ବଲିଉଡର ମୋଷ୍ଟ ପପୁଲାର ଆୱାର୍ଡ ଆଇଫା ଆୱାର୍ଡ । ଶନିବାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ ଆୱାର୍ଡ ୨୦୨୩ ଏଡିସନ୍ ଆୟୋଜିତ ହୋଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ବଲିଉଡର ନାମୀଦାମୀ କଳାକାର । ଏହି ବିରାଟ ଆୟୋଜନରେ ଗତ ବର୍ଷ ରିଲିଜ୍ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର ଏବଂ ସେଥିରେ କାମ କରିଥିବା ପ୍ରସିଦ୍ଧ ଅଭିନେତା, ଅଭିନତ୍ରୀ ସମ୍ମାନିତ ହୋଇଛନ୍ତି ।
ଆଇଫା ୨୦୨୩ରେ ଗତ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ରରୁ ବ୍ରହ୍ମାସ୍ତ୍ରକୁ ସବୁଠୁ ଅଧିକ ପୁରସ୍କାର ମିଳିଛି । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ର ଆଇଫା ୨୦୧୩ର ୬ଟି ଟ୍ରଫି ନିଜ ନାଁରେ କରିଛି । ଏଥିସହ ସଞ୍ଜୟ ଲୀଲା ବଂଶାଳୀର ‘ଗଙ୍ଗୁବାଇ କାଠିୟାୱାଡ଼ି’କୁ ମଧ୍ୟ ୫ଟି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲିଆ ଭଟ୍ଟ ନିଜ ଅଭିନୟ ପାଇଁ ପୁଣିଥରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି । ଆଲିଆ ୪ର୍ଥ ଥର ପାଇଁ ଆଇଫା ଆୱାର୍ଡ ଜିତିଥିବା ବେଳେ ରାନୀ ମୁଖାର୍ଜୀଙ୍କ ସହ ସମାନ୍ତରାଳରେ ଅଛନ୍ତି । ଯିଏ ୪ ଥର ଆଇଫା ଆୱାର୍ଡର ଅଧିକାରୀ । ତେବେ ଅନ୍ୟପଟେ ‘ବିକ୍ରମ ବେଦା’ରେ ଦମଦାର ଅଭିନୟ କରିଥିବା ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । ଯିଏ ନିଜ ଅଭିନୟ ପାଇଁ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଆଇଫା ଆୱାର୍ଡ ହାସଲ କରିଛନ୍ତି । ସେ ମୋଟ୍ ୪ ଥର ଆଇଫା ଆୱାର୍ଡ ହାସଲ କରିଛନ୍ତି ।
ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ଅରିଜିତ୍ ସିଂ ଶ୍ରେଷ୍ଠ ଗୀତିକାର ଭାବେ ସମ୍ମାନିତ ହୋଇ ସୋନୁ ନିଗମଙ୍କୁ ପଛରେ ପକାଇଛନ୍ତି । ସର୍ବାଧିକ ଆଇଫା ଆୱାର୍ଡ ଜିତିଥିବା ଗୀତିକାର ଭାବେ ଅରିଜିତ୍ ସିଂ ପରିଚିତ । ଗତ ବର୍ଷ ଶେଷ ଆଡ଼କୁ ଅଜୟ ଦେବଗନଙ୍କ ଅଭିନୀତ ଦ୍ରିଶ୍ୟମ୍-୨ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ ମଚାଇଥିଲା । ଯିଏ ଆଇଫା ୨୦୨୩ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି । ବ୍ରହ୍ମାସ୍ତ୍ରଠୁ ଆରମ୍ଭ କରି ଭୁଳ ଭୁଲେୟା-୨ ସମସ୍ତ ଚଳଚ୍ଚିତ୍ର ଆଇଫା ଟ୍ରଫି ହାସଲ କରିଛନ୍ତି । କିନ୍ତୁ, ଗତ ବର୍ଷ କ୍ରିଟିକ୍ସଠୁ ଆରମ୍ଭ କରି ଢେର ସାରା ପ୍ରଶଂସା ସାଉଁଟିଥିବା ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ୍ସକୁ ଆଇଫା ୨୦୨୩ରେ କୌଣସି ପୁରସ୍କାର ମିଳିନାହିଁ ।