଟ୍‌କୁ ଅଭ୍ୟାସରେ ପକାନ୍ତୁ। ଡାକ୍ତରଙ୍କ ମୁତାବିକ , ପ୍ରଥମେ ଏରୋବିକ୍‌ ଏକ୍ସରସାଇଜ୍‌ରୁ ଆରମ୍ଭ କରନ୍ତୁ , ପୁଣି ଏହା ପରେ ଷ୍ଟ୍ରେନ୍ଥ ଟ୍ରେନିଂ କରନ୍ତୁ। ଫଳରେ ମସଲ୍‌ ଫାଇବରର ବୃଦ୍ଧି ହେବ , ମସଲ ଟୁ ଫ୍ୟାଟ୍‌ ବଢିବ ଏବଂ ଆପଣଙ୍କର ମସଲ ଷ୍ଟ୍ରେନ୍ଥ ବଢିବ, ଯେଉଁଥିର ଆଗକୁ ଆପଣଙ୍କୁ ବ୍ୟାକ୍ ପ୍ୟାନ ଓ ସର୍ଭାଇକଲର ଇସ୍ୟୁ ହେବ ନାହିଁ।

ପର୍ଯ୍ୟାପ୍ତ ଶୋଇବା ଜରୁରୀ :

ଡାକ୍ତର ପ୍ରିୟଙ୍କାଙ୍କ ମୁତାବିକ , ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଜରୁରୀ। ଶରୀରର ରିକଭରୀ ପାଇଁ ଅତି କମ୍‌ରେ ୭ରୁ ୮ ଘଣ୍ଟାର ଭଲ ଓ ଗଭୀର ନିଦ ଖୁବ୍‌ ଜରୁରୀ। ଏହାସହ ଧ୍ୟାନ ରଖିବେ ଯେ, ରାତିରେ ନିଜର ସ୍କ୍ରିନ୍‌ ଟାଇମ୍‌ ମଧ୍ୟ କମ୍‌ କରନ୍ତୁ ଏବଂ ଶୋଇବାର ପାଖାପାଖି ଦୁଇ ଘଣ୍ଟାପୂର୍ବରୁ ହିଁ ଫୋନ୍‌ ସାଇଡ୍‌ରେ ରଖନ୍ତୁ। ଏହା ବ୍ୟତୀତ ରାତିର ଭୋଜନ ଶୋଇବାର ପାଖାପାଖି ଦୁଇ ଘଣ୍ଟା ପୂର୍ବରୁ ଶେଷ କରନ୍ତୁ ,ଯାହାକି ଖାଦ୍ୟ ଭଲ ଭାବେ ହଜମ ହୋଇ ପାରିବ ଏବଂ ନିଦ ମଧ୍ୟ ଭଲ ହେବ।

ନିଜର ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖନ୍ତୁ :

ସର୍ବୋପରି ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେଲେ କେବଳ ଫିଜିକାଲ ହେଲଥ୍‌ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ମଧ୍ୟ ସେତିକି ଜରୁରୀ। ଡାକ୍ତର ପ୍ରିୟଙ୍କା ସେହରାୱତଙ୍କ ମୁତାବିକ , ସପ୍ତାହରେ ଅତି କମ୍‌ରେ କେବଳ ଗୋଟିଏ ଦିନ ନିଜ ପରିବାର ସହ ବାହାର କରନ୍ତୁ। କୌଣସି ହବି କୁ ବାଛନ୍ତି , ଯାହା ହୃଦୟକୁ ଖୁସିରେ ଭରିବ। ଖରାପ ଅଭ୍ୟାସରୁ ବର୍ତ୍ତିବା ପାଇଁ କୌଣସି ଏକ୍ସେପ ମେକାନିଜିମ୍‌ ଖୋଜନ୍ତୁ , ଯାହା କାହା ସହ କଥାବାର୍ତ୍ତା କରିବା ହୋଇ ପାରେ, ନୁହେଁତ କିଛି ସମୟ ପ୍ରକୃତି ସହ ବିତାଇବା ହେଉ। ଏହାସହ ଲୋକଙ୍କ ସହ ବୁଲିବା ମିଶିବାର ଅଭ୍ୟାସ ବି କରନ୍ତୁ ଏବଂ ସ୍କ୍ରିନ୍‌ ଠାରୁ ଅଧିକ ରିୟଲ ଲାଇଫ୍ ସଂପର୍କ ଗଢିବାରେ ଧ୍ୟାନ ଦିଅନ୍ତୁ।

ରେଗୁଲାର ହେଲଥ୍‌ ଚେକଅପ୍‌ ଜରୁରୀ :

ଡାକ୍ତରଙ୍କ ମୁତାବିକ , ରେଗୁଲାର ହେଲଥ୍‌ ଚେକଅପ୍ କରାଇବା ଖୁବ୍ ଜରୁରୀ , ଯାହାକି କୌଣସି ବିପଜ୍ଜନକ ରୋଗ ଗ୍ରାସ କରିବା ପୂର୍ବରୁ ଜାଣିହେବ। ବିଶେଷକରି ଆପଣଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇଗଲେ , ବର୍ଷକରେ ଥରେ ଫୁଡ୍‌ ବଡ଼ି ହେଲଥ୍‌ ଚେକଅପ୍‌ ନିଶ୍ଚୟ କରାନ୍ତୁ। ଏହାସହ ନିଜର ବିପି, ସୁଗାର, ହିମୋଗ୍ଲୋବିନ , ଆଇରନ , ଭିଟାମିନ ବି-୧୨ ଓ ଭିଟାମିନ ଡି'ର କେବଳ ରେଗୁଲାର ଚେକ କରାନ୍ତୁ , ଏଥିପାଇଁ କି ଠିକ୍‌ ସମୟରେ ରୋଗର ଚିକିତ୍ସା ସମ୍ଭବ ହୋଇ ପାରିବ ଏବଂ ଆପଣ ସୁସ୍ଥ ରହିବେ।