ନୂଆଦିଲ୍ଲୀ : ହ୍ୟୁମନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ଭାରତରେ ପାଦ ଦେଇ ସାରିଛି। କର୍ଣ୍ଣାଟକରୁ ୨ଟି ମାମଲା ଆସିବା ପରେ ଏବେ ଗୁଜରାଟରେ ମଧ୍ୟ ଜଣେ ସଂକ୍ରମିତର ସୂଚନା ମିଳିଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) କହିଛି କି, କର୍ଣ୍ଣାଟକରେ ଏଚଏମପିଭିର ଦୁଇଟି ମାମଲାର ସ୍ପଷ୍ଟ ହୋଇଛି। ସେପଟେ, ଗୁଜରାଟରେ ଏକ ନବଜାତ ଶିଶୁର ରିପୋର୍ଟ ପଜିଟିଭି ଆସିଛି, ଯାହାର ବୟସ ୨ମାସ ଥିବା କୁହାଯାଉଛି।
ଏହି ସ୍ଥିତିରେ ଏହି ନୂଆ ଭାଇରସକୁ ନେଇ ଦେଶରେ ଚିନ୍ତା ବଢି ଯାଇଛି। ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନ ମୂଳକ ପଦକ୍ଷେପ ଉଠାଯାଉଛି। ହେଲେ ଏମପିଭିକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କିଛି ସାବଧାନତା ଅବଲମ୍ୱନ କରି ଆପଣ ନିଜକୁ ଏହି ସଂକ୍ରମଣ କବଳରୁ ରକ୍ଷା କରି ପାରିବେ।
ଆପଣ ଏହି ଉପାୟରେ ଏଚଏମପିଭିର ବିପଦକୁ ହ୍ରାସ କରି ପାରିବେ ...
୧- ଆପଣ ହାତକୁ ଅତି କମ୍ରେ ୨୦ସେକେଣ୍ଡ ଯାଏ ସାବୁନରେ ଧୋଇବା ଉଚିତ୍।
୨-ଆପଣ ଆଲକହଲ ଆଧାରିତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଆରମ୍ଭ କରି ଦିଅନ୍ତୁ।
୩- କାଶିବା ଓ ଛିଙ୍କିବା ବେଳେ ନିଜର ମୁହଁ ଓ ନାକକୁ ଢାଙ୍କିବାକୁ ଭୁଲନ୍ତୁ ନାହିଁ।
୪- ମାସ୍କ ପିନ୍ଧିବା ଆରମ୍ଭ କରନ୍ତୁ ଏବଂ ଯେଉଁ ଲୋକ ରୋଗରେ ପୀଡ଼ିତ, ସେମାନଙ୍କ ସଂପର୍କରେ ଆସନ୍ତୁ ନାହିଁ।
୫- ହାତ ନଧୋଇ ନିଜର ଆଖି, ନାକ ଓ ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ।
୬- ଯଦି ଆପଣ ରୋଗାଗ୍ରସ୍ତ ତ ନିଜେ ଅଲଗା ରହିବାକୁ ଚେଷ୍ଟା କରନ୍ତୁ
୭- ଫୁସଫୁସ୍ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅତିରିକ୍ତ ସତର୍କ ରହିବା ଉଚିତ୍।
ଏହି ମଧ୍ୟରେ , କର୍ଣ୍ଣାଟକ ସରକାର ପକ୍ଷରୁ ଆଶ୍ୱାସନା ଦିଆଯାଇଛି କି, ଏଚଏମପିଭିକୁ ନେଇ ଚିନ୍ତା କରିବାର କୌଣସି ଚିନ୍ତା ନାହିଁ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି, ମୋତେ ଲାଗୁନି କି, ଆମେ ଚିନ୍ତିତ ହେବା ଉଚିତ, କାରଣ ଏଚଏମପିଭି କୌଣସି ନୂଆ ଭାଇରସ ନୁହେଁ। ଭାଇରସ ଦେଶରେ ପୂର୍ବରୁ ହିଁ ରହିଛି।
ରିପୋର୍ଟସ ଅନୁସାରେ, ଏହା ଭାରତରେ ଏଚଏମପିଭିର ପ୍ରଥମ ମାମଲା, ଯାହା ସତ ନୁହେଁ, କାରଣ ଏଚଏମପିଭି ଭାଇରସ ଦେଶରେ ପୂର୍ବରୁ ହିଁ ରହିଛି। କିଛି ପ୍ରତିଶତ ଲୋକେ ଏହି ଭାଇରସରେ ସଂକ୍ରମିତ ହୋଇଥାନ୍ତି ଏବଂ ଏହା କୌଣସି ନୂଆ କଥା ନୁହେଁ। ସେ କହିଛନ୍ତି , ୮ମାସର ଶିଶୁର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ଏବଂ ସେ ସ୍ଥାନୀୟ ନିବାସୀ। ସେ ଚୀନ ବା କୌଣସି ଅନ୍ୟ ଦେଶରୁ ଆସି ନାହିଁ। ଏଥିପାଇଁ ମୋତେ ଲାଗୁ ନାହିଁ କି ଏହାର ଏଥିରେ କୌଣସି ସମ୍ୱନ୍ଧ ରହିଛି।