ଏହି ସାପର ଚମଡାରେ ଚପଲ ପିନ୍ଧିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨।୬: ପାକିସ୍ତାନର ଖେବର ପଖତୁନଖ୍ବାର ରାଜଧାନୀ ପେଶାଓ୍ବାରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ତିଆରି କରାଯାଉଛି ଏକ ସ୍ବତନ୍ତ୍ର ଧରଣର ଚପଲ। ଆଉ ଏହାକୁ ତିଆରି କରୁଛନ୍ତି ସେଠାର ପ୍ରସିଦ୍ଧ ଚପଲ ତିଆରି କରୁଥିବା ନୁରଉଦ୍ଧିନ ଚାଚା। ତେବେ ଜାଣନ୍ତି କି ଏହି ଚପଲ କେଉଁ ଚମଡାରେ ତିଆରି ହୋଇଛି। ଏହା ଏମିତି ସେମିତି ଚମଡା ନୁହେଁ ଏହା ଅଜଗର ସାପର ଚମଡାରୁ ତିଆରି ହୋଇଛି। ଏହି ଚପଲକୁ ଇମ୍ରାନ ଖାନଙ୍କୁ ଇଦରେ ଉପହାର ଦିଆଯିବ। ଆଉ ତାଙ୍କୁ ଉପହାରରେ ତାଙ୍କର ଜଣେ ପ୍ରଶଂସକ ଏହାକୁ ଦେଉଛନ୍ତି। ନୋମାନ ନାମକ ଏହି ବ୍ୟକ୍ତି ଏଥିପାଇଁ ଆମେରିକାରୁ ସାପର ଚମଡା ପଠାଇଛ୍ତି। ତାଙ୍କର ଇଛଶ ଥିଲା ସେ ଇମ୍ରାନଙ୍କ ପାଇଁ ଏଭଳି ଚପଲ ତିଆରି କରିବେ।
ଏହି ଚପଲ ପିନ୍ଧିବାକୁ ଖୁବ୍ ଆରାମ ଦାୟକ ଓ ଇମ୍ରାନଙ୍କୁ ଏହା ପିନ୍ଧିବା ପରେ ଗରମ ଲାଗିନଥାଏ। ମୋତେ ଆଶାରା ରହିଛି ଏହା ଆମର କ୍ୟାପଟେନଙ୍କୁ ଖୁବ୍ ପସନ୍ଦ ଆସିବ। ନୁରଉଦ୍ଧିନଙ୍କ ବଡ ପୁଅ ସଲାମଉଦ୍ଧିନ କହିଛନ୍ତି, ସେ ଏଥର ଯେଉଁ ଚପଲ ତିଆରି କରିଛନ୍ତି। ଏହାକୁ ସେ ଓ ତାଙ୍କର ବାପା ନୁରଉଦ୍ଧିନ ସ୍ବତନ୍ତ୍ର ଭାବରେ ଡିଜାଇନ୍ କରିଛନ୍ତି। ଏହି ଚପଲ ତିଆରି କରିବାକୁ ୪ ଫୁଟ୍ ସାପର ଚମଡା ବ୍ୟବହାର କରାଯାଇଥାଏ। ଏହି ଚପଲ ତିଆରି କରିବାକୁ ଅତି କମରେ ୪୦ ହଜାର ପାକସ୍ତାନୀ ଟଙ୍କା ଲାଗିଛି। ଏହା ପୂର୍ବରୁ ପାକିସ୍ତାନରେ କେହି ସାପ ଚମଡାରୁ ପ୍ରସ୍ତୁତ ଚପଲ ପିନ୍ଧିନଥିଲେ।
ଏହି ଖବର ଜାଣିବା ପରେ ପାକିସ୍ତାନର ୟୁନିଭର୍ସିଟି ଅଫ୍ ବାଗ୍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଅଜଗର ପ୍ରାୟ ବିଲୁପ୍ତ କିମ୍ବା ତାଙ୍କର ସଂଖ୍ୟା ବହୁତ କମ୍। ପାକିସ୍ତାନରେ ଅଜଗର ବିଲୁପ୍ତ ହେବାର କାରଣ ହେଉଛି ଅବୈଧ ଭାବରେ ଏହାର ଚାଲାଣ କରାଯିବ। ପାକିସ୍ତାନରୁ ବାରମ୍ବାର ଏଭଳି ଅଜଗର ଚମଡା ଉଦ୍ଧାର କରାଯାଇଛି। ଅନ୍ୟପେଧ ଅନ୍ତଃର୍ଜାତୀୟ ସଂଗଠନ କନଭେଶନ ଅଫ୍ ଇଣ୍ଟରନ୍ୟାସନାଲ ଟ୍ରେଡ ଇନ୍ ଏଡଜେର୍ଡ ସ୍ପିସିଜ, ଯାହାର କି ପାକିସ୍ତାନ ସଦସ୍ୟ ରହିଛି। ସାରା ବିଶ୍ବରେ ଅଜଗର କିଣିବା ଓ ବିକିବା ଉପରେ କଟକଣା ରହିଛି।