ଭୁବନେଶ୍ୱର,୧୫/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ମେକ୍ ଇନ୍ ଇଣ୍ଡିଆ’, "ଷ୍ଟାର୍ଟ ଅପ୍ ଇଣ୍ଡିଆ’, "ନବଉଦ୍ଭାବନ ଏବଂ ଉଦାଗୀତା ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସ କରିଛି ଇନ୍ଦିରା ଗାନ୍ଧି ନ୍ୟାସନାଲ ଓପନ୍ ୟୁନଭର୍ସିଟି (ଇଗ୍ନୋ) । ଏଥିପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଏବଂ ରାଇରଙ୍ଗପୁର ମିଳିତ ଭାବେ ୱିନିୟର୍ସ, ଭୁବନେଶ୍ୱର ସହ ହାତ ମିଳାଇଛନ୍ତି । ଆସନ୍ତା ୧୬ ତାରିଖରେ ବିଦ୍ୟାର୍ଥୀମାନଙ୍କୁ ନିଜସ୍ୱ ଷ୍ଟାର୍ଟ ଅପ୍ ଆରମ୍ଭ କରିବା ଦୃଷ୍ଟିରୁ ପ୍ଲାଟଫର୍ମ ପ୍ରଦାନ କରିବା ପାଇ ଏକ ଅନଲାଇନ୍ ପରିଚୟ ଅଧିବେଶନ ହେବାକୁ ଯାଉଛି । ଏହା ଗୁଗୁଲ୍ ମିଟ ମାଧ୍ୟମରେ ଆୟାଜିତ ହେବ ବୋଲି ଇଗ୍ନୋ ପକ୍ଷରୁ କୁହାଯାଇଛି ।