PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଆଇଏମଡି ଏତିକି ଲକ୍ଷ ଏସଏମଏସ୍ ଜରିଆରେ ‘ଫୋନି’ରୁ ରକ୍ଷା କରିଥିଲା ଲକ୍ଷାଧିକ ଲୋକଙ୍କ ଜୀବନ

ନୂଆଦିଲ୍ଲୀ,୨୭।୫: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ଶ୍ରୀହୀନ କରିଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ ତାଜା ସୂଚନା ଦୋବ ପାଇଁ ପୂର୍ବ ଓ ଦକ୍ଷିଣ ଭାରତର ଲୋକଙ୍କୁ ଭାରତୀୟ ପାଣିପାଗ  ପ୍ରାୟ ୬୫ ଲକ୍ଷ ଏସ୍‌ଏମଏସ୍‌ କରିଥିବା ଜଣାପଡ଼ିଛି। ବିଭାଗପୂର୍ବରୁ ‘ଫୋନି’ର ଭୟାବହତା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଲୋକମାନଙ୍କୁ ସଚେତନ କରିବା ପାଇଁ ଏତେ ସଂଖ୍ୟାରେ ଏସଏମମଏସ୍ ଦେଇଥିବା ନେଇ  କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି। ଆଇଏମଡି ଦେଇଥିବା ରିପୋର୍ଟ ଅନୁଯାୟୀ, ସଂସ୍ଥା ପକ୍ଷରୁ ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଓ ପୁଡ଼ୁଚେରୀରର ପ୍ରାୟ ୫୯ ଲକ୍ଷ ଚାଷୀଙ୍କୁ ଏସ୍‌ଏମଏସ୍‌ ପଠାଯାଇ ଥିଲା।

ଏହି ୫୯ ଲକ୍ଷ ଏସ୍‌ଏମ୍‌ଏସ୍‌ ମଧ୍ୟରୁ ପ୍ରାୟ ଅଧା କେବଳ ଓଡ଼ିଶାର ଚାଷୀମାନଙ୍କ ପାଖକୁ ପଠାଯାଇ ଥିଲା। ଓଡ଼ିଶାରେ ‘ଫୋନି’ ଲ୍ୟାଣ୍ଡଫଲ୍‌ କରିବାର ଥିବାରୁ ଚାଷୀଙ୍କୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଥିଲା। ଏଥିମଧ୍ୟରୁ କିଛି ଏସ୍‌ଏମଏସ୍‌ ଆଞ୍ଚଳିକ ଭାଷାରେ ପଠା ଯାଇଥିଲା। ଯେଉଁଥିରେ ଲେଖାଯାଇଥିଲା ଯେ ‘ବାତ୍ୟା ପୂର୍ବରୁ ଆପଣମାନେ ଆପଣଙ୍କ ଗୃହପାଳିତ ପଶୁ ପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଫସଲ କଟା ବନ୍ଦ କରିବା ସହ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ।’

ଏପ୍ରି ୨୬ରୁ ମେ’ ୩ ମଧ୍ୟରେ ଏକାଧିକ ଏସ୍‌ଏମ୍‌ଏସ୍‌ ଚାଷୀଙ୍କ ନିକଟକୁ ପଠା ଯାଇଥିଲା। ସେହିପରି ୪ ଲକ୍ଷରୁ ଅଧିକ ଏସ୍‌ଏମଏସ୍‌ ସାଧାରଣ ଲୋକଙ୍କ ପାଖକୁ ପଠା ଯାଇଥିଲା। ୨,୧୪୦ଟି ଏସ୍‌ଏମଏସ୍‌ ବିଭିନ୍ନ ରାଜ୍ୟର ଡିଜାଷ୍ଟର ମ୍ୟାନେଜର୍ସଙ୍କୁ ମଧ୍ୟ ଏସ୍‌ଏମ୍‌ଏସ୍‌ ପଠାଯାଇ ଥିଲା। ଏହାବାଦ୍‌ ବିଶାଖାପଟନମ, ଭୁବନେଶ୍ୱର ଓ କୋଲକାତାରେ ଥିବା ସାଇକ୍ଲୋନ୍‌ ୱାର୍ଣ୍ଣିଂ ସେଣ୍ଟରରୁ ବିଭିନ୍ନ ଷ୍ଟେକ୍‌ ହୋଲ୍ଡରଙ୍କୁ ଫୋନି ସମ୍ପର୍କରେ ୩୩,୫୦୦ ଏସ୍‌ଏମ୍‌ଏସ୍‌ ପଠାଯାଇ ଥିଲା। ଭାରତୀୟ ରାଷ୍ଟ୍ରୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର ମଧ୍ୟ ମତ୍ସ୍ୟଜୀବିଙ୍କୁ ବାର୍ତ୍ତା ପଠାଇ ତାଙ୍କୁ ’ଫୋନି’ ଠାରୁ ସତର୍କ କରିଥିଲା।

ସମ୍ବନ୍ଧିତ ଖବର