ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଲେ କେନ୍ଦୁଝର ଜିଲ୍ଲା ଦୌରାଜଜ୍

କେନ୍ଦୁଝର,୦୪/୦୬:ଏକ ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍। ଏହି ଘଟଣାର ବିଚାର କରି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଚିତରଞ୍ଜନ ମହାପାତ୍ର ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁସାରେ ୨୦୧୯ ରେ ଘଟଗାଁ ଥାନା ଅଞ୍ଚଳରେ ଏକ ଜମି ବାଡ଼ି ଝଗଡ଼ାକୁ ନେଇ ବିଦ୍ୟାଧର ମହାକୁଡ଼ ନାମକ ଜଣେ ବ୍ୟକ୍ତି କୋର୍ଟରେ ମକଦ୍ଦମା କରି ଡିଗ୍ରୀ ପାଇଥିଲେ। ହେଲେ କୋର୍ଟର ନିଷ୍ପତ୍ତିକୁ ନେଇ ପଦ୍ମଲୋଚନ ମହାକୁଡ ଆସନ୍ତୁଷ୍ଟ ଥିଲେ। ଦିନେ ବିଦ୍ୟାଧର ହାଟରେ ପରିବା ବିକି ଘରକୁ ଫେରିବା ସମୟରେ ତାଙ୍କୁ ବାଟରେ ପଦ୍ମଲୋଚନ ଛୁରୀ ଭୂଷି ହତ୍ୟା କରିଥିଲେ।
ଏହି ହତ୍ୟାକାଣ୍ଡର ବିଚାର କରି ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିରେ ପଦ୍ମଲୋଚନକୁ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ପଦ୍ମଲୋଚନକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅନାଦେୟ ହେଲେ ଜିଲ୍ଲା ଦୌରା ଜଜ୍ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।