PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଭିତରେ ଭୟ କିନ୍ତୁ ଉପରେ ଧମକ: ଇମ୍ରାନ୍ କହିଲେ ଭାରତ ଆକ୍ରମଣ କଲେ ଜବାବ ଦେବ ପାକିସ୍ତାନ

source:www.latestly.com

ନୁଆଦିଲ୍ଲୀ ୧୯/୨: ପୁଲୱାମା ଆକ୍ରମଣ ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ମଙ୍ଗଳବାର ବୟାନ ଜାରି କରିଛନ୍ତି । ନିଜ ବୟାନରେ ସେ ଭାରତକୁ ପରୋକ୍ଷଭାବେ ଯୁଦ୍ଧ ଧମକ ଦେଇଦେଇଛନ୍ତି । ସେ କହିଛନ୍ତି ଯେଦି ଆମ ଉପରେ ଆକ୍ରମଣ ହେବ ତେବେ ପାକିସ୍ତାନ ମଧ୍ଯ ଖୋଲା ଜବାବ ଦେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ବିନା ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦୁଛନ୍ତି । ଯେତେବେଳେ ଯାହା ହେଉଛି ଭାରତ ପାକିସ୍ତାନ ଉପରେ ଦୋଷ ଲଦୁଛି । ଯଦି ଆମ ଉପରେ ଆକ୍ରମଣ ହେବ ତେବେ ଆମେ ଚୁପ୍ ବସିବୁନି ବୋଲି କହିଛନ୍ତି ଇମ୍ରାନ୍ ଖାନ୍ ।

ଯାଞ୍ଚ ପାଇଁ ପ୍ରସ୍ତୁତ
ଇମ୍ରାନ୍ କହିଛନ୍ତି ଭାରତ ସରକାର ବିନା ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦୁଛନ୍ତି । ପାକିସ୍ତାନ୍ କାହିଁକି ଏମିତି କରିବ ? ଏଥିରେ ଆମର କଣ ଫାଇଦା ? ଯଦି ଭାରତ ସରକାର ଆମକୁ କିଛି ପ୍ରମାଣ ଦିଏ ତେବେ ଆମେ ଏହି ମାମଲାରେ ଯାଞ୍ଚ କରିବା ପାଇଁ ପ୍ରସ୍ତୁତ ଅଛୁ । ନିଜ ବୟାନରେ ଇମ୍ରାନ୍ କହିଛନ୍ତି ଗତ ୧୫  ବର୍ଷ ଧରି ଆମେ ଆତଙ୍କବାଦକୁ ବିରୋଧ କରିଆସୁଛୁ । ଏଥିରେ ଆମକୁ କିଛି ଫାଇଦା ନାହିଁ ।

ଆକ୍ରମଣ କଲେ ଦେବୁ ଖୋଲା ଜବାବ
ଇମ୍ରାନ୍ କହିଲେ ଭାରତରେ ଲୋକେ କହୁଛନ୍ତି ପାକିସ୍ତାନକୁ ମଜା ଚଖାଇବେ  । ନିର୍ବାଚନ ଆସୁଛି ସେଥିପାଇଁ ସମସ୍ତେ ଏମିତି କହୁଛନ୍ତି । ଯଦି ଆପଣମାନେ ଭାବୁଛନ୍ତି ପାକିସ୍ତାନ ଉପରେ ଆକ୍ରମଣ କରିବା ଉଚିତ୍ ତେବେ ଆମେ ମଧ୍ଯ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛୁ । ଇମ୍ରାନ୍ କହିଛନ୍ତି ଯୁଦ୍ଧ ଆରମ୍ଭ କରିବା ବହୁତ ସହଜ କିନ୍ତୁ କଷ୍ଟ କରିବା ବହୁତ କଷ୍ଟ । ଏହି ମାମଲା କେବଳ ଆଲୋଚନା ମାଧ୍ଯମରେ ସମାଧାନ ହେବ ।

କହିରଖୁଛୁ ପାକିସ୍ତାନର ଜୈଶ-ଏ-ମହମ୍ମଦର ଆତଙ୍କୀମାନେ ପୁଲୱାମା କାଣ୍ଡ ଘଟାଇଥିଲେ । ଏଥିପାଇଁ ପାକିସ୍ତାନକୁ ଦୋଷୀ ବୋଲି ମାନୁଛି ଭାରତ । ଏହା ପରଠାରୁ ପାକିସ୍ତାନ ଭୟରେ ଥରୁଛି । ଏପରିକି ଭାରତକୁ ରୋକିବା ପାଇଁ ଜାତିସଂଘକୁ ମଧ୍ଯ ଗୁହାରୀ କରିସାରିଛି ପାକିସ୍ତାନ ।

ସମ୍ବନ୍ଧିତ ଖବର