ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଚା’ଖଟିରେ ଦାଦନ ସର୍ଦ୍ଦାର ସହ ଆଇଆଇସିଙ୍କ ଫଟୋ ଭାଇରାଲ: ନିୟନ୍ତ୍ରଣ ନାହିଁ, ଅପବାଦ ଡାକିଆଣୁଛନ୍ତି ଅଧିକାରୀ

Published By : Prameya | January 4, 2025 9:49 AM

ବଲାଙ୍ଗିର,୦୪/୦୧: ଦାଦନ ଋତୁ ସମୟରେ  ଚା’ଖଟିରୁ ଜଣାଶୁଣା ଦାଦନ ସର୍ଦ୍ଦାର ଏବଂ  ପାଟଣାଗଡ଼ ଥାନା ଅଧିକାରୀଙ୍କ ଫଟୋ ଭାଇରାଲ  ଘଟଣା ଅନେକ କିଛି ଚର୍ଚ୍ଚାକୁ ଡାକିଆଣିନ୍ତି ।  ଯଦିଓ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ଅନୁଯାୟୀ  ସେ କୌଣସି ଏକ ଦାଦନ ସର୍ଦ୍ଦାରକୁ ଖୋଜିବାକୁ ଯାଇଥିଲେ ବୋଲି କହୁଛନ୍ତି, ତଥାପି ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । କାରଣ ଯେଉଁ ମାମଲାରେ ସେ ତଦନ୍ତ  କରୁଥିବା କହିଛନ୍ତି, ଦୁଇସପ୍ତାହ ହେଲା ସେହି ଅଭିଯୁକ୍ତକୁ ପୁଲିସ କାବୁ କରିପାରିନାହିଁ । ସେ  ଯାହା ବି ହେଉ,ଏହା ପ୍ରଥମଥର ପାଇଁ ପୁଲିସ ଦାଦନ ମାମଲାରେ ବିବାଦକୁ ଆସିନାହିଁ । ଏହାପୂର୍ବରୁ ଅନେକ ଖାକିବାବୁ ହରଡ଼ଘଣାରେ  ପଡିଥିବା ନଜିର ରହିଛି । କେତେବେଳେ  ଦାଦନ ସର୍ଦ୍ଦାରଙ୍କ ଟଙ୍କାକୁ ଜୁଆ ମାମଲା କହି  ଚଢ଼ଉକରି ଅନିୟମିତତା ହେଉ କିମ୍ବା ସର୍ଦ୍ଦାରଙ୍କୁ  ଦଶହରା ପୂଜାଖର୍ଚ୍ଚ ମଗା ହେଉ । ଦାଦନଚାଲାଣ  ପ୍ରସଙ୍ଗରେ ପୁଲିସ ବଦନାମ ହିଁ ମୁଣ୍ଡାଇଛି । 

ପ୍ରକାଶ ଯେ, ଗତ ୨୦୨୨ ମସିହା  ନଭେମ୍ବର ୧ତାରିଖରେ ଏକ ଭିଡ଼ିଓ ଭାଇରାଲ  ହୋଇଥିଲା । ଯେଉଁଥିରେ ଝରନୀ ଗାଁର ସର୍ଦ୍ଦାର  ନରେନ୍ଦ୍ର ବଛାଠାରୁ ତତ୍କାଳୀନ ତୁରେକେଲା ଥାନା  ଏଏସଆଇ ଦୀପକ ଡୁଙ୍ଗଡୁଙ୍ଗ ଦୁର୍ଗାପୂଜା ବାବଦକୁ  ୧୨ହଜାର ଟଙ୍କା ନେଉଥିଲେ । ଏସମ୍ପର୍କରେ  ବୁଝାବୁଝି କରିବାରୁ ତା’ର କିଛିଦିନ ପୂର୍ବରୁ  ସର୍ଦ୍ଦାର ନରେନ୍ଦ୍ର ବେଆଇନ ଭାବରେ ଶ୍ରମିକ  ନେବ ବୋଲି ପୁଲିସକୁ ଜଣାଇଥିଲେ। ବାବୁଜଣକ  ‘ସେ ଅଛନ୍ତି, କିଛି ଚିନ୍ତା କରନାହିଁ’ କହି ସମ୍ମତି  ଜଣାଇବା ସହ ତାଙ୍କର ରେଟଚାର୍ଟ କହିଥିଲେ ।  ଆଉ ସର୍ଦ୍ଦାରଜଣକ ସେଥିରେ ରାଜିହୋଇ  ୧୨ହଜାର ଟଙ୍କା ବି ଦେଇଥିଲେ । ଯେଉଁଥିରେ  ୧୦ହଜାର ବେଆଇନ ଚାଲାଣକୁ ନଧରିବା ପାଇଁ  ଆଉ ୨ହଜାର ଦୁର୍ଗାପୂଜା ବାବଦକୁ ରହିଥିଲା ।  ତୁରେକେଲାର ଏକ ଗ୍ୟାସ ଅଫିସ ସାମ୍ନାରେ  ଏସଆଇଙ୍କୁ ଡାକି ସର୍ଦ୍ଦାରଜଣକ ସେହି ଟଙ୍କା  ଦେଇଥିଲେ । କିନ୍ତୁ ହାତଗୁଞ୍ଜା ଦେଇଥିବା ସତ୍ତେ୍ୱ  ପୁଲିସ ଶ୍ରମିକଙ୍କୁ କାବୁ କରିଥିଲା । ସେମାନଙ୍କୁ  ଛାଡ଼ିବା ପାଇଁ ସଂପୃକ୍ତ ସର୍ଦ୍ଦାରଜଣକ ବାରମ୍ବାର  ଏସଆଇ ଡ଼ୁଙ୍ଗଡ଼ୁଙ୍ଗକୁ ଫୋନ କରିଥିଲେ ହେଁ  ସେ ଫୋନ ଉଠାଇନଥିଲେ । ତେଣୁ ବାଧ୍ୟ ହୋଇ  ସର୍ଦ୍ଦାରଜଣକ ପୁଲିସର ଚାନ୍ଦା ସଂଗ୍ରହ ବାବଦରେ  ମୁହଁ ଖୋଲିଥିଲେ । 

