ଅଭିନନ୍ଦନ ମୁକ୍ତ ହେବେ ଶୁଣି ବହୁତ ଖୁସି

source:www.livemint.com
ଭୁବନେଶ୍ୱର ୧/୩: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡ଼ିଦେବ ପାକିସ୍ତାନ । ଏହି ଖବର ଶୁଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ନବୀନ କହିଛନ୍ତି, ଆମ ଦେଶର ସାହସୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଘରକୁ ଫେରୁଛନ୍ତି । ଏହି ଖବର ଶୁଣି ମୁଁ ବହୁତ ଖୁସି । ଆଉ ଏହି ଖୁସି ଖବର ପାଇଁ ସମସ୍ତ ଭାରତୀୟଙ୍କୁ ବଧେଇ ଜଣାଉଛି । ସୂଚନାଯୋଗ୍ୟ, ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସୁରକ୍ଷିତ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଟ୍ୱିଟ୍ ଯୋଗେ ନବୀନ ପ୍ରାର୍ଥନା କରିଥିଲେ ।
Very happy to know that our brave Wing Commander #AbhinandanVartaman is going to be back home and be reunited with his family tomorrow. I congratulate every Indian on this wonderful news. #WelcomeBackAbhinandan
— Naveen Patnaik (@Naveen_Odisha) February 28, 2019