ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଚାକିରି ଉପରେ ଏଆଇର ପ୍ରଭାବ; ନିଜେ ନିଯୁକ୍ତି ସୃଷ୍ଟି କରି ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ମତ ଦେଲେ ବିଶେଷଜ୍ଞ

Published By : Bijay Swain | August 3, 2025 12:20 AM

ଭୁବନେଶ୍ୱର: ବର୍ତ୍ତମାନ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସ (ଏଆଇ)ର ଆବିର୍ଭାବ ଚାକିରି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଛାତ୍ରଛାତ୍ରୀମାନେ କିନ୍ତୁ ନିଜେ ନିଯୁକ୍ତି ସୃଷ୍ଟି କରି ନିଜର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି କହିଛନ୍ତି ପର୍ସିଷ୍ଟାଂଟ ସିଷ୍ଟମ୍‌ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ଦେଶପାଣ୍ଡେ ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ଅବସରରେ ଏହା କହିଛନ୍ତି ଡକ୍ଟର ଦେଶପାଣ୍ଡେ। ସେ କହିଛନ୍ତି ବର୍ତ୍ତମାନ ଏଭଳି ପରିସ୍ଥିତି ଦେଇ ଗତି କରୁଛୁ ଯେଉଁ ସମୟରେ କି କାର୍ଯ୍ୟର ଆବଶ୍ୟକତା ବଢ଼ିବ ମାତ୍ର ଚାକିରିର ହାର କମିବ। ତେଣୁ ଚାକିରି ପଛରେ ନ ଗୋଡ଼ାଇ ନିଜେ କିଭଳି ନିଯୁକ୍ତି ସୃଷ୍ଟି କରିପାରିବ ସେ ଦିଗରେ ଛାତ୍ରଛାତ୍ରୀମାନେ ଚିନ୍ତା କରିବା ଉଚିତ୍‌ ବୋଲି କହିଛନ୍ତି ଡକ୍ଟର ଦେଶପାଣ୍ଡେ । 

ଏଆଇ ଏବଂ ଏହାର ଭବିଷ୍ୟତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ସମସ୍ୟାର ସମାଧାନ କରିବା ସହ ଉତ୍ପାଦନତା ବୃଦ୍ଧି କରିବା ଦିଗରେ ଏଆଇର ଉଚ୍ଚ ଧରଣର ଦକ୍ଷତା ରହିଛି । ବର୍ତ୍ତମାନ ସମୟରେ ମଣିଷମାନଙ୍କ ଅପେକ୍ଷା ଏଆଇ ଭଲ କୋଡ୍‌ ଲେଖିପାରୁଛି । କିନ୍ତୁ ଏଆଇ ଅନେକ କିଛି ବିଷୟକୁ ବିକୃତ ମଧ୍ୟ କରିପାରେ ଯାହା ଅନ୍ୟ କେହି କରିପାରିବେ ନାହିଁ ବୋଲି କହିବା ସହ ଦୁଇଟି ଦେଶ ଆମେରିକା ଏବଂ ଚୀନ ବର୍ତମାନ ଏଆଇ କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ । 

ସୋଆ ବିଶ୍ୱବିଦ୍ୟାଳୟ ଏବଂ ଅଟଳ ଇନ୍‌କ୍ୟୁବେସନ୍‌ ସେଂଟର – ସୋଆ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ କର୍ପୋରେଟ୍‌ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜମେଂଟ ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । 

ପୁନେ ସ୍ଥିତ ବିଶ୍ୱସ୍ତରୀୟ ଡିଜିଟାଲ୍‌ ଇଞ୍ଜିନିୟରିଂ କମ୍ପାନୀର ମୁଖ୍ୟ ଡକ୍ଟର ଦେଶପାଣ୍ଡେ କହିଥିଲେ ଯେ ଚିକିତ୍ସା ବିଜ୍ଞାନ ଯେଉଁଭଳି ଦ୍ରୁତ ଗତିରେ ଅଗ୍ରଗତି କରୁଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେଉଁମାନେ ୨୦୦୦ ମସିହା ପରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚି ରହିବାରେ ଅସୁବିଧା ନାହିଁ ଏବଂ ଆଗାମୀ ୬୦ ବର୍ଷ ଧରି ୨୦୮୫ ମସିହା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟକ୍ଷମ ରହିବେ । ଭାରତ ଖୁବ ପ୍ରଗତିଶୀଳ ହୋଇଥିଲେ ମଧ୍ୟ ବର୍ତମାନ ଛାତ୍ରଛାତ୍ରୀମାନେ ଯେଉଁ ଜ୍ଞାନ ଆହରଣ କରୁଛନ୍ତି ତାହା ୬୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ ନାହିଁ । କାରଣ ବିଶ୍ୱବିଦ୍ୟାଳୟ ଛାଡ଼ିବା ପରେ ସେମାନେ ଯେଉଁ କମ୍ପାନୀରେ ଯୋଗ ଦେବେ ତାହା ଆଗାମୀ ୬ ଦଶନ୍ଧି ଧରି ରହିବ ନାହିଁ ବୋଲି ସେ କହିଥିଲେ । 

ଡକ୍ଟର ଦେଶପାଣ୍ଡେ ଆଇଆଇଟି ଖଡ଼ଗପୁରର ଛାତ୍ର ଯାହା ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରେ କମ୍ପ୍ୟୁଟର ସାଇନ୍‌ସ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ସେ ଆମେରିକାରେ ପାଠ ପଢ଼ି ଚାକିରି କରିବା ପରେ ୧୯୯୦ ରେ ଭାରତ ଫେରି ନିଜର କମ୍ପାନୀ ଆରମ୍ଭ କରିଥିଲେ । ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ସେମାନେ କେଉଁ ଦିଗରେ ଯାଉଛନ୍ତି ତାହା ଜାଣିବା ଉଚିତ୍‌ ବୋଲି ସେ କହିଥିଲେ । ନିରନ୍ତର ଜ୍ଞାନ ଆହରଣ ସହ ସଂଗଠିତ କାର୍ଯ୍ୟ ଏବଂ ସଂଯୋଗୀକରଣର ଅନେକ ଆବଶ୍ୟକତା ରହିଛି । 

ତେବେ ନୈତିକତା ସହ ସାଲିସ୍‌  ନ କରି ନିଜ ବୃତି ପ୍ରତି ନିଷ୍ଠାବାନ ହେବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏକ ପ୍ରଶ୍ନର ଉତରରେ ଭୁଲ କରିବା ଏକ ସାଧାରଣ ଘଟଣା ଓ କିଛି ବଡ଼ କଥା ନୁହେଁ ବୋଲି ଡକ୍ଟର ଦେଶପାଣ୍ଡେ କହିଥିଲେ । କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍‌ ଡିନ୍‌ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.