ସେହିପରି ଗତ ୨୦୨୨ମସିହା  ୧୫ତାରିଖ ବିଳମ୍ବିତ ରାତିରେ କଣ୍ଟାବାଞ୍ଜିସ୍ଥିତ  ଅନ୍ନପୂର୍ଣ୍ଣା ଲଜ୍‌ଭିତରୁ ପୁଲିସ ୭ଜଣଙ୍କୁ ଗିରଫ  କରଥିଲା । ସେମାନଙ୍କଠାରୁ ପୁଲିସ ନଗଦ ୫୮  ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରି ସେମାନଙ୍କୁ ଜୁଆଡି  ଥିଲେ ବୋଲି ତତ୍କାଳୀନ କଣ୍ଟାବାଞ୍ଜି ଏସଡିପିଓ  ହୃଷୀକେଶ ମେହେର ସୂଚନା ଦେଇଥିଲେ ।  ସଂପୃକ୍ତ ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶ ରାଜ୍ୟର  ହାଇଦ୍ରାବାଦ, ନାରାୟଣପେଟ ଓ ସାଙ୍ଗାରେଡ୍ଡି  ଅଞ୍ଚଳସ୍ଥିତ ଇଟାଭାଟି ଗୁଡିକର ମାଲିକ ହୋଇଥିବା  ବେଳେ ସେମାନଙ୍କୁ ବେଲପଡା ଏବଂ କଣ୍ଟାବାଞ୍ଜିର  ଜଣାଶୁଣା ଦାଦନ ସର୍ଦ୍ଦାରମାନେ ଜାମିନରେ  ନେଇଥିଲେ । ପରେ ମାଜିଷ୍ଟ୍ରେଟ ଭାବରେ  ସ୍ଥାନୀୟ ତହସିଲଦାର ଓ ଆଡିସିନାଲ ଏସପିଙ୍କ  ଉପସ୍ଥିତିରେ ପୁନଃ ଟଙ୍କାଗଣତି ହେବାରୁ ଏକ  ବ୍ୟାଗରେ ଲୁଚାଯାଇଥିବା ଅଧିକ ୧୩ଲକ୍ଷ ଟଙ୍କା  ଜବତ କରାଯାଇଥିଲା । ଯାହାପରେ ବିବାଦୀୟ  ଏସଡିପିଓ ଶ୍ରୀ ମେହେରଙ୍କ ବିରୋଧରେ  ଦାଦନ ସର୍ଦ୍ଦାରଙ୍କୁ ଜୁଆଡି ସଜାଇବା ଏବଂ  ଜବତ ଟଙ୍କା ହଡ଼ପ ଅଭିଯୋଗରେ ସମସ୍ତ  ପ୍ରକାର ଦାୟିତ୍ୱରୁ ଅନ୍ତରକରି ପୁଲିସ  ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।  ଶେଷରେ ଉକ୍ତ ମାମଲାରେ ତତ୍କାଳୀନ ଏସପି  ନୀତିନ କୁଶଲକର କରିଥିବା ତଦନ୍ତ ରିପୋର୍ଟ  ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।  ଏବେ ମଧ୍ୟ କଣ୍ଟାବାଞ୍ଜି ସହର ଭିତରେ  ଖୋଲାଖୋଲି ଦାଦନ ଚାଲାଣ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.