ଆଠଗଡ, ୪।୪ : ବଡ଼ମ୍ବା ବଡ଼କମ୍ବିଲୋ ଗ୍ରାମପଞ୍ଚାୟତର ନରେଇଜାନୀ ଡ୍ୟାମ ନିକଟରେ ଥିବା କଳିଙ୍ଗ ଫାର୍ମ ହାଉସ୍ ରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ କୁସାପାଳ ଗ୍ରାମର ନରେଶ ନାୟକ। ସେ ରାତ୍ର ଜଗୁଆଳି ଭାବେ ଫାର୍ମ ହାଉସ ରେ କାର୍ଯ୍ୟ କରୁଥିଲେ ।
ଶୁକ୍ରବାର ରାତ୍ରିରେ ଡିଉଟି କରିବା ପାଇଁ ଯାଇଥିବା ବେଳେ ବଣୁଆ ହାତୀ ପଲ୍ଲ ଙ୍କ ହାବୁଡ଼ରେ ପଡ଼ିଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା। ଘଟଣା ସ୍ଥଳରେ ବଡମ୍ବା ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହ କୁ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ସେପଟେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବଡ଼ମ୍ବା ବନ ବିଭାଗ।