ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା ଅପରାଧରେ ଜଣେ କୋର୍ଟ ଚାଲାଣ, ବନ୍ଧୁକ ସହ ଗୁଳି ଜବତ

ବାଙ୍ଗିରିପୋଷି ୨୫/୫: ପୁଲିସର ସର୍ଚ୍ଚ ଅପେରେଶନ ବେଳେ ଶିକାରୀ ଗିରଫ ସହ ବନ୍ଧୁକ ଜବତ । ଶିମିଳିପାଳ ପାଦଦେଶର ବାଙ୍ଗିରିପୋଷି ବନାଞ୍ଚଳ ଅଂଚଳରୁ ଜଣେ ଶିକାରୀକୁ ଗିରଫ କରିବା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ବାଙ୍ଗିରିପୋଷି ପୋଲିସ । ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ପରେ ବାଙ୍ଗିରିପୋଷି ଥାନାରେ ୧୫୮/୨୩ରେ ମାମଲା ରୁଜୁ କରାଯାଇଛି । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ବାଙ୍ଗିରିପୋଷି ପୋଲିସ ତରଫରୁ ଚଢ଼ାଉ ଜାରିରହିଛି । ଚଢ଼ାଉ ସମୟରେ ବଡ଼ଗାଁ ଗ୍ରାମ ପଞ୍ଚାୟତର ଦେଓଗାମ ସାହିରୁ ଚନ୍ଦ୍ର ମୋହନ ଦେଓଗାମଙ୍କ ଘରୁ ଦେଶୀ ବନ୍ଧୁକ ସହିତ ଗୁଳି ଜବତ ହେଇଥିଲା । ତେବେ ଆଜି କେଶ ନଂ ୧୫୮/୨୩ରେ ମାମଲା ରୁଜୁ କରି ଆର୍ମସ ଆକ୍ଟ ଦଫା ୨୫ ଅନୁଯାଇ ଡାକ୍ତରୀ ମାଇନା ପରେ ଚନ୍ଦ୍ର ମୋହନ କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ହେମନ୍ତ ପାତ୍ର ପ୍ରକାଶ କରିଛନ୍ତି ।