ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଖୁବ୍‌ଶୀଘ୍ର ରିଲିଜ୍ ହେବ ଆକ୍ସନ୍ ଓ ଥ୍ରୀଲର୍‌ରେ ଭରପୁର ଫିଲ୍ମ, ତାଲିକା ଜାରି କଲା ଆଇଏମ୍‌ଡିବି

Published By : Rasmita Pradhan | July 23, 2025 1:54 PM

ଭୁବନେଶ୍ଵର : ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେମାର ପ୍ରଶଂସକଙ୍କ ପାଇଁ ୨୦୨୫ ବର୍ଷ ସ୍ୱତନ୍ତ୍ର ହେବାକୁ ଯାଉଛି। ନିକଟରେ ଆଇଏମ୍‌ଡିବି ପକ୍ଷରୁ ଏକ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଏଭଳି କିଛି ସିନେମାର ନାଁ ରହିଛି, ଯେଉଁଗୁଡ଼ିକର ରିଲିଜକୁ ଖୁବ୍‌ ଉତ୍ସୁକତା ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଏହି ତାଲିକା ଆଇଏମ୍‌ଡିବିର ‘ରିୟଲ ଟାଇମ୍‌ ପପୁଲାରିଟି’ ଉପରେ ଆଧାରିତ, ଯାହା ଏକଥା ଦର୍ଶାଏ ଯେ କେଉଁ ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ସବୁଠୁ ଅଧିକ ଉତ୍କଣ୍ଠିତ ଅଛନ୍ତି । ତାଲିକାରେ ସ୍ଥାନିତ ଫିଲ୍ମଗୁଡ଼ିକର ନାଁ ଜାଣନ୍ତୁ । 

କୁଲି 

ନିର୍ଦ୍ଦେଶକ ଲୋକେଶ କନାଗରାଜଙ୍କ ଫିଲ୍ମ ‘କୁଲି’ ଏକ ଆକ୍ସନ ଓ ଥ୍ରୀଲର ଫିଲ୍ମ । ଏଥିରେ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି ରଜନୀକାନ୍ତ । ତାଙ୍କ ବ୍ୟତୀତ ଏ ଫିଲ୍ମରେ ନାଗାର୍ଜୁନ, ଉପେନ୍ଦ୍ର, ଶ୍ରୁତି ହାସନ ଓ ଆମୀର ଖାନ ମଧ୍ୟ ଅଭିନୟ କରିଛନ୍ତି । ଅଗଷ୍ଟ ୧୪ ତାରିଖରେ ସିନେମାଘରକୁ ଆସିବ ଏ ଫିଲ୍ମ । 

ୱାର-୨ 

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ୱାର’ର ସିକ୍ୱେଲ ‘ୱାର ୨’ ମଧ୍ୟ ଅଗଷ୍ଟ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏ ଫିଲ୍ମରେ ହ୍ରିତିକ ରୋଶନଙ୍କ ବ୍ୟତୀତ ଜୁନିୟର ଏନ୍‌ଟିଆର୍‌ ଓ କିଆରା ଆଡଭାନୀ ଦେଖିବାକୁ ମିଳିବେ । ଫିଲ୍ମରେ ରହିଛି ଜବରଦସ୍ତ ଆକ୍ସନ, ଯାହାକୁ ବେଶ୍‌ ପସନ୍ଦ କରିବେ ଦର୍ଶକ । 

ଉଦୟପୁର ଫାଇଲ୍‌ସ 

ଉଦୟପୁରର ଜଣେ ଦର୍ଜି କହ୍ନେୟା ଲାଲ୍‌ଙ୍କ ହତ୍ୟା ଘଟଣା ଉପରେ ଆଧାରିତ ଏ ଫିଲ୍ମର କାହାଣୀ । ଏଥିରେ ବିଜୟରାଜ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି । କ୍ରାଇମ୍‌ ଡ୍ରାମା ଦେଖିବାକୁ ଭଲପାଉଥିବା ଦର୍ଶକଙ୍କୁ ଏ ଫିଲ୍ମ ଭରପୂର ମନୋରଞ୍ଜନ ଦେବ । ତେବେ ଏ ଫିଲ୍ମ କେବେ ରିଲିଜ ହେବ ତାହା ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । 

