PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଅଗଷ୍ଟ ୮ ଯାଏଁ ପ୍ରବଳ ବର୍ଷା :ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭/୦୭: ଲଘୁଚାପ ମୌସୁମୀ ବର୍ଷାକୁ ପୁଣି ଫେରାଇ ଆଣିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଭଲ ବର୍ଷା ହୋଇଛି । ସ୍ଥିତିରେ ସୁଧାର ଆସିଛି । ପାଣିପାଗ ପୂର୍ବାନୁମାନ ଆଶା ଦେଖାଇଛି, ଲଘୁଚାପ ପ୍ରଭାବରେ ଆଉ ଦୁଇଦିନ ଭଲ ବର୍ଷା ହେବ । ତା’ ପରେ ସାମାନ୍ୟ କମିବ । ମାତ୍ର ୩୧ରେ ପୁଣି ଏକ ଲଘୁଚାପ ଆସୁଛି । ଯାହାକି ଅଗଷ୍ଟ ୮ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା କରାଇବ ।
ପାଣିପାଗ ବିଭାଗର ସୂଚନା ହେଲା, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ବର୍ଷା ହୋଇଛି । ଆଜି ଦିନ ଭିତରେ ବି ଅନେକ ଜାଗାରେ ବର୍ଷା ହୋଇଛି ।

ପାଣିପାଗ ବିଭାଗ କହିଛି, ଶନିବାର ନବରଙ୍ଗପୁର, ବଲାଙ୍ଗିର କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ସୋନପୁରରେ ପ୍ରବଳରୁ ପ୍ରବଳତର ଏବଂ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ବୌଦ୍ଧରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ୨୮ରେ ବି ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୯ରେ ବର୍ଷା କମିବ । ମାତ୍ର ୩୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ଅଛି । ଏହା ପ୍ରଭାବରେ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।

ଗତ ୨୪ ଘଣ୍ଟା ଭିତରେ ଆଜି ସକାଳ ସୁଦ୍ଧା ତିର୍ତ୍ତୋଲରେ ୧୧୦ ମିଲିମିଟର, ରଘୁନାଥପୁରରେ ୧୧୦ ମିମି, ବାଲିକୁଦାରେ ୧୦୦, ଗରଦପୁରରେ ୯୦, ଆଳିପିଙ୍ଗଳରେ ୯୦, ଜଗତସିଂହପୁରରେ ୯୦, ନିଆଳିରେ ୯୦, ପୁରୀରେ ୯୦, କଣ୍ଟାପଡ଼ାରେ ୯୦, ବ୍ରହ୍ମଗିରିରେ ୮୦, କୋମନାରେ ୭୦, ନିଶ୍ଚିନ୍ତକୋଇଲିରେ ୭୦, ମାହାଙ୍ଗାରେ ୭୦, କଙ୍କଡ଼ାହାଡ଼ରେ ୭୦, ମାଲକାନଗିରିରେ ୭୦, ବାଙ୍କିରେ ୭୦, ବାରିପଦାରେ ୫୩.୨, ବନ୍ତରେ ୪୨, ଉମରକୋଟରେ ୪୫.୨, ତାଳଚେରରେ ୬୬, ଅନୁଗୁଳରେ ୪୨, ଆଠମଲ୍ଲିକରେ ୪୯, ମୁଣ୍ଡୁଳିରେ ୫୯, ପାରାଦୀପରେ ୪୫, ଆଠଗଡ଼ରେ ୪୪, ବଲାଙ୍ଗିରରେ ୪୨, ଗୋପରେ ୪୭, କାକଟପୁରରେ ୪୭, କେନ୍ଦ୍ରାପଡ଼ାରେ ୬୨, ପଟ୍ଟାମୁଣ୍ଡାଇ ୪୭ ମିମି ବର୍ଷା ହୋଇଛି । ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଭିତରେ ପୁରୀରେ ୬୧ ମିମି ବର୍ଷା ହୋଇଥିବାବେଳେ ମାଲକାନଗିରିରେ ୩୩.୪ ମିମି ବର୍ଷା ହୋଇଥିବାବେଳେ ଅନେକ ଜାଗାରେ ସ୍ୱଳ୍ପ ବର୍ଷା ହୋଇଛି ।