ଆଇଏମଡିର ସୂଚନା:ଚଳିତ ବର୍ଷ ସ୍ବାଭାବିକ ହେବ ବର୍ଷା

ନୂଆଦିଲ୍ଳୀ,୩୧।୫: ରାଜଧାନୀ ଦିଲ୍ଲୀ ସହିତ ସାରା ଦେଶରେ, ଆଜିକାଲି ତାପମାତ୍ରା ବଢିବାରେ ଲାଗିଛି। ଏଭଳି ପ୍ରଖର ଖରା ଦେଖି ଚାରିଆଡେ ଏବେ ଲୋକମାନେ ଖୁବ୍ ଅସୁବିଧାରେ ପଡିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀ କଥା ଯହି ହେବା, ତେବେ ଖରା ଏବଂ ଗରମ ପବନ ଯୋଗୁଁ ଏଠାରେ ଲୋକଙ୍କ ଜୀବନ ପ୍ରାୟ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମୌସୁମୀ ନେଇ ନିଜର ଦ୍ବିତୀୟ ଅନୁମାନ ଜାରି କରିଛନ୍ତି। ପାଣିପାଗ ବିଭାଗ କହିଛି ଏ ବର୍ଷ ସ୍ବାଭାବିକ ବର୍ଷା ହେବାର ଆଶା କରାଯାଉଛି। ଅଗଷ୍ଟରେ ୯୯ ପ୍ରତିଶତ ମୌସୁମୀର ଅନୁମାନ ରିଛି। ୬ ଜୁନ ପର୍ଯ୍ୟନ୍ତ ମୌସୁମୀ କେରଳରେ ପାଦ ଦେବପାରେ। ଏହାପରେ ଆଗକୁ ବଢିବ, ତେବେ କିନ୍ତୁ ଏହି ୬ ଜୁନ୍ ପର୍ଯ୍ୟନ୍ତ ଖରା ଗରମରୁ ମୁକ୍ତି ପାଇବା ଅସମ୍ଭବ।

ପାଣିପାଗ ବିଭାଗର କହିବା ଅନୁସାରେ ଦକ୍ଷିଣ ଭାରତରେ ୯୭ ପ୍ରତିଶତ ମୌସୁମୀର ଅନୁମାନ ରହିଛି। ସେଭଳି ପୂର୍ବ ଭାରତରେ ୯୧ ପ୍ରତିଶତ ବର୍ଷାର ଅନୁମାନ କରାଯାଉଛି। ଆଇଏଡିର ଅନୁମାନ ଯେ, ଚଳିତ ବର୍ଷ ଉତ୍ତର-ପଶ୍ଚିମ ଭାରତରେ ପାଣିପାଗ ମୌସୁମି ୯୪ ପ୍ରତିଶତ ବର୍ଷା ହେବ। ସେଭଳି ମଧ୍ୟ ଭାରତରେ ୧୦୦ ପ୍ରତିଶତ ମୌସୁମୀ ଆସିବାର ଅନୁମାନ କରାଯାଉଛି। ଅଗଷ୍ଟରେ ୯୯ ପ୍ରତିଶତ ବର୍ଷା ହୋଇପାରେ। ଆଇଏମଡିର କହିବା ଅନୁସାରେ ଏହି ବର୍ଷ ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତରେ ଦୁର୍ବଳ ବର୍ଷା ମଧ୍ୟ ଆଶଙ୍କା ରହିଛି। ସେଭଳି ମଧ୍ୟ ଓ ଦକ୍ଷିଣ ଭାରତରେ ଭଲ ବର୍ଷା ହେବାର ଅନୁମାନ କରାଯାଉଛି। ଆଇଏମଡି ନିଜର ଆଗାମୀ ଜୁଲାଇ ମାସର ଶେଷରେ ଜାରି କରିବ।