କୋଟିଏ ଟଙ୍କିଆ ଜମିରେ ୫୦୦ଟଙ୍କିଆ ବେପାର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜଧାନୀର ଛାତି ଉପରେ ରହିଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କିନ୍ତୁ ସରକାର ବିକ୍ରି କରୁଛନ୍ତି ଜାଳେଣି କାଠ । ଏଠି ଦିନକୁ୫୦୦ ଟଙ୍କା ବେପାର ବି ହେଉ ନାହିଁ । ସେଥିରୁ ଲାଭ କେତେ ବାହାରୁଥିବ ସେ ଅଧିକାରୀ ଜାଣିଥିବେ । କିନ୍ତୁ ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ହେଲା ଭୁବନେଶ୍ୱରରେ ପାଞ୍ଚ ପାଞ୍ଚଟି ସରକାରୀ କାଠ ଦୋକାନ ଚାଲିଛି । ଗୋଟିଏ ପଟେ ବିକାଶମୂଳକ କାର୍ଯ୍ୟ ପାଇଁ ଜାଗା ମିଳୁନାହିଁ । କେଉଁଠି ଜମିକୁ ନେଇ ବିବାଦ ଲାଗି ରହିଛି ତ ଆଉ କେଉଁଠି ଜବରଦଖଲରେ ଜମି । ଜମି ଅଭାବରୁ କେଉଁଠି ବସ୍ତି ଉଚ୍ଛେଦ କରାଯାଉଛି ତ ଆଉ କେଉଁଠି ଉଠା ଦୋକାନୀକୁ ହଟା ଯାଉଛି ।
ଏନେଇ ଭୁବନେଶ୍ୱରରେ ଅନେକ ବିକାଶମୂଳକ କାମ ମଧ୍ୟ ଅଟକି ଯାଉଛି । ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କ ଅଧୀନ ବନ ଉନ୍ନୟନ ନିଗମ (ଓଏଫଡିସି) ୧୯୮୦ ମସିହାରୁ ଜାଳେଣି କାଠ ଦୋକାନ ନାମରେ ରାଜଧାନୀର ଛାତି ଉପରେ ପ୍ରାୟ ୩ ଏକରରୁ ଅଧିକ ଜମିକୁ ମାଡି ବସିଛି । ଗ୍ୟାସ୍ର ବହୁଳ ବ୍ୟବହାର ଯୋଗୁଁ ଜାଳେଣି କାଠର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି । ରାଜ୍ୟର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ଗ୍ୟାସ୍ର ଚାହିଦା ବଢୁଛି । ଫଳରେ ଜାଳେଣି କାଠ ଅଦରକାରୀ ହୋଇ ପଡ଼ିଛି । ଏଭଳିସ୍ଥଳେ ରାଜଧାନୀ ଭୁବନେଶ୍ୱରରେ ବନ ଉନ୍ନୟନ ନିଗମ ପକ୍ଷରୁ ଏବେବି ପାଞ୍ଚ ପାଞ୍ଚଟି ଜାଳେଣି କାଠ ଦୋକାନ ଖୋଲା ରହିଛି । ଏଠି ଦିନରେ କୁଇଣ୍ଟାଲେ କାଠ ବି ବିକ୍ରି ହେଉନାହିଁ । ତଥାପି ରାଜଧାନୀରେ ଏହି ଦୋକାନଗୁଡ଼ିକ ପାଇଁ ମୂଲ୍ୟବାନ ଜମି ସରକାର ଛାଡି ଦେଇଛନ୍ତି । ପୁଣି ଏଥିପାଇଁ ୭ରୁ ୮ ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି ।

ଖାଲି ସେତିକି ନୁହଁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଖୋଲା ଯାଇଥିବା ଦୋକାନ ଏବେ ଜୁସ୍ କାଉଣ୍ଟରରେ ପରିଣତ ହୋଇଗଲାଣି । ଗୋଟେ ନୁହେଁ କି ଦିିଟା ନୁହେଁ ତିନି ତିନିଟା ଦୋକାନ ରାଜଧାନୀରେ ଅଛି । ଏଠି ଆଚାର, ଲେମ୍ବୁ, ମହୁ ଆଦି ବିକ୍ରି କରିବା ପାଇଁ ବ୍ୟବସ୍ଥା ଥିଲା । ହେଲେ କେଉଁଠି ଜୁସ୍ କାଉଣ୍ଟର ବନିଯାଇଛି ତ ଆଉ କେଉଁ କାଉଣ୍ଟରରେ ମାସକୁ ୨୦ ହଜରା ଟଙ୍କା ବେପାର ହେଉନାହିଁ । ସହିଦ୍ ନଗରରେ କାଉଣ୍ଟର ଏବେ ଜୁସ୍ କାଉଣ୍ଟରରେ ପରିଣତ ହୋଇଗଲାଣି । ଏଜି ଛକରେ ମାସକୁ ୩୦ ହଜାର ଟଙ୍କା ଓ ନିଳାଚଳ ହସ୍ପିଟାଲ ନିକଟ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ଥବିା କାଉଣ୍ଟରରେ ମାସକୁ ୧୪ରୁ ୧୫ ହଜାର ଟଙ୍କାର ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ହେଉଥିବା ଅଧିକାରୀ କହୁଛନ୍ତି । ତଥାପି ଏସବୁ ଏ ପର୍ଯ୍ୟନ୍ତ ଖୋଲା ରହିଛି । ଏଥିପାଇଁ ମଧ୍ୟ କର୍ମଚାରୀ ନିୟୋଜନ ଅଛନ୍ତି । ଭୁବନେଶ୍ୱରବାସୀଙ୍କୁ ଜାଳେଣି କାଠ ଯୋଗାଇଦେବା ପାଇଁ ରାଜଧାନୀରେ ୧୦ରୁ ଅଧିକ କାଠ ଦୋକାନ ଖୋଲାଯାଇଥିଲା ।
ପାତ୍ରପଡ଼ା, ଭିମଟାଙ୍ଗୀ, ୟୁନିଟ୍-୧, ବରମୁଣ୍ଡା ଆଦି ସ୍ଥାନରେ ଥିବା ଦୋକାନଗୁଡ଼ିକ ବହୁଦିନ ହେଲା ବନ୍ଦ ହୋଇଗଲାଣି । ହଲେ ରାଜଧାନୀରେ ଏବେବି ୫ଟି ଦୋକାନ ଅଛି । କିନ୍ତୁ କାଠ କିଣିବାକୁ କେହି ନାହାନ୍ତି । କେତେବେଳେ କେମିତି ଦରକାର ପଡ଼ିଲେ ବିବାହ, ବ୍ରତ ଓ ଶବ ଦାହ ପାଇଁ ଏଠାକୁ ଲୋକେ ଜାଳେଣି କାଠ କଣିବିାକୁ ଆସନ୍ତ ।ି ଆଉ ସବୁଦିନ ସିନା ଦୋକାନ ଖୋଲା ରହେ । କନ୍ତିୁ କାଠ ବକ୍ରି ିହୁଏନି । ଚଳିତ ବର୍ଷ ଏପ୍ରିଲରୁ ନଭେମ୍ବର ଭିତରେ ୟୁନିଟ୍-୩ ରେଥିବା କାଉଣ୍ଟରରେ ୧୬୦ କୁଇଣ୍ଟାଲ, ୟୁନିଟ୍-୬ରେ ୧୧୦ କୁଇଣ୍ଟାଲ, ୟୁନିଟ୍୯ରେ ୧୭୯ କୁଇଣ୍ଟାଲ, ସହଦି୍ ନଗରରେ ୧୧୮ ଓ ନୂଆପଲ୍ଲୀ ଦୋକାନରେ ୧୧୦ କୁଇଣ୍ଟାଲ କାଠ ବିକ୍ରି ହୋଇଛି ।
ଏନେଇ ବନ ଉନ୍ନୟନ ନିଗମର ଡିଏମ୍ ରୁଦ୍ରମଣି ସାହୁ କହିଲେ, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ପାଇଁ ରାଜଧାନୀରେ ଦୁଇଟି କାଉଣ୍ଟର ଖୋଲା ଯାଇଛି । ସହଦି୍ନଗରରେ ଥବିା କାଉଣ୍ଟରଟକିୁ ଲଜି୍ (କମିଶନ୍) ଆଧାରରେ ଦିଆଯାଇଥିଲା । କିନ୍ତୁ ସେ ହାଇକୋର୍ଟରେ ମାମଲା ରୁଜୁ କରି ଜୋର ଜବରଦସ୍ତ ଅକ୍ତିଆର କରି ରଖିଥିବା ଶ୍ରୀ ସାହୁ କହିଛନ୍ତି । ଆଉ ରହିଲା କାଠ ଦୋକାନ କଥା ଲୋକେ ଏବେ ଗ୍ୟାସ୍ ବ୍ୟବହାର କରୁଛନ୍ତି । ଫଳରେ କାଠ ଚାହିଦା ଦିନକୁ ଦିନ କମିଛି । ତଥାପି ଲୋକଙ୍କ ଚାହିଦା ଅନୁଯାୟୀ ଜାଳେଣି କାଠ ଆମେ ଯୋଗାଇ ପାରୁ ନାହୁଁ