କୋଣାର୍କ,୧୭/୦୭: କଂଗ୍ରେସ ସମେତ ବାମପନ୍ଥୀ ଦଳର ଓଡିଶା ବନ୍ଦ ଡାକରାରେ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଏହାର ପ୍ରଭାବ ପଡିଛି। ପର୍ଯ୍ୟଟକଶୂନ୍ୟ ହୋଇପଡିଛି କୋଣାର୍କ ଓ ଚନ୍ଦ୍ରଭାଗା। କୋଣାର୍କ ମେଡିକାଲ ଛକ କଂଗ୍ରେସ କାର୍ଯ୍ୟାଳୟରୁ କର୍ମୀମାନେ ଶୋଭାଯାତ୍ରାରେ ବାହାରି ପ୍ରଥମେ ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର ଓ ମୁଖ୍ୟ ପ୍ରବେଶ ପଥ ବନ୍ଦ କରିଥିଲେ। ଏହାପରେ ବଜାର ପରିକ୍ରମା କରିଥିଲେ। କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଥାନା ଛକ,ମାଧିପୁର ଛକ, ଜୁଣେଇ ବଜାର, କୋଣାର୍କ ବସ୍ ଷ୍ଟାଣ୍ଡ, ରିଙ୍ଗ ରୋଡ, ଟୁରିଷ୍ଟ ମାର୍କେଟ, ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଯାନବାହାନ ଚଳାଚଳ, ଦୋକାନ ବଜାର ଆଦି ବନ୍ଦ ରହିଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ପୁଣି ଭେଟିଲେ...