PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ୱିଙ୍ଗ କମାଣ୍ଡରଙ୍କୁ ଶୁକ୍ରବାର ଛଡାଯିବ ବୋଲି ପାକିସ୍ତାନ ସଂସଦରେ କହିଲେ ଇମ୍ରାନ୍

source:aajtak.intoday.in

ନୁଆଦିଲ୍ଲୀ ୨୮/୨: ପାକିସ୍ତାନ ପିଏମ୍ ଇମ୍ରାନ୍ ଖାନ୍ ପାକ୍ ସଂସଦରେ ଘୋଷଣା କରିଛନ୍ତି ଯେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଶୁକ୍ରବାର ମୁକ୍ତ କରିଦିଆଯିବ ।

ପାକିସ୍ତାନକୁ ଡର ଥିଲା ଯେ ଭାରତ ଅଭିନନ୍ଦନଙ୍କ ମୁକ୍ତି ପାଇଁ କିଛି ବଡ ପଦକ୍ଷେପ ଉଠାଇପାରେ । ପିଏମ୍ ଇମ୍ରାନ୍ ଖାନ୍ ପାକିସ୍ତାନ ସଂସଦରେ କହିଛନ୍ତି, ‘ଭାରତ ଆମକୁ ଗତକାଲିଠାରୁ ସନ୍ଦେଶ ପଠାଇଛି । ଅନ୍ଯ ଦେଶମାନେ ମଧ୍ଯ ଆଲୋଚନା ମାଧ୍ଯମରେ ଏହି ତିକ୍ତତାକୁ କମ୍ କରିବାପାଇଁ କହିଛନ୍ତି ।’ ସେ ଏହା ମଧ୍ଯ କହିଛନ୍ତି, ‘ଆମେ ତିକ୍ତତାକୁ କମ୍ କରିବାକୁ ଚାହୁଁଛୁ । ଏଥିପାଇଁ ଆମେ ଭାରତୀୟ କମାଣ୍ଡରଙ୍କୁ ଫେରାଇଦେବାପାଇଁ ନିଷ୍ପତ୍ତି ନେଲୁ ।’

କହିରଖୁଛୁ ବୁଧବାର ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ପାକିସ୍ତାନର ବାୟୁସେନା ମଧ୍ୟରେ ଭୀଷଣ ସଂଘର୍ଷ ସମୟରେ ଭାରତୀୟ ସେନାର ଏକ ମିଗ୍-୨୧ କ୍ରାଶ୍ ହେବା ଫଳରେ ଜଣେ ପାଇଲଟ୍ ସୀମା ସେପଟେ ଖସି ପଡିଥିଲେ । ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସେହି ସମୟରେ ଗିରଫ କରିନେଇଥିଲା ପାକିସ୍ତାନୀ ସେନା ।

ସମ୍ବନ୍ଧିତ ଖବର