ମହାବତାର ନରସିଂହ 

ଜୁଲାଇ ୨୫ ତାରିଖରେ ରିଲିଜ ହେବ ‘ମହାବତାର ନରସିଂହ’ । ଏହା ଏକ ଆନିମେଟେଡ ଫିଲ୍ମ, ଯେଉଁଥିରେ ରହିଛି ଭଗବାନ ନୃସିଂହ ଓ ଭକ୍ତ ପ୍ରହଲ୍ଲାଦଙ୍କ କାହାଣୀ । ଏ ଫିଲ୍ମ ଦେଖିବାକୁ ମଧ୍ୟ ସିନେପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଏହାର ଶୁଭମୁକ୍ତି ତାରିଖ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । 

ସନ୍‌ ଅଫ୍‌ ସର୍ଦ୍ଦାର ୨ 

ଏହା ଅଜୟ ଦେବଗନଙ୍କ ‘ସନ୍‌ ଅଫ୍‌ ସର୍ଦ୍ଦାର’ର ସିକ୍ୱେଲ । ଏ ମାସ ୨୫ ତାରିଖରେ ମୁକ୍ତିଲାଭ କରୁଛି ‘ସନ୍‌ ଅଫ୍‌ ସର୍ଦ୍ଦାର ୨’ । ପ୍ରଥମ ଭାଗରେ ଦର୍ଶକ ପଞ୍ଜାବର କାହାଣୀ ଦେଖିଥିବାବେଳେ ଦ୍ୱିତୀୟ ଭାଗରେ ସ୍କଟଲ୍ୟାଣ୍ଡର କାହାଣୀ ଦେଖିବେ । ଅଜୟଙ୍କ ବ୍ୟତୀତ ଏ ଫିଲ୍ମରେ ମୃଣାଳ ଠାକୁର, ରବି କିଷନଙ୍କ ଭଳି କଳାକାର ଅଭିନୟ କରିଛନ୍ତି । 

କିଙ୍ଗଡମ୍‌ 

ବିଜୟ ଦେବରାକୋଣ୍ଡାଙ୍କ ଏ ଫିଲ୍ମ ଏକ ସ୍ପାଇ ଥ୍ରୀଲର୍‌, ଯେଉଁଥିରେ ତାଙ୍କର ପୁନର୍ଜନ୍ମ ଓ ଯୁଦ୍ଧର କାହାଣୀ ଦେଖିବେ ଦର୍ଶକ । ଏହି ସିନେମାରେ ବିଜୟ ଖୁବ୍‌ ଦମ୍‌ଦାର ଲୁକ୍‌ରେ ନଜର ଆସିବେ । ଜୁଲାଇ ୩୧ ତାରିଖରେ ଏ ଫିଲ୍ମ ଆସୁଛି ପ୍ରେକ୍ଷାଳୟକୁ । ତାଲିକାରେ ‘ଧଡ଼କ’ର ଦ୍ୱିତୀୟ ସଂସ୍କରଣ ‘ଧଡ଼କ ୨’ ସ୍ଥାନ ପାଇଛି, ଯାହା ଅଗଷ୍ଟ ୧ ତାରିଖରେ ମୁକ୍ତିଲାଭ କରିବ । ଜାତିଭେଦ ଓ ସମାଜର ଚାପ ସହ ଲଢ଼େଇ କରି ଦୁଇ ପ୍ରେମୀ କିଭଳି ପରସ୍ପରକୁ ସାହଚର୍ଯ୍ୟ ଦେଉଛନ୍ତି, ତା’ର କାହାଣୀ ରହିଛି ଏ ସିନେମାରେ । ଟାଇଗର ଶ୍ରଫ, ସଞ୍ଜୟ ଦତ୍ତ ଓ ସୋନମ ବାଜୱା ଷ୍ଟାରର୍‌ ହାଇ ଅକ୍ଟେନ ଆକ୍ସନ ଫିଲ୍ମ ‘ବାଗି ୪’ ସିନେମାଘରକୁ ଆସୁଛି ସେପ୍ଟେମ୍ବର ୫ରେ । ଏସବୁ ଫିଲ୍ମ ସମ୍ବନ୍ଧରେ ସିନେପ୍ରେମୀ ବର୍ତ୍ତମାନ ଆଇଏମ୍‌ଡିବିରେ ସର୍ବାଧିକ ସର୍ଚ୍ଚ କରୁଛନ୍ତି । ଏହା ପ୍ରମାଣିତ କରୁଛି ଯେ, ଦର୍ଶକ ଅତ୍ୟନ୍ତ ଉତ୍ସୁକତାର ସହ ଏସବୁ ସିନେମାର ମୁକ୍ତିଲାଭକୁ ଅପେକ୍ଷା କରି ